ସକାଳୁ ସକାଳୁ ଆରମ୍ଭ ହେଲା ବର୍ଷା ,ରାସ୍ତାରେ ବୋହିଲା ସୁଅ ଭଳି ପାଣି

rain

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ମାଡି ଆସିଲା କଳା ହାଣ୍ଡିଆ ମେଘ ସକାଳ ହୋଇଗଲା ରାତି । ତା ପରେ ମାଡି ଆସିଲା ଘଡଘଡି ସହିତ ବର୍ଷା । ଝିପି ଝିପି ବର୍ଷା ମୂସଳ ଧାରା ରେ ବଦଳିଗଲା । ଏମିତି ବର୍ଷା ହେଲା ଯେ ଲାଗିଲା ଯେମିତି ଆଜି ସବୁ କିଛି ବୁଡେଇ ନେଇ ପଳେଇବ । ବର୍ଷାରେ କାମ ଦେଲାନି ରେନ କୋର୍ଟ । ରାସ୍ତା ବର୍ଷାର ଅନ୍ଧାର ରେ ଦେଖା ଗଲା ନାହିଁ । ଗାଡି ମଟର ସବୁ ରାସ୍ତା ଉପରେ ଅଟକି ରହିଗଲା । ଏମିତି ବର୍ଷା ହେଲା ଯେ ଓଡିଶା ସଂମ୍ପର୍ଣ୍ଣ ବେହାଲ ହୋଇଗଲା ।

ତେବେ ଟ୍ରପ୍ ଲାଇନ ପ୍ରଭାବ ରେ ଜାରି ରହିଛି ବର୍ଷା । ଉପକୂଳ ବର୍ତ୍ତି ଅଞ୍ଚଳ ସହିତ ଆଭ୍ୟନ୍ତରଣିୟ ଓଡିଶା ଏବଂ ଉତ୍ତର ଓଡିଶା ବର୍ଷାରେ ସଂମ୍ପର୍ଣ୍ଣ ବେହାଲ ହୋଇଜାଇଛି । ସବୁଠୁ ବଡ କଥା ହେଲାକି ଆସନ୍ତା କାଲି ସକାଳ 8.00 ପର୍ଯ୍ୟନ୍ତ ଘ଼ଡଘଡି ବିଜୁଳୀ ଏବଂ ପବନ ସହିତ ପ୍ରବଳ ବର୍ଷା ପାଇଁ ଅଧା ଓଡିଶା କୁ ଅରେଞ୍ ୱାର୍ଣ୍ଣଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ କେନ୍ଦ୍ର ।

rain 1

ଆସନ୍ତା କାଲି ବାଲେଶ୍ୱର , ଭଦ୍ରକ , ଜାଜପୁର , କେନ୍ଦ୍ରାପଡା , କଟକ , ଜଗତସିହଂ ପୁର , ପୁରୀ , ଖୋର୍ଦ୍ଧା , ନୟାଗଡ , ଗଞାମ୍ , କଟକ , ଗଜପତି , ଢେଙ୍କାନାଳ , କନ୍ଧମାଳ , ରାୟଗଡା ମାଲକାନା ଗିରି ଏବଂ କୋରାପୁଟ ଅଞ୍ଚଳ ରେ ବିଜୁଳୀ ଘଡଘଡି ସହିତ ଝଡ ବର୍ଷା ହେବାର ସମ୍ଭାବନା ରହିଛି । ଏହି ସବୁ ଜିଲ୍ଲା ଗୁଡିକ ରେ 70 ରୁ 110 ମିମି ରେ ବର୍ଷା ହେବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆ ଜାଇଛି ।

ଏହା ସହିତ ଘଣ୍ଟା ପ୍ରତି 40ରୁ 45 କିଲୋମିଟର ବେଗରେ ପବନ ବହିବ ବୋଲି ଆକଳନ ହୋଇଛି । ସେହି ପରି ଦୁଇ ତାରିଖ ସକାଳ 8.30 ପର୍ଯ୍ୟନ୍ତ ପ୍ରଚଣ୍ଡ ଘଡଘଡି ସହିତ ବିଜୁଳୀ ସହିତ ବର୍ଷା ନେଇ ଉପକୂଳ ଉତ୍ତର ଏବଂ ଦକ୍ଷିଣ ଓଡିଶା ର 17 ଟି ଜିଲ୍ଲା କୁ ୟୋଲ ଆଲର୍ଟ ଜାରି ହୋଇଛି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ କରନ୍ତୁ ।

Leave a Reply

Your email address will not be published. Required fields are marked *