ମୋଦିଙ୍କ ଦ୍ୱାରା ପୁଣି ଥରେ ପାକିସ୍ତାନ ଉପରେ ଜବରଦସ୍ତ ପ୍ରହାର……. !

Spread the love

ଭାରତ ସରକାର ପାକିସ୍ତାନ ଉପରେ ପୁଣି ଗୋଟିଏ ଘାତ କରିଲେ । ନରେନ୍ଦ୍ର ମୋଦିଙ୍କ ଭାଷଣରେ କହିଲେ ପାକିସ୍ତାନର ଅବସ୍ଥା ବହୁତ ଖରାପ ହୋଇଯାଇଛି । ପାକିସ୍ତାନ ରେ ଏବେ ହଲଚଲ ସୃଷ୍ଟି ହୋଇଯିବ ଓ ଛଟପଟ ହେବେ । ପାକିସ୍ତାନ ବାସିନ୍ଦା, ଭାରତୀୟ ଗବେର୍ଣମେଣ୍ଟଙ୍କ ଏହି ନିର୍ଣ୍ଣୟ ପରେ ପୂର୍ଣ୍ଣ ରୂପେ ଡରିବା ଭଳି ଦିଶୁଛନ୍ତି, ଆସନ୍ତୁ ଏବେ ସମ୍ପୂର୍ଣ୍ଣ ରୂପେ ତଥ୍ୟଟି ଜାଣିବା ।

ଆପଣ ଜାଣିଥିବେ କି, ପାକିସ୍ତାନର ଜୈଶ-ଏ-ମହମ୍ମଦ ୧୪ ଫେବୃୟାରୀରେ ଭାରତର ପୁଲୱାମରେ ଆତଙ୍କବାଦୀ ଆକ୍ରମଣ କରାଇଲେ । ଯେଉଁ ଆକ୍ରମଣରେ ଭାରତର ୪୨ ଯବାନ ସହିଦ ହୋଇଥିଲେ । ଏହା ପରେ ଭାରତୀୟ ଗବେର୍ଣମେଣ୍ଟ ପାକିସ୍ତାନ ବିରୋଧରେ ଭିନ୍ନ-ଭିନ୍ନ ଉପାୟରେ ପାକିସ୍ଥାନକୁ ଛଟପଟ କରେଇବା ପାଇଁ ସ୍ଥିର କରନେଲ । ଭାରତୀୟ ଗବେର୍ଣମେଣ୍ଟ ଗୋଟିଏ ନିର୍ଣ୍ଣୟ ନେଲେ ଓ ଭାରତ ପାକିସ୍ତାନ କୁ ନିଜ ପ୍ରାଧିକାରୀ ପାଣି ଦେବାକୁ ମନା କରିଦେଲେ ।

ଆପଣ ଜାଣିଥିବେ ଭାରତର ତିନୋଟି ନଦୀ ରାବି, ବ୍ୟାସ, ସିନ୍ଧୁ ନଦୀ ଗୁଡିକ ପାକିସ୍ତାନ ଆଡକୁ ଯାଉଥିଲା । ଭାରତର ପାଣି ପାକିସ୍ତାନକୁ ଦେଉଥିଲେ । ଯାହା କି ପାକିସ୍ତାନର ଚାଷୀମାନଙ୍କ ପାଇଁ ଓ ପାକିସ୍ଥାନର ଲୋକମାନଙ୍କୁ ପିଇବା ପାଇଁ କାମରେ ଆସୁଥିଲା । ଭାରତୀୟ ଗବେର୍ଣମେଣ୍ଟ ପାକିସ୍ତାନ କୁ ଭଲ ଶିକ୍ଷା ଦେବାପାଇଁ ପାକିସ୍ତାନ୍ ଆଡକୁ ଯାଉଥିବା ସେହି ତିନୋଟି ନଦୀର ପାଣିକୁ ପୂର୍ଣରୂପେ ବନ୍ଦ କରିଦେଲେ । ଏବେ ଭାରତୀୟ ଗବେର୍ଣମେଣ୍ଟ ଏହି ପାଣିକୁ ଜମ୍ମୁ-କାଶ୍ମୀର ଓ ପଞ୍ଜାବକୁ ଦେବେ ।

ପାକିସ୍ତାନର ପଞ୍ଜାବ ଲାହୌର୍ କୃଷି ପୂର୍ଣ୍ଣ ରୂପରେ ସିନ୍ଦୁ ନଦୀ, ରାବି ଓ ବ୍ୟାସ ନଦୀ ଉପରେ ସମ୍ପୁର୍ଣ ରୂପେ ନିର୍ଭରଶୀଳ ଅଛି । ୧୯୬୦ରେ ସିନ୍ଧୁ ସପାରିସ ରାୱଲପିଣ୍ଡିରେ ଭାରତର ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁ ଓ ପାକିସ୍ତାନର ପ୍ରଧାନମନ୍ତ୍ରୀ ଆୟୁସ ଖାନ୍ ଙ୍କ ସ୍ବାକ୍ଷର ଅନୁଯାୟୀ ୭୦ ପ୍ରତିଶତ ପାକିସ୍ତାନବାସୀଙ୍କୁ ପିଇବା ଯୋଗ୍ୟ ପାଣି ଏହି ନଦୀମାନଙ୍କରୁ ମିଳିଥାଏ । ଏହାପରେ ଭାରତ ପାକିସ୍ତାନ କୁ ପାଣି ଦେବା ଆରମ୍ଭ କରିଲେ କିନ୍ତୁ ପାକିସ୍ତାନ କେବଳ ଆତଙ୍କବାଦୀଙ୍କୁ ପ୍ରଶୟ ଦେବା ଓ ଭାରତରେ ଆତଙ୍କ ଖେଳାଇ, ନିରୀହ ଜନତାଙ୍କ ଉପରେ ଦାଉ ସାଜୁ ଅଛି । ପାକିସ୍ତାନ କେବେ ମଧ୍ୟ ସୁଧୁରିବ ନାହିଁ ତେଣୁ ଭାରତୀୟ ଗବେର୍ଣମେଣ୍ଟ ପାକିସ୍ତାନ କୁ ବୁନ୍ଦ ବୁନ୍ଦ ପାଣି ପାଇଁ ଛଟପଟ କରେଇବା ପାଇଁ ଚାହୁଁଛି ।