26 କୋଟି କୃଷକଙ୍କୁ 4 ଲକ୍ଷ କୋଟି ଟଙ୍କା କରଜ ଛାଡ଼ କରିବା ପାଇଁ ମୋଦି ସରକାର ଘୋଷଣା କରିବାକୁ ଯାଉଛି

Spread the love

ରାଜସ୍ଥାନ, ମଧ୍ୟପ୍ରଦେଶ ଆଉ ଛତିଶଗଡ଼ରେ ବିଧାନସଭା ନିର୍ବାଚନରେ ହାରିବା ପରେ ମୋଦି ସରକାର ଲୋକସଭା ନିର୍ବାଚନ ପୂର୍ବରୁ କୃଷକ ମାନଙ୍କୁ ହାତକୁ ଆଣିବାକୁ ଚେଷ୍ଟା କରୁଛନ୍ତି । ସରକାରୀ ସୂତ୍ରରୁ ମିଡିଆ ରିପୋର୍ଟରେ କୁହାଗଲା ଯେ ମୋଦି ସରକାର ସାରାଦେଶର 26.3 କୋଟି କୃଷକଙ୍କୁ 4 ଲକ୍ଷ କୋଟି ଟଙ୍କାର କରଜ ଛାଡ଼ କରିବା ପାଇଁ ପ୍ରସ୍ତୁତ ହେଉଛନ୍ତି । କିନ୍ତୁ ସରକାର ଏହି କଥାକୁ ଖଣ୍ଡନ କରିଛି ।

କୌଣସି ବି ନିର୍ବାଚନ ପୂର୍ବରୁ ଯେଉଁ ଦଳ ନିଜ ପ୍ରଚାରରେ କୃଷକଙ୍କୁ କରଜ ଛାଡ଼ କରିବାର ଘୋଷଣା କରିଛନ୍ତି ଅଧିକାଂଶ ଥର ପରିଣାମ ତାଙ୍କ ସପକ୍ଷରେ ରହିଛି । ଉତ୍ତରପ୍ରଦେଶ, ପଞ୍ଜାଵ ଆଉ ଏବେ ଏବେ ରାଜସ୍ଥାନ ସମେତ 5 ରାଜ୍ୟର ନିର୍ବାଚନ ପରିଣାମ ଏହାର ଉଦାହରଣ ଅଟେ । ସୂତ୍ର ଅନୁସାରେ କରଜ ଛାଡ଼ କରିବା ପାଇଁ ଅର୍ଥ ଆବଣ୍ଟନ ଯୋଜନା ଉପରେ କାର୍ଯ୍ୟ ଯଥାଶୀଘ୍ର ଆରମ୍ଭ ହେବ । କୃଷି ବିଭାଗର ଏଡିସନଲ ସେକ୍ରେଟେରୀ ଅଶୋକ ଦଲବୀ କହିଲେ ଯେ, କରଜ ଛାଡ଼ କରିବା ରାଜ୍ୟର ବିଷୟ ଅଟେ । ଦଲବୀ କହିଲେ ଯେ ସାରା ଦେଶର କୃଷକ ମାନଙ୍କର କରଜ ଛାଡ଼ କରିବା ଭଳିଆ କିଛି ପ୍ରସ୍ତାବ କେନ୍ଦ୍ର ସରକାର ଙ୍କର ନାହିଁ । କିନ୍ତୁ ସରକାରଙ୍କର ଉଦ୍ଦେଶ୍ୟ କୃଷକଙ୍କର ଆମଦାନୀ ବଢେଇବାର ଅଛି । ଏଠାରେ ଉଲ୍ଲେଖଯୋଗ୍ୟ ଯେ ଦଲବୀ କୃଷକଙ୍କର ଆମଦାନୀ ଦ୍ଵି ଗୁଣ କରିବା ପାଇଁ ଗଠିତ କମିଟିର ମୁଖ୍ୟ ବି ଅଟନ୍ତି ।

ସରକାରଙ୍କର ଏହି ପଦକ୍ଷେପ କାହିଁକି ?

ବିଶେଷଜ୍ଞଙ୍କ ଅନୁସାରେ ଲୋକସଭା ନିର୍ବାଚନ ଆଉ କିଛି ଦିନ ବାକି ଅଛି । ଆଉ ଏମିତିରେ ଗହମ, ଧାନର ନିଶ୍ଚିତ ମୂଲ୍ୟ କିମ୍ବା କୌଣସି ସହଜ ପଦକ୍ଷେପ ଉଠେଇ କୃଷକ ମାନଙ୍କୁ ଲୋଭେଇବା ପାଇଁ ଆଉ ବେଶି ସମୟ ନାହିଁ । କରଜ ଛାଡ଼ ହିଁ ସବୁଠାରୁ ସହଜ ବିକଳ୍ପ ଅଟେ । ଯଦି ସରକାର ଏହି ନିଷ୍ପତ୍ତି ନେବେ ତେବେ କୃଷକମାନେ ଅଧିକ ଉପକୃତ ହେବେ ।

କଂଗ୍ରେସ ଏହାକୁ ତିନି ଥର ପ୍ରୟୋଗ କରି ସଫଳ ହୋଇଛି:-

2008:- କଂଗ୍ରେସ ନେତୃତ୍ୱ ୟୁପିଏ ସରକାର 2008 ରେ କୃଷକ ମାନଙ୍କୁ 72 ହଜାର କୋଟି ଟଙ୍କା କରଜ ଛାଡ଼ କରିଥିଲେ, ଏହାର ଲାଭ ମିଳିଲା 2009ରେ ୟୁପିଏ ପୁଣି ଥରେ କ୍ଷମତାକୁ ଆସିଲା ।

2017:- ପଞ୍ଜାଵ ବିଧାନସଭା ନିର୍ବାଚନରେ କଂଗ୍ରେସ କୃଷକଙ୍କର କରଜ ଛାଡ଼ କରିବ ବୋଲି କହି ଥିଲା ଆଉ ସେ ସଫଳ ହେଲା ବାଦଲ ସରକାରରୁ କଂଗ୍ରେସ ହାତକୁ ସରକାର ଆସିଲା ।

2018:- ମଧ୍ୟପ୍ରଦେଶ ଆଉ ରାଜସ୍ଥାନ ରେ ରାହୁଲ ଗାନ୍ଧୀ 10 ଦିନରେ କରଜ ଛାଡ଼ କରିବେ ବୋଲି କହି ଥିଲେ ଆଉ ସେଠାରେ ଏବେ କଂଗ୍ରେସ ସରକାର ଗଢୁଛି ।

ଭାଜପାର ପ୍ରଥମ ଟେଷ୍ଟ ୟୁପି ରେ ହୋଇ ଥିଲା ଆଉ ବିଜେପି ସରକାର ଗଢିଲା:-

2017ରେ ୟୁପିର ବିଧାନସଭା ନିର୍ବାଚନରେ ବିଜେପି କରଜ ଛାଡ଼ର ପ୍ରଥମ ଟେଷ୍ଟ କରି ଥିଲା । ରାହୁଲ ଗାନ୍ଧୀ ନିର୍ବାଚନ ସମୟରେ କୃଷକ ଯାତ୍ରା ଆରମ୍ଭ କରି ଥିଲେ । କିନ୍ତୁ ତା ପୂର୍ବରୁ ମୋଦି ସରକାର କରଜ ଛାଡ଼ର ଘୋଷଣା କରି ଦେଲା ଆଉ ତାର ଫଳ ସ୍ୱରୂପ ବିଜେପି ପୁଣି ଥରେ ବହୁମତ ରେ ସରକାର ଗଢିଲା ।