ଅନ୍ତରାଷ୍ଟ୍ରୀୟ ଯୋଗ ଦିବସ : ମୋଦି ରାଞ୍ଚୀରେ ୧୩ଟି ଯୋଗ ଶିବିରରେ ଉପସ୍ଥିତ ରହିଥିଲେ, କହିଲେ ଯୋଗ ସୀମାଠୁ ଉପରେ ଏବଂ ସମସ୍ତଙ୍କ ପାଇଁ ଅଟେ ।

Spread the love

. ନରେନ୍ଦ୍ର ମୋଦି କହିଲେ – ଭାରତରେ ଯୋଗ ପ୍ରତି ସଚେତନତା ସବୁ ସ୍ଥାନରେ, ସମସ୍ତ ବର୍ଗଙ୍କ ପାଖରେ ପହଁଚିଛି ।

. “ଗଳି-କନ୍ଦିରୁ ୱେଲ୍-ନେସ୍ ସେଣ୍ଟର୍ସ (Wellness Centers) ପର୍ଯ୍ୟନ୍ତ ଆଜି ଯୋଗର ଅନୁଭବ କରାଯାଇ ପାରିବ” ।

. ମୋଦି ଆଜି ରାଞ୍ଚୀର ପ୍ରଭାତ ତାରା ପଡ଼ିଆରେ ୨୮ ହଜାର ଲୋକଙ୍କ ସହ ଯୋଗ କରିଥିଲେ ।

ପଞ୍ଚମ ଅନ୍ତରାଷ୍ଟ୍ରୀୟ ଯୋଗ ଦିବସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶ ଏବଂ ବିଶ୍ଵକୁ ଶୁଭକାମନା ଦେଇଥିଲେ । ରାଞ୍ଚିର ପ୍ରଭାତ ତାରା ପଡ଼ିଆରେ ସେ କହିଲେ, “ଯୋଗ ଅନୁଶାସନ ଏବଂ ସମର୍ପଣ ଅଟେ, ଏହାକୁ ଜୀବନସାରା କରିବାକୁ ପଡିବ । ଯୋଗ ଆୟୁ, ରଙ୍ଗ, ଜାତି, ଧର୍ମ, ଧନୀ-ଗରିବ, ପ୍ରାନ୍ତ ଏବଂ ସୀମା ଠାରୁ ଉର୍ଦ୍ଧ୍ଵରେ ଅଟେ । ଯୋଗ ସମସ୍ତଙ୍କ ପାଇଁ ଏବଂ ସମସ୍ତେ ଯୋଗର ଅଟନ୍ତି ।” ମୋଦି ୨୮,୦୦୦ ଲୋକଙ୍କ ସହ ମିଶି ଯୋଗ କରିଥିଲେ ଏବଂ ୪୫ ମିନିଟ୍ ମଧ୍ୟରେ ସେ ୧୩ଟି ଯୋଗାସନ କରିଥିଲେ ।

ପ୍ରଧାନମନ୍ତ୍ରୀ ଗୁରୁବାର ରାତିରେ ରାଞ୍ଚୀ ପହଂଚି ଯାଇଥିଲେ । ମୋଦିଙ୍କ ସହ ଯୋଗ କରିବା ପାଇଁ ପାଖାପାଖି ୪୦,୦୦୦ ଲୋକ ରେଜିଷ୍ଟ୍ରେସନ କରିଥିଲେ । ଲୋକ ସଂଖ୍ୟା ଅଧିକ ହେବା ଯୋଗୁଁ ୧୨,୦୦୦ ଲୋକଙ୍କ ପାଇଁ ପାଖରେ ଥିବା ଅନ୍ୟ ଏକ ପଡ଼ିଆରେ ଯୋଗ କରିବାର ବ୍ୟବସ୍ଥା କରାଯାଇ ଥିଲା । ଏହିଥର ଯୋଗ ଦିବସର ବିଷୟ ବସ୍ତୁ “ହୃଦୟ ପାଇଁ ଯୋଗ” ଥିଲା ।

ମୋଦି କହିଲେ – ଯୋଗକୁ ଗରିବମାନଙ୍କ ପାଖକୁ ନେବାକୁ ହେବ :

• ମୋଦି କହିଲେ – “ଡ୍ରାଇଙ୍ଗ ରୁମ୍ ଠାରୁ ଆରମ୍ବ କରି ବେଡ୍ ରୁମ୍ ପର୍ଯ୍ୟନ୍ତ, ସହରର ପାର୍କରୁ ଆରମ୍ଭ କରି ସ୍ପୋର୍ଟସ କମ୍ପ୍ଲେକ୍ସ ପର୍ଯ୍ୟନ୍ତ ଆଜି ଯୋଗ ଅଛି । ଗଳି-କନ୍ଦିରୁ ୱେଲ୍-ନେସ୍ ସେଣ୍ଟର୍ସ ପର୍ଯ୍ୟନ୍ତ ଆଜି ଯୋଗର ଅନୁଭବ କରାଯାଇ ପାରିବ ।

