ମୋଦି ସରକାରଙ୍କ ଦ୍ୱାରା ଆରବ ଦେଶଗୁଡିକୁ ବଡ଼ ଝଟକା ! ଏବେ ଆମେରିକା ଠାରୁ ଭାରତ କିଣିବ କୋଟି-କୋଟି ଟଙ୍କାର ତେଲ….

Spread the love

ସାଉଦି ଆରବ ର କ୍ରାଉନ୍ ପ୍ରିନ୍ସ ମହମ୍ମଦ ବିନ ସଲମାନ ପାକିସ୍ଥାନ ର ଶତକୋଟି ଡଲାର ଉପହାର ଦେବାପରେ ମଙ୍ଗଳବାର ଦିନ ଭାରତକୁ ଆସୁଛନ୍ତି । କିନ୍ତୁ ତାହାର ଗୋଟିଏ ଦିନ ଆଗରୁ ହିଁ ଭାରତ ଆରବ ଦେଶଗୁଡିକୁ ବଡ ଝଟକା ଦେଲେ । ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ଆରମ୍ଭିକ ବାଲା ସରକାର କ୍ରୁଡ଼ ତେଲ ପାଇଁ ଆରବ ଦେଶ ମାନଙ୍କଠାରେ ନିର୍ଭରତା କମ କରିବାକୁ ନିର୍ଣ୍ଣୟ ନେଲେ । ସରକାରୀ କମ୍ପାନୀ ଇଣ୍ଡିଆନ ଓଇଲ (Indian Oil) ପ୍ରତ୍ୟେକ ଦିନ ୬୦ ହଜାର ବ୍ୟାରେଲ୍ ବା ପାଖାପାଖି ୩୦ ଲକ୍ଷ ଟନ୍ ତେଲ କିଣିବାପାଇଁ ଆମେରିକା ସହିତ ସପାରିଶ କରିଲେ ।

ଭାରତ ଓ ଆମେରିକା ମଧ୍ୟରେ ଥିବା ସମ୍ପର୍କ ଦୃଢତା ହେବ

ରାୟଟର୍ସ ର ଗୋଟିଏ ରିପୋର୍ଟ ଅନୁଯାୟୀ, ଦେଶର ସବୁଠାରୁ ବଡ଼ ରିଫାଇନ୍ ଆଇ.ଅ.ସି (IOC) ଭାରତର ପ୍ରଥମ ସରକାରୀ ତେଲ କମ୍ପାନୀ ଅଟେ ଯିଏକି ଆମେରିକା ସହ ବର୍ଷ ତମାମ ଅଂଶ ବଣ୍ଟନ କରିଛନ୍ତି । ଏହାଦ୍ୱାରା ଭାରତ ଓ ଆମେରିକା ମଧ୍ୟରେ ଟ୍ରେଡ଼ ବନ୍ଧୁତା ରେ ମଧ୍ୟ ଦୃଢତା ହେବ । ପ୍ରଥମେ କମ୍ପାନୀ ସ୍ପୋଟ୍ ରୁ ଆମେରିକା ତେଲ କିଣୁଥିଲା ଓ ଏହାପରେ ନଭେମ୍ବର ଓ ଜାନୁଆରୀ ମଧ୍ୟରେ ୬୦ ଲକ୍ଷ ବ୍ୟାରେଲ୍ ତେଲ କିଣିବା ପାଇଁ ଗୋଟିଏ ମିନି-ଟର୍ମ ଅଂଶ ବଣ୍ଟନ କରିଥିଲେ ।

ଏପ୍ରେଲ ଠାରୁ ଆରମ୍ଭ ହେବ ଯୋଗାଣ –

ଆଇ.ଅ.ସି ସଞ୍ଜୀବ ସିଂହ କହିଲେ କି, ବର୍ଷକର contract ଏପ୍ରେଲ ୨୦୧୯ ରେ ଆରମ୍ଭ ହୋଇ ମାର୍ଚ୍ଚ ୨୦୨୦ ରେ ଶେଷ ହେବ । କିନ୍ତୁ ସେମାନେ ବିକ୍ରେତା କମ୍ପାନୀ ଓ ତାହାର ମୂଲ୍ୟ ବିଷୟକୁ ଗୋପନୀୟତା ରେ ରଖିଲେ । ଗୋଟିଏ ଇଣ୍ଡଷ୍ଟ୍ରି ସୌର୍ସ କହିଲେ କି IOC ନରୱେ ର ତେଲ କମ୍ପାନୀ ଇବିନୋର ସହିତ ଅଂଶ ବଣ୍ଟନ କରିଛି । ଯାହା ଆମେରିକା କ୍ରୁଡ଼ ଗ୍ରେଡ ର ବିଭିନ୍ନ ପ୍ରକାରର ଯୋଗାଣ କରିବ । ଇକ୍ବିନୋର୍ ମଧ୍ୟ ଏହି ବିଷୟରେ ଟିପ୍ପଣୀ ଦେବାପାଇଁ ମନା କରିଲେ ।

ଆରବ ଦେଶ ମାନଙ୍କ ଉପରେ ନିର୍ଭରତ କମିବ –

ଇଣ୍ଡିଆନ ଓଇଲ ନିଜ ତେଲ ଆବଶ୍ୟକତା ର ଅଧିକାଂଶ ଲଙ୍ଗ ଟର୍ମ deal ର ମାଧ୍ୟମରେ କିଣୁଥିଲେ ଯାହା ଅଧିକାଂଶ ଅପେକ୍ ର (OPEC) ଦେଶ ସହିତ ହେଉଥିଲା । ଅପେକ୍ ର ସଦସ୍ୟ ମାନଙ୍କରେ ଅଧିକାଂଶ ଆରବ ଦେଶ ସାମିଲ ଥିଲା । ଟର୍ମ deal ଯୋଗୁଁ IOC କୁ OPEC ଦେଶମାନଙ୍କ ଉପରେ ନିର୍ଭର କମ କରିବାରେ ସାହାଯ୍ୟ ମିଳିବ ।