ମୋଦିଙ୍କ ଲହଡିରେ ଭାସିଗଲେ ବଡ ବଡ ରାଜନେତାମାନେ, ଶତ୍ରୁଘ୍ନ, କନେହେୟାଙ୍କ ସହ ଏହି ନେତାମାନଙ୍କୁ ମଧ୍ୟ ହାରିବା ପାଇଁ ପଡିଛି ।

Spread the love

ମୋଦିଙ୍କ ହାୱାରେ ଅନେକ ନେତାଙ୍କୁ ରାଜନୀତିରେ ପରାଜୟ ବରଣ କରିବାକୁ ପଡିଛି । ଏହି ନେତାଙ୍କ ମଧ୍ୟରେ ଅନେକ ବଡ ବଡ ନେତା ସାମିଲ ଅଛନ୍ତି ।

ସପ୍ତମ ଚରଣ ମତଦାନ ପରେ ୨୩ ମଇରେ ବିଜେପି ପୁଣିଥରେ ପୂର୍ଣ୍ଣ ବହୁମତ ହାସଲ କରି କେନ୍ଦ୍ରରେ ସରକାର ଗଢ଼ିବ । ନରେନ୍ଦ୍ର ମୋଦି ୨୪ ତାରିଖରେ କ୍ୟାବିନେଟ ମିଟିଙ୍ଗ ରଖିବେ, ଯେଉଁଥିରେ ନିଷ୍ପତି ନିଆଯିବ କେଉଁ ନେତାମାନେ କେଉଁ ପଦରେ କାର୍ଯ୍ୟ କରିବେ । ନିର୍ବାଚନ ଫଳ ଆସିବା ପୂର୍ବରୁ କଂଗ୍ରେସର ଆଶାୟୀ ପାର୍ଥୀମାନେ ବିଶ୍ୱାସ ରଖିଥିଲେ, ସେମାନେ ନିଜ ନିଜ କ୍ଷେତ୍ରରେ ଜୟଯୁକ୍ତ ହେବେ କିନ୍ତୁ ନିର୍ବାଚନ ଫଳ ବାହାରିବା ପରେ ସବୁକିଛି ଓଲଟପାଲଟ ହୋଇଯାଇଛି । ମୋଦି ନାମକ ସୁନାମି ଅନେକ ବିଜ୍ଞ ରାଜନେତାଙ୍କୁ ଭସାଇ ନେଇଛି ।

ମୋଦି ନାମକ ସୁନାମି ଅନେକ ବିଜ୍ଞ ରାଜନେତାଙ୍କୁ ଭସାଇ ନେଇଛି :

ଲୋକସଭା ନିର୍ବାଚନ ୨୦୧୯ର ଫଳାଫଳ ଆସିଗଲାଣି ଏବଂ ପୁଣିଥରେ ଦେଶବାସୀ ମୋଦିଙ୍କ ଉପରେ ବିଶ୍ୱାସ ଦର୍ଶାଇଛି । ୫୪୨ ଲୋକସଭା ଆସନ ପାଇଁ ହୋଇଥିବା ନିର୍ବାଚନ ପରେ ଭୋଟ ଗଣତି ମଧ୍ୟ ଶେଷ ହୋଇଯାଇଛି ଏବଂ ସେଥିରେ ବିଜେପି ପୁଣିଥରେ ବହୁମତ ପାଇ କେନ୍ଦ୍ରରେ ଶାସନର ଭାର ସମ୍ଭାଳିବ । ଆସନ୍ତୁ ଜାଣିବେ କେଉଁ କେଉଁ ନେତାମାନେ ମୋଦି ନାମକ ସୁନାମୀରେ ଭାସି ଯାଇଛନ୍ତି ।

ମଲ୍ଲିକାଜୁର୍ଣ ଖଡ଼ଗେ କଂଗ୍ରେସ :

କର୍ଣ୍ଣାଟକର ଗୁଲବର୍ଗ ଆସନରୁ କଂଗ୍ରେସର ପୁରୁଖା ନେତା ମଲ୍ଲିକାଜୁର୍ଣ ଖଡ଼ଗେ ନିର୍ବାଚନ ଲଢ଼ିଥିଲେ । ଖବର ଅନୁସାରେ ସେ ବିଜେପିର ଉମେଶ ଜି ଯାଦବଙ୍କ ଠାରୁ ୪୨ ହଜାର ଭୋଟରେ ହାରିଛନ୍ତି ।

