ପୂର୍ବଥର ଅପେକ୍ଷା ଭିନ୍ନ ଶୈଳୀରେ ହେବ ମୋଦିଙ୍କ ଶପଥ ସମାରୋହ । ସାମିଲ ହେବେ ସୋନିଆ ଗାନ୍ଧି, ରାହୁଲ ଗାନ୍ଧିଙ୍କ ସମେତ ୬୦୦୦ ଅତିଥି ।

Spread the love

ପୂର୍ବଥର ଅପେକ୍ଷା ଭିନ୍ନ ଶୈଳୀରେ ହେବ ମୋଦିଙ୍କ ଶପଥ ସମାରୋହ । ସାମିଲ ହେବେ ସୋନିଆ ଗାନ୍ଧି, ରାହୁଲ ଗାନ୍ଧିଙ୍କ ସମେତ ୬୦୦୦ ଅତିଥି ।

ନୂଆଦିଲ୍ଲୀ: ରାଷ୍ଟ୍ରପତି ଭବନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଶପଥ ଗ୍ରହଣ ସମାରୋହ ପାଇଁ ପ୍ରସ୍ତୁତି ସାରିଛି । ମୋଦୀ ଗୁରୁବାର ସନ୍ଧ୍ୟାରେ ୨ୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ । ଗତ ଥର ଭଳି ଏଥର ମଧ୍ୟ ରାଷ୍ଟ୍ରପତି ଭବନରେ ବଡ଼ ସଂଖ୍ୟାରେ ଅତିଥିମାନେ ଏକତ୍ରିତ ହେବେ । ଏହି ସମାହାର ଉତ୍ସବରେ ପ୍ରାୟ ୬ ହଜାର ଅତିଥିଙ୍କ ପାଇଁ ନିମନ୍ତ୍ରଣ ପଠାଯାଇଛି । ସମସ୍ତ ସାଂସଦଙ୍କୁ ନିମନ୍ତ୍ରଣ ପଠାଯାଇଛି । ଗତ ଥର ଭଳି ଏଥର ମଧ୍ୟ ମଂଚ ପ୍ରସ୍ତୁତ ହେଉଛି। ଅତିଥିଙ୍କ ପାଇଁ ଟି ବ୍ୟବସ୍ଥା ହୋଇଥିବା ବେଳେ ବିଶେଷ ଅତିଥିଙ୍କ ପାଇଁ ରାତ୍ରି ଭୋଜନ ବ୍ୟବସ୍ଥା କରାଯାଇଛି ।

ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଶପଥ ଗ୍ରହଣ ସମାରୋହରେ ସାମିଲ ହେବେ । ସୋନିଆ ଓ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ଏହି ନିଷ୍ପତ୍ତି ଏଥିପାଇଁ ସ୍ୱତନ୍ତ୍ର ରହିଛି କାରଣ ନିର୍ବାଚନ ସମୟରେ ବିଜେପି ଓ କଂଗ୍ରେସର ନେତାଙ୍କ ମଧ୍ୟରେ ଟଣାଓଟରା ହୋଇଥିବା ଦେଖିବାକୁ ମିଳିଥିଲା ।

ଏମିତିକି କଂଗ୍ରେସ ବରିଷ୍ଠ ନେତା ଗୁଲାମ ନବୀ ଆଜାଦ ମଧ୍ୟ ଏହି ସମାହାର କାର୍ଯ୍ୟକ୍ରମରେ ସାମିଲ ହେବେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଇ ୩୦ରେ ରାଷ୍ଟ୍ରପତି ଭବନରେ ପ୍ରଧାନମନ୍ତ୍ରୀଙ୍କ ପଦ ଓ ଗୋପନୀୟତା ସହ ଶପଥ ନେବେ । ସମାରୋହ ପ୍ରସ୍ତୁତି ଶେଷ ହୋଇସାରିଛି ।

ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଶପଥ ସମାରୋହରେ ସାମିଲ ହେବା ପାଇଁ ମନା କରି ଦେଇଛନ୍ତି । ପ୍ରଥମେ ଚର୍ଚ୍ଚା ଥିଲା କି ସେ ଏହି ସମାରୋହରେ ସାମିଲ ହେବେ । ଗୋଟିଏ ଦିନ ପରେ ସେ କହିଛନ୍ତି, ଗୋଟିଏ ଘଣ୍ଟା ପୂର୍ବ ପର୍ଯ୍ୟନ୍ତ ମୋର ନିଷ୍ପତ୍ତି ଥିଲା କି ସମାରୋହକୁ ଯିବି । କିନ୍ତୁ ମିଡିଆ ରିପୋର୍ଟ ଦେଖିଲେ, ବିଜେପି ଦାବି କରୁଛି ବଙ୍ଗଳାରେ ହୋଇଥିବା ରାଜନୈତିକ ହିଂସାରେ ୫୪ଜଣ ଲୋକଙ୍କ ମୃତ୍ୟୁ ହୋଇଛି । ଏହା ମିଥ୍ୟା ଅଟେ । ମୁଁ ନିରୁପାୟ କି ସମାରୋହରେ ସାମିଲ ହୋଇପାରୁ ନାହିଁ ।

ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେବେ ନାହିଁ । ମିଳିଥିବା ସୂଚନ ଅନୁସାରେ, ଆସନ୍ତାକାଲି ରାଜ୍ୟର ନବ ନିର୍ବାଚିତ ବିଧାୟକ ମାନଙ୍କର ଶପଥ ଗ୍ରହଣ ଉତ୍ସବ ରହିଛି । ଏଥିରେ ଗୃହର ନେତା ଭାବେ ମୁଖ୍ୟମନ୍ତ୍ରୀ ଉପସ୍ଥିତ ରହିବେ । ତେଣୁ ମୋଦୀଙ୍କ ଶପଥ ଗ୍ରହରଣ ଉତ୍ସବରେ ଯୋଗ ଦେଇ ପାରିବେ ନାହିଁ ।

ପ୍ରକାଶଥାଉ କି, ନବୀନ ମଧ୍ୟ ଆଜି ତାଙ୍କର ଶପଥ ଗ୍ରହଣ ଛତ୍ସବରେ ଯୋଗ ଦେବା ପାଇଁ ମୋଦୀଙ୍କୁ ନିମନ୍ତ୍ରଣ କରିଥିଲେ । କିନ୍ତୁ ଏଥିରେ ଶ୍ରୀ ମୋଦୀ ଯୋଗ ଦେଇ ନ ଥିଲେ ।