ବଜେଟ 2019 : ମୋଦି ସରକାର 2030 ପର୍ଯ୍ୟନ୍ତ ଏହି କ୍ଷେତ୍ରଗୁଡିକ ଉପରେ କରିବେ ଗୁରୁତ୍ୱାରୋପ

Spread the love

ଅର୍ଥମନ୍ତ୍ରୀ ପୀୟୁଷ ଗୋଏଲ ଆର୍ଥିକ ବର୍ଷ ୨୦୧୯-୨୦ ପାଇଁ ବଜେଟ ଉପସ୍ଥାପନ କରି କହିଲେ ଯେ, ସରକାର ଆଗାମୀ ଦଶନ୍ଧିକୁ ପରିକଳ୍ପନା କରି ଏହି ବଜେଟ ପ୍ରସ୍ତୁତ କରିଛନ୍ତି । ମୋଦି ସରକାର ଏମିତି ଏକ ଭାରତ ତିଆରି କରିବା ପାଇଁ ପରିକଳ୍ପନା କରିଛି, ଯେଉଁଠାରେ ଗରିବ, ଅନାହାର, ଅତ୍ୟାଚାର, ନିରକ୍ଷରତା ଏହି ସବୁ ଅତୀତର ଘଟଣାବଳୀ ହୋଇଥିବା ଓ ଭାରତକୁ ଏକ ଆଧୁନିକ, ଔଦ୍ୟୋଗିକ ଏବଂ ପୂର୍ଣ୍ଣ ବିକଶିତ ଦେବା ଭାବରେ ଉଭା ହେବ !

କେନ୍ଦ୍ର ସରକାର ୨୦୩୦ ମସିହା ପର୍ଯ୍ୟନ୍ତ ଖାସ୍ ଏହି କାମ ମାନଙ୍କ ଉପରେ ଅଧିକ ଗୁରୁତ୍ୱ ଦେବେ !!

କେନ୍ଦ୍ରରେ ମୋଦି ସରକାର ଆଜି ବଜେଟ ଉପସ୍ଥାପନା କରିଛନ୍ତି, ଯେଉଁଥିରେ ସରକାର ଆଗାମୀ ଦଶ ଦଶନ୍ଧି ପର୍ଯ୍ୟନ୍ତ ଏମିତି କେତେକ ଘଟଣା ଉପରେ ଗୁରୁତ୍ୱାରୋପ କିରବା ପାଇଁ ପାଇଁ କହିଛନ୍ତି । କେନ୍ଦ୍ରୀୟ ଅର୍ଥମନ୍ତ୍ରୀ ପିୟୁଷ ଗୋୟଲ 2019 ମସିହାର ବଜେଟ ଉପସ୍ଥାପନା କରିବା ସମୟରେ କହିଲେ, 2030 ପର୍ଯ୍ୟନ୍ତ ଦେଶର ଦଶଟି ଗୁରୁତ୍ୱପୂର୍ଣ୍ଣ ତଥ୍ୟକୁ ସରକାରୀ ସୂଚୀ ତାଲିକାରେ ସ୍ଥାନିତ କରାଯାଇଛି ।

୨୦୩୦ ପର୍ଯ୍ୟନ୍ତ ସରକାର ଖାସ୍ ଏହି ୧୦ ଟି ବିଷୟ ଉପରେ ଅଧିକ ଗୁରୁତ୍ୱ ଦେବେ…

ଆସନ୍ତୁ ସେହି ୧୦ ଟି ବିଷୟରେ ଏବେ ଆମେ ସମ୍ପୁର୍ଣରୂପେ ଜାଣିବା

୧) 10 trillion dollar ର ଅର୍ଥ ବ୍ୟବସ୍ଥା ସହଜ-ସୁଖମୟ ଜୀବନ ପାଇଁ ଭୌତିକ ଓ ସାମାଜିକ ଭିତ୍ତି ସଂରଚନା ର ନିର୍ମାଣ କରିବା ।

୨) ଗୋଟିଏ ଏଭଳି ଡିଜିଟାଲ ଭାରତ ନିର୍ମାଣ କରିବାର ଅଛି ଯେଉଁଠାରେ ଯୁବ ବର୍ଗ ଡିଜିଟାଲ ଭାରତର ସୃଷ୍ଟିର ବ୍ୟାପକ ସ୍ଥର ରୂପେ ଷ୍ଟାର୍ଟ-ଅଫ୍ ଓ ଇକୋ ପଦ୍ଧତିରେ ଲକ୍ଷ-ଲକ୍ଷ ରାଜଗର ର ସୃଷ୍ଟି କରି ଏହାର ନେତୃତ୍ୱ କରିବ ।