ରାମ କୃପାଳ ଯାଦବ ଆରଜେଡି :

ବିହାରର ପାଟଳିପୁତ୍ର ଆସନରୁ ବିଜେପି ନେତା ରାମ କୃପାଳ ଯାଦବ ଆରଜେଡ଼ି ପାର୍ଥୀ ଲାଲୁ ଯାଦବଙ୍କ ଝିଅ ମିଶା ଭାରତୀଙ୍କ ଠାରୁ ୫ ହଜାର ଭୋଟରେ ପଛରେ ଅଛନ୍ତି ।

ଶତ୍ରୁଘ୍ନ ସିଂହା କଂଗ୍ରେସ :

ବିଜେପିରୁ କଂଗ୍ରେସକୁ ଆସିଥିବା ଶତ୍ରୁଘ୍ନ ସିଂହା ବିଜେପିର ରବି ଶଙ୍କର ପ୍ରସାଦଙ୍କ ଠାରୁ ୭୪ ହଜାର ଭୋଟରେ ପଛରେ ଅଛନ୍ତି । ଶତ୍ରୁଘ୍ନ ଏବଂ ପ୍ରସାଦ ବିହାରର ପାଟାନା ସାହିବ ଆସନରୁ ନିର୍ବାଚନ ଲଢୁଥିଲେ ।

କନେହ୍ୟା କୁମାର ସିପିଆଇ :

ବିହାରର ବେଗୁଲରାୟରୁ ସିପିଆଇର କନେହ୍ୟା କୁମାର ବିଜେପିର ଗିରିରାଜ ସିଂହଙ୍କ ଠାରୁ ୧ ଲକ୍ଷ ୭୭ ହଜାର ଭୋଟରେ ପଛରେ ଅଛନ୍ତି ।

ଜ୍ୟୋତିରାଦିତ୍ୟ ସିନ୍ଧିୟା କଂଗ୍ରେସ :

କଂଗ୍ରେସ ନେତା ଜ୍ୟୋତିରାଦିତ୍ୟ ସିନ୍ଧିୟା ମଧ୍ୟପ୍ରଦେଶର ଗୁନା ଆସନରୁ ନିର୍ବାଚନ ଲଢ଼ୁଛନ୍ତି । ସିନ୍ଧିୟା ବିଜେପିର କେପି ଜାଦବଙ୍କ ଠାରୁ ୫୫ ହଜାର ଭୋଟରେ ପଛରେ ଅଛନ୍ତି ।

ଦିଗବିଜୟ ସିଂହ କଂଗ୍ରେସ :

ଭୋପାଳରୁ ନିର୍ବାଚନ ଲଢ଼ୁଥିବା ଦିଗବିଜୟ ସିଂହ ବିଜେପିର ସାଧବୀ ପ୍ରଜ୍ଞାଙ୍କ ଠାରୁ ୧,୧୦,୫୨୦ ଭୋଟରେ ପଛୁଆ ଅଛନ୍ତି ।

ସଠିକ ରୂପେ କେଉଁ ନେତା ମାନେ ବିଜୟ ଲାଭ କରିଛନ୍ତି ତାହା ସମୟ କହିବ । ଏହି ପରିପ୍ରେକ୍ଷୀରେ କୁହାଯାଇ ପାରିବ କଂଗ୍ରେସ ପାଇଁ ନିର୍ବାଚନ ଜିତିବା ବର୍ତ୍ତମାନ ସହଜ ନୁହେଁ । ୨୦୨୪ ନିର୍ବାଚନ ପାଇଁ କଂଗ୍ରେସକୁ ବହୁତ ପରିଶ୍ରମ କରିବା ପାଇଁ ପଡ଼ିବ । ମୋଦିଙ୍କ ବିଜୟ ଫଳରେ ଦେଶରେ ଖୁସିର ବାତାବରଣ ଚାଲିଛି ।