ପାକିସ୍ଥାନର ପୂର୍ବ ରାଷ୍ଟ୍ରପତି ପରୱେଜ୍ ମୁସାରଫ୍ କହିଲେ, ମୋଦିଙ୍କ ହୃଦୟରେ ଯେତିକି କିଛି ନିଆଁ ଲାଗିନାହିଁ, ତାହା ଠାରୁ ଅଧିକ ନିଆଁ ମୋ ହୃଦୟରେ ଲାଗିଛି ।

Spread the love

ପାକିସ୍ଥାନର ପୂର୍ବ ରାଷ୍ଟ୍ରପତି ପରୱେଜ୍ ମୁସାରଫ୍ କହିଲେ, କାଶ୍ମୀରର ପୁଲୱାମାରେ ଶହୀଦ ହୋଇଥିବା ଯବାନଙ୍କୁ ନେଇ ଆପଣଙ୍କ ପ୍ରଧାନ ମନ୍ତ୍ରୀଙ୍କ ହୃଦୟରେ ଯେତିକି କିଛି ନିଆଁ ଲାଗିନାହିଁ, ତାହା ଠାରୁ ଅଧିକ ନିଆଁ ମୋ ହୃଦୟରେ ଲାଗିଛି ।

ପୁଲୱାମା ରେ ଆକ୍ରମଣ ହେବାପରେ ପାକିସ୍ଥାନ ର ପୂର୍ବ ରାଷ୍ଟ୍ରପତି ଓ ସେନା ପ୍ରମୁଖ ପରୱେଜ୍ ମୁସାରଫ୍ କହିଲେ, ଏହା ବହୁତ ଦୁଃଖ ଦାୟକ ଅଟେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ ଜବାବ ଭଳି ଦାବି ରେ ପରୱେଜ୍ ମୁସାରଫ୍ କହିଲେ କି, ଯଦି ମୋଦି ଏଭଳି କରନ୍ତି ଏହା ତାଙ୍କ ଜୀବନରେ ସବୁଠାରୁ ବଡ଼ ଭୁଲ୍ ହେବ । ଯଦି ତୁମେ ଭାବୁଛ କି ପାକିସ୍ଥାନ ଉପରେ ଆକ୍ରମଣ କରିବ ଓ ପାକିସ୍ଥାନ ଚୁପ ହୋଇ ବସି ରହିବ ତେବେ ଆପଣଙ୍କ ଚିନ୍ତାଧାରା ସମ୍ପୁର୍ଣରୂପେ ଭୁଲ୍ ଅଟେ ।

ପାକିସ୍ଥାନ ର ପୂର୍ବ ରାଷ୍ଟ୍ରପତି ପରୱେଜ୍ ମୁସାରଫ୍ କହିଲେ କି, ଆମ ସେନା ଦୁର୍ବଳ ନୁହଁନ୍ତି ଓ ଏହାର ପରିଣାମ ତୁମକୁ ଭୋଗିବାକୁ ପଡ଼ିବ । ଆପଣଙ୍କ ପ୍ରଧାନମନ୍ତ୍ରୀଙ୍କ ହୃଦୟରେ କିଛି ନିଆଁ ଲାଗିନୀ ବରଂ ମୋ ହୃଦୟରେ ନିଆଁ ଲାଗିଥାଏ ଯେତେବେଳେ କାଶ୍ମୀରର ହଜାର ଲୋକମାନେ ମରି ଯାନ୍ତି । ପରୱେଜ୍ ମୁସାରଫ୍ କହିଲେ କି, ପ୍ରତ୍ୟେକ ଆକ୍ରମଣ ହେବାପରେ ଏହିଭଳି କଥା ହୋଇଥାଏ କିନ୍ତୁ ମୁଁ ପ୍ରଥମରୁ କହିସାରିଛି ମୂଳ ସମସ୍ୟାର ସମାଧାନ ବାହାର କରନ୍ତୁ ନଚେତ ସବୁବେଳେ ଏହିଭଳି ହେଉଥିବ । ଭାରତକୁ ତଥ୍ୟ କୁ ବୁଝିବା ଆବଶ୍ୟକ, କାଶ୍ମୀର ର ସମସ୍ୟାର ସମାଧାନ ବିନା ଏଭଳି ହେବା ବନ୍ଦ ହେବନାହିଁ ।

ଆକ୍ରମଣ ପଛରେ ପାକିସ୍ଥାନ ର ସରକାର ନାହିଁ –

ପରୱେଜ୍ ମୁସାରଫ୍ କହିଲେ କି ଜୈସ ଶରଗନା ମୌଲାନା ମସୁଦ ଅଜହର୍ ମୋତେ ମଧ୍ୟ ହତ୍ୟା କରିବାପାଇଁ ଚେଷ୍ଟା କରିଥିଲେ । ମୁସାରଫ୍ କହିଲେ କି ଜୈସ ପାଇଁ କିଛି ମଧ୍ୟ ଆଶ୍ୱାସନା ନାହିଁ । ମୁସାରଫ୍ କହିଲେ ପୁଲୱାମା ଆକ୍ରମଣ ରେ ମୌଲାନା ମସୁଦ ଅଜହର୍ ର ହାତ ଥାଇପାରେ, କିନ୍ତୁ ଏଥିରେ ପାକିସ୍ଥାନ ସରକାର ସାମିଲ ଅଛି ଏହା କୁହାଯାଇପାରିବ ନାହିଁ । ଏଥିରେ ଅନ୍ତର ଅଛି, ମୁଁ ଭାବିବାରେ ଏଥିରେ ପାକିସ୍ଥାନ ସରକାର ସାମିଲ ନୁହେଁ ।

ଭାରତ ସରକାର ନିରୀକ୍ଷଣ କରିବାପରେ ଆକ୍ରମଣର proof ଦେବାରଛି, ଏହାପରେ ପାକିସ୍ଥାନ ସରକାର କୁ କାର୍ଯ୍ୟ ପ୍ରକ୍ରିୟା ପାଇଁ ନିର୍ଣ୍ଣୟ ନେବାରଛି । ଯଦି ଏଥିରେ ପାକିସ୍ଥାନ ସାମିଲ ଅଛି ତେବେ ଏହା ବହୁତ ଲଜ୍ଜାଜନକ ଅଟେ । ଇମରାନ୍ ଖାନ୍ ଙ୍କ ପାର୍ଟୀ ର ପ୍ରଚାର କରିଥିବା ମସୁଦ ଅଜହର୍ ପାକିସ୍ଥାନ ରେ ସ୍ୱାଧୀନ ରୂପେ ଭ୍ରମଣ କରୁଅଛି ।

ପରୱେଜ୍ ମୁସାରଫ୍ କହିଲେ କି ଇମରାନ୍ ଙ୍କ ପାର୍ଟୀ ପାଇଁ ପ୍ରଚାର କରିବା ତାହା ଅଲଗା ବିଷୟ କିନ୍ତୁ ଏଥିରେ ଏହା prove ହୋଇନଥାଏ କି ଏହି ଦୁଃଖ ଦାୟକ ଘଟଣା ପଛେ ଇମରାନ୍ ଙ୍କ ହାତ ଅଛି । ପରୱେଜ୍ ମୁସାରଫ୍ କହିଲେ କି ପାକିସ୍ଥାନ ରେ ଜୈସ ଓ ଲକ୍ସର୍ ୧୯୯୧ ମସିହାରୁ କାମ କରୁଛନ୍ତି, ତେଣୁ ଆକ୍ରମଣ ପଛେ ପାକିସ୍ଥାନ ସରକାର ଅଛି, ତରବର ହୋଇ ଏଭଳି କହିବା ଉଚିତ ନୁହେଁ ।

ପାକିସ୍ଥାନ ରେ ଜୈସ ର ଉପସ୍ଥିତି ରହିବା ବିଷୟରେ ମୁସାରଫ୍ କହିଲେ କି ଜୈସ କେଉଁ-କେଉଁ ନୂଆ କାମ କରିଲେ, ଏହି ବିଷୟରେ କହିପାରିବି ନାହିଁ କିନ୍ତୁ ସେମାନେ ପାକିସ୍ଥାନ ଭିତରେ ହିଁ ଆତଙ୍କ ଆକ୍ରମଣ କରାଇଲେ ଯଦି ତେବେ ସେମାନଙ୍କୁ ଛାଡ଼ିବା ଉଚିତ ନୁହେଁ । ପୂର୍ବ ପାକିସ୍ଥାନୀ ସେନଧକ୍ଷ କହିଲେ କି, ସେମାନଙ୍କୁ ବେନ କରିବା ଆବଶ୍ୟକ ।

ଯୁଦ୍ଧରେ ଆମେ ନିଜର ଲୋକକୁ ହରେଇଛୁ –

ପାକିସ୍ଥାନ ର ପୂର୍ବ ରାଷ୍ଟ୍ରପତି କହିଲେ କି ମୁଁ ସ୍ୱୟଂ ସେନା ରେ ୪୦ ବର୍ଷ କାମ କରିସାରିଛି । ଏଥିପାଇଁ ପୁଲୱାମା ର ଆକ୍ରମଣ ରେ ସହିଦ ହୋଇଥିବା ଯବାନଙ୍କ ସହିତ ମୋର ସମ୍ବେଦନଶୀଳ ଅଛି ଓ ସେମାନଙ୍କ ପରିବାର ପ୍ରତି ଦୁଃଖ ପ୍ରକାଶ କରୁଛି । ସେ କହିଲେ କି ୧୯୭୧ ର ଆକ୍ରମଣ ରେ ମୋ ମିତ୍ରର ମୃତ୍ୟୁ ହୋଇଥିଲା । ୧୯୬୫ ରେ ମଧ୍ୟ ମୋ ମିତ୍ର କୁ ଯୁଦ୍ଧରେ ହରେଇଥିଲି । ମୁଁ ଜାଣିଛି ଯୁଦ୍ଧ ର ପରିଣାମ କଣ ହୋଇଥାଏ ଓ ପରିବାରଙ୍କ ଉପରେ କଣ ବିତିଥାଏ ।

ପରୱେଜ୍ ମୁସାରଫ୍ କହିଲେ ମୁଁ ଜାଣିଛି ଭାରତୀୟ ଟିଭି ଚାନେଲ ମାନଙ୍କରେ କଣ ଚାଲୁଅଛି । ପ୍ରଧାନମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ପ୍ରତ୍ୟେକ ବ୍ୟକ୍ତି ଆକ୍ରମଣ ହେବା ତୁରନ୍ତ ପାକିସ୍ଥାନ କୁ ଗାଳି କରୁଛନ୍ତି । ଯେତେବେଳେ କି ଏହାର କିଛି ମଧ୍ୟ prove ନାହିଁ, ବିନା କିଛି ନିରୀକ୍ଷଣ କରି ପାକିସ୍ଥାନ କୁ ଦୋଷୀ କୁହାଯାଉଛି ।