୩) ଭାରତକୁ ପ୍ରଦୂଷଣ ମୁକ୍ତ ରାଷ୍ଟ୍ର କରିବା ପାଇଁ ଇଲେକ୍ଟ୍ରିକାଲ୍ ବାହନ, ପୁନରୁଦ୍ଧାର ଉର୍ଜା ବିଷୟରେ ବିଶେଷ ଧ୍ୟାନ ଦେବା ।

୪) ଆଧୁନିକ ଡିଜିଟାଲ ପ୍ରଯୁକ୍ତି ବିଦ୍ୟା ଉପଯୋଗ କରି ଗ୍ରାମୀଣ ଶିଳ୍ପାୟନ ବିସ୍ତାର ମାଧ୍ୟମରେ ଅତ୍ୟଧିକ ମାତ୍ରାରେ ରୋଜଗାର ସୃଷ୍ଟି କରିବା ।

୫) ସବୁ ଭାରତୀୟଙ୍କ ପାଇଁ ସୁରକ୍ଷିତ ପିଇବା ଜଳ ସହ ସ୍ଵଛ ନଦୀ ଓ ଲଘୁ ସୂଚାଉ ଥିବା କୌଶଳ ଆପଣାଇ ଜଳକୁ ଠିକ୍ ରୂପେ ଉପଯୋଗ କରିବା ।

୬) ସାଗର କାର୍ଯ୍ୟକ୍ରମରେ ପ୍ରୟାସରେ ଶୀଘ୍ରତା ଆଣିବା ସହ ଭାରତରେ ଉପକୂଳବର୍ତ୍ତୀ ଓ ସମୁଦ୍ର ମାର୍ଗର ମାଧ୍ୟମରେ ଦେଶର ବିକାଶକୁ ଶକ୍ତିଶାଳୀ କରିବା ।

୭) ଆମ ଅନ୍ତରୀକ୍ଷ କାର୍ଯ୍ୟକ୍ରମ – ଆକାଶ ଯାତ୍ରା, ଭାରତ ଦୁନିଆର ଉପଗ୍ରହକୁ ଛାଡିବା ପାଇଁ ‘ ଲଞ୍ଚ ପୈଡ଼ ‘ କରିସାରିଛନ୍ତି ୨୦୨୨ ମଧ୍ୟରେ ଭାରତୀୟ ଅନ୍ତରୀକ୍ଷ ଯାତ୍ରୀ ଙ୍କୁ ଅନ୍ତରୀକ୍ଷ କୁ ନେବା କାର୍ଯ୍ୟକୁ ଦର୍ଶାଇ ଥାଏ ।

୮) ସର୍ବାଧିକ ଜୈବିକ ପଦ୍ଧତିରେ ଖାଦ୍ୟଶସ୍ୟ ଉତ୍ପାଦନ ଓ ଖାଦ୍ୟଶସ୍ୟ ନିର୍ମାଣରେ ଭାରତକୁ ଆତ୍ମ ନିର୍ଭର କରିବା ଓ ବିଶ୍ୱକୁ ଖାଦ୍ୟର ଆବଶ୍ୟକତା ପୂରଣ କରିବା ପାଇଁ ଖାଦ୍ୟଶସ୍ୟ ରପ୍ତାନି କରିବା ।

୯) ୨୦୩୦ ମଧ୍ୟରେ ସ୍ୱାସ୍ଥ୍ୟ ଭାରତ ଓ ଏକ ଉତ୍ତମ ସ୍ୱାସ୍ଥ୍ୟ ଯତ୍ନ ଏବଂ ବ୍ୟାପକ ଆରୋଗ୍ୟ ପ୍ରଣାଳୀ ସହ ଅୟୁସମାନ ଭାରତ ଓ ମହିଳା ସହଭାଗୀତା ଏହାର ଏକ ମହତ୍ୱପୂର୍ଣ ଘଟଣା ହେବ ।

୧୦) ଭାରତକୁ ନ୍ୟୁନତମ ସରକାର, ଅଧିକତ୍ତମ ଅଭିଶାସନ ର ଏକ ଏଭଳି ରାଷ୍ଟ୍ରର ରୂପ ଦେବା ଯେଉଁଠାରେ ବଛା ହେଇଥିବା ସରକାରଙ୍କ ସହ କାନ୍ଧରେ କାନ୍ଧ ମିଶାଇ ଚାଲିବା ବାଲା ସହକର୍ମୀ ଓ ଅଧିକାରଙ୍କ ଅଭିଶାସନ କୁ ମହତ୍ୱ ରୂପ ଦିଆଯାଇ ପାରିବ ।