ମୋଦି ବନାମ ମୋନମୋହନ ସରକାର । ଜାଣନ୍ତୁ କାହା ସମୟରେ ହୋଇଛି ସବୁଠୁ ଅଧିକ ଆତଙ୍କବାଦୀ ଜନିତ ଘଟଣା ।

Spread the love

ପୁଲୱାମାରେ ୧୪ ଫେବ୍ରୁଆରୀ ରେ ହୋଇଥିବା ଆତଙ୍କୀ ହମଲାରେ ୪୦ ଜଣ ଜବାନ ଶହୀଦ ହୋଇଥିଲେ । କାଶ୍ମୀରରେ ଏହିପରି ଘଟଣା ବାରମ୍ବାର ହେଉଛି ଓ ଏହା ବନ୍ଦ ହେବାର ନାମ ନେଉ ନାହିଁ । କିନ୍ତୁ ଭାରତର ଏହିପରି ଅବସ୍ଥା ଦେଖି ପଡୋଶୀ ଦେଶର ମନୋବଳ ନିଶ୍ଚୟ କମ ହୋଇଛି । ୨୦୧୬ ମସିହାରେ ମୋଦି ସରକାର ସର୍ଜିକାଲ ଷ୍ଟ୍ରାଇକ କରି ପାକିସ୍ତାନକୁ କଡା ଜବାବ ଦେଇଥିଲେ । ଏହି ସମୟରେ ହୋଇଥିବା ଉରୀ ହମଲାରେ ୧୯ ଜବାନ ଶହୀଦଙ୍କ ମୃତ୍ୟୁର ପ୍ରତିଶୋଧ ନିଆଯିବା ସହ ଭାରତ ପାକିସ୍ତାନ ଭିତରେ ପଶି ୪୦ଟି ଆତଙ୍କବାଦୀଙ୍କ ସହ ୯ ଜଣ ପାକିସ୍ତାନ ଜବାନକୁ ମଧ୍ୟ ମାରି ଦିଆଯାଇଥିଲା।

ବର୍ତ୍ତମାନ ପୁଲୱାମା ହମଲା ପରେ ଦେଶ ପୁଣି ଥରେ ଆଉ ଏକ ସର୍ଜିକାଲ ଷ୍ଟ୍ରାଇକ-୨ କରିବା ପାଇଁ ଚାହୁଁଛି । ଯଦି ଆମେ ମୋଦି ଓ ମୋନମୋହ ସରକାରଙ୍କୁ ତୁଳନା କରିବା ତେବେ ଗୃହ ମନ୍ତ୍ରାଳୟର ରିପୋର୍ଟ ଅନୁଯାୟୀ ୨୦୧୪-୨୦୧୮ ମଧ୍ୟରେ କାଶ୍ମୀରରେ ଆତଙ୍କବାଦୀ ହମଲା ପୂର୍ବ ତୁଳନାରେ ବହୁତ କମ ହୋଇଛି ।

୨୦୦୪-୧୩ ବନାମ ୨୦୧୪-୧୮ :- ୨୦୦୪ ମସିହାରୁ ୨୦୧୮ ମସିହା ପର୍ଯ୍ୟନ୍ତ କାଶ୍ମୀରରେ ମୋଟ ୧୧,୪୪୭ ଆତଙ୍କୀ ହମଲା ହୋଇଛି । ଯେଉଁଥିରେ ୧୩୯୪ ଜବାନ ପ୍ରାଣ ହରାଇ ଶହୀଦ ହୋଇଛନ୍ତି । ଯଦି ଆମେ ୨୦୦୪ ରୁ ୨୦୧୩ ମସିହା ପର୍ଯ୍ୟନ୍ତ ଦେଖିବା ତେବେ ଏହି ସମୟରେ ୯,୭୩୯ ଆତଙ୍କୀ ହମଲାରେ ୧,୦୫୫ ସୈନିକ ଶହୀଦ ହୋଇଥିଲେ ।

ୟୁପିଏ-୧ ବନାମ ୟୁପିଏ-୨ :- ୨୦୦୪ ମସିହାରେ ଅଟଳ ବିହାର ବାଜପେୟୀ ସରକାରଙ୍କୁ ବିଫଳ କରି କଂଗ୍ରେସ ପୁଣିଥରେ ସତ୍ତାକୁ ଆସିଥିଲା । ମନମୋହନ ସିଂହଙ୍କୁ ଦେଶର ପ୍ରଧାନମନ୍ତ୍ରୀ କରାଯାଇଥିଲା । ୟୁପିଏ-୧ରେ ୮,୦୨୨ ଥର ଆତଙ୍କୀ ହମଲା ହୋଇଥିଲା ଯାହାର ସାମନା କରିବାକୁ ଯାଇ ମୋଟ ୮୦୬ ଜଣ ସୈନିକ ଶହୀଦ ହୋଇଥିଲେ । ୟୁପିଏ-୨ ସରକାରଙ୍କ ସମୟରେ ୧,୭୧୭ ଆତଙ୍କୀ ହମଲା ରେ ୨୪୯ ଜଣ ସୈନିକ ନିଜ ପ୍ରାଣ ହରାଇଥିଲେ ।

ୟୁପିଏ-୧ ବନାମ ମୋଦି ସରକାର:- ଗୃହ ମନ୍ତ୍ରାଳୟର ରିପୋର୍ଟ ଅନୁସାରେ ୨୦୦୪-୦୮ ମସିହାର ତୁଳନା ଅନୁଯାୟୀ ୨୦୧୪-୧୮ ମସିହା ମଧ୍ୟରେ କାଶ୍ମୀରରେ ଆତଙ୍କୀ ହମଲା କମ ସେ କମ ୫ଗୁଣ କମିଯାଇଛି । ଆଉ ସୈନିକଙ୍କ କ୍ଷତି ପ୍ରାୟ ଅଢେଇ ଗୁଣ କମିଯାଇଛି ।

ୟୁପିଏ-୨ ବନାମ ମୋଦି ସରକାର:- ୨୦୦୯-୧୩ ମସିହାର ତୁଳନା ଅନୁଯାୟୀ ଯଦି ୨୦୦୪-୧୮ କୁ ଦେଖିବା ତେବେ ଏହି ସମୟର ଆତଙ୍କୀ ହମଲା କମ ହୋଇଥିଲେ ବି ସୈନିକଙ୍କ ନଷ୍ଟ ବହୁତ ଅଧିକ ହୋଇଛି ।