• ଆଜିର ବଦଳୁଥିବା ସମୟ ସହ ରୋଗରୁ ବଂଚିବା ସହିତ ସନ୍ତୁଳନ ଉପରେ ଆମର ଧ୍ୟାନ ରହିବା ଦରକାର । ଏହି ଶକ୍ତି ଆମକୁ ଯୋଗରୁ ମିଳିଥାଏ । ଏହି ଭାବନା ଯୋଗର ଅଟେ, ପୁରାତନ ଭାରତୀୟ ଦର୍ଶନର ଅଟେ । ଯୋଗ ସେତେବେଳେ ହୁଏ ନାହିଁ, ଯେତେବେଳେ ଆମେ ଅଧ ଘଣ୍ଟା ଭୂମି ଉପରେ କିମ୍ବା ବିଞ୍ଚଣା ଉପରେ ବସିଥାଉ ।”

• “ବର୍ତ୍ତମାନ ମୋତେ ଆଧୁନିକ ଯୋଗର ଯାତ୍ରା ସହରରୁ ଗ୍ରାମ ପର୍ଯ୍ୟନ୍ତ ନେବାକୁ ହେବ, ଗରିବ ଏବଂ ଆଦିବାସୀଙ୍କ ଘର ପର୍ଯ୍ୟନ୍ତ ନେଇଯିବାକୁ ହେବ । ମୋତେ ଯୋଗକୁ ଗରିବ ଏବଂ ଆଦିବାସୀଙ୍କ ଜୀବନରେ ଏକ ଅଭିନ୍ନ ଭାଗରେ ପରିଣତ କରିବାକୁ ହେବ । କାରଣ ଏହି ଗରିବମାନେ ରୋଗ ଯୋଗୁଁ ଅତ୍ୟଧିକ କଷ୍ଟ ପାଇଥାନ୍ତି ।”

୨୮ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ଯୋଡି ହୋଇଥିଲେ :

• ୨୮ ବିଦ୍ୟାଳୟର ୨,୬୦୦ ଜଣ ଛାତ୍ରଛାତ୍ରୀ ମାନେ ଏହି କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ପହଞ୍ଚିଲେ । ପ୍ରଭାତ ତାରା ପଡ଼ିଆରେ ପ୍ରତ୍ୟେକ ପ୍ରତିଭାଗୀ ମାନଙ୍କୁ ଯୋଗ କରିବା ପାଇଁ ୨୪ ସ୍କୁୟର ଫୁଟର ସ୍ଥାନ ମିଳିଲା । ଅନ୍ୟ ୧୨,୦୦୦ ଲୋକ ନିକଟସ୍ଥ ଯେଏସସିଏ ଷ୍ଟେଡ଼ିଅମ ଏବଂ ସେଣ୍ଟ ଥୋମାସ ବିଦ୍ୟାଳୟରେ ଯୋଗ କଲେ ।

• କାର୍ଯ୍ୟକ୍ରମ ସ୍ଥଳର ଭିନ୍ନ ଭିନ୍ନ ସ୍ଥାନରେ ପରଦା ଲଗା ଯାଇଥିଲା । ପ୍ରଧାନମନ୍ତ୍ରୀଙ୍କୁ ଯେପରି ସମସ୍ତେ ସ୍ପଷ୍ଟ ଭାବରେ ଦେଖି ପାରିବେ, ସେହିଭଳି ଭାବରେ ମଞ୍ଚକୁ ତିଆରି କରାଯାଇଥିଲା ।

• ସୁରକ୍ଷାକୁ ଦୃଷ୍ଟିରେ ରଖି ୧୦୦ରୁ ଆଧିକ ସିସି ଟିଭି କ୍ୟାମେରା ସହ ୪ ହଜାର ସୈନିକମାନେ ଜଗିଥିଲେ ।

• ଏହା ପୂର୍ବରୁ ଅନ୍ତରାଷ୍ଟ୍ରୀୟ ଯୋଗ ଦିବସର ମୁଖ୍ୟ ସମାରୋହ ୨୦୧୫ରେ ନୂଆ ଦିଲ୍ଲୀରେ, ୨୦୧୬ରେ ଚଣ୍ଡିଗଡ଼ରେ, ୨୦୧୭ରେ ଲଖନୋରେ ଏବଂ ୨୦୧୮ରେ ଡେହରାଡୁନରେ ଆୟୋଜିତ କରାଯାଇ ଥିଲା । ମୋଦି ସମସ୍ତ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।