ମେହେନ୍ଦୀରେ କେବଳ ଏହି ଗୋଟିଏ ଜିନିଷ ମିଶାଇ ବାଳରେ ଲଗାନ୍ତୁ, ଷାଠିଏ ବର୍ଷ ପର୍ଯ୍ୟନ୍ତ ବାଳ କଳା, ଲମ୍ବା ଏବଂ ମୋଟା ହୋଇ ରହିବ ।

Spread the love

ପ୍ରତ୍ୟେକ ଲୋକଙ୍କ ଇଚ୍ଛା ଥାଏ ଯେ, ସେମାନଙ୍କର ବାଳ ଲମ୍ବା, କଳା ଏବଂ ଚମକପ୍ରଦ ବା ଆକର୍ଷଣୀୟ ହେଉ । କେଶ ଆମ ଶରୀରର ସୌନ୍ଦର୍ଯ୍ୟ ବଢାଇଥାଏ କିନ୍ତୁ ନିର୍ଜୀବ ବାଳ ଅସୁନ୍ଦର ପାଖରେ ଏକ ଦାଗ ସମାନ ହୋଇଥାଏ । ପ୍ରତ୍ୟେକ ଲୋକ ଚାହାନ୍ତି କି ତାଙ୍କର ବାଳ ଲମ୍ବା ଏବଂ କଳା ହେଉ କିନ୍ତୁ ପରିବର୍ତ୍ତିତ ଜୀବନଶୈଳୀ ଏବଂ ଖରାପ ଖାଦ୍ୟପେୟ ଯୋଗୁଁ ସମୟ ପୂର୍ବରୁ ବାଳ ଝଡିଯାଏ ଏବଂ ପାଚିଯାଏ । ତେଣୁ ଆଜି ଆମେ ଆପଣଙ୍କୁ ବାଳକୁ କିପରି ଲମ୍ବା, କଳା ଏବଂ ମୋଟା କରିବେ, ସେଥିପାଇଁ କିଛି ଘରୋଇ ଉପାୟ କହିବୁ ଯାହାଦ୍ଵାରା ଆପଣ ଘରେ ଏହି ଉପାୟ ପ୍ରୟୋଗ କରି ଆପଣଙ୍କ ମୁଣ୍ଡର ବାଳକୁ ଲମ୍ବା, ମୋଟା ଏବଂ କଳା କରି ପାରିବେ । ଏଥିପାଇଁ ଆପଣଙ୍କୁ ମେହେନ୍ଦୀ ଗୁଣ୍ଡ ଏବଂ ରାଶି ତେଲ ଆବଶ୍ୟକ ହେବ ।

ଯେଉଁଦିନ ଆପଣଙ୍କୁ ମେହେନ୍ଦୀ ଲାଗେଇବାର ଥିବ ସେହି ଦିନ ଗୋଟିଏ ବାସନରେ କିଛି ପାଣି ନେଇ ସେଥିରେ ମେହେନ୍ଦୀ ଗୁଣ୍ଡ ମିଶେଇ ଦିଅନ୍ତୁ । ଏହା ପରେ ଏହାକୁ ଧୀର ଜାଳ ଦେଇ ଫୁଟାନ୍ତୁ । ଏହି ମିଶ୍ରଣକୁ ଆପଣ ୫ ରୁ ୧୦ ମିନିଟ ଗରମ କରନ୍ତୁ ଏବଂ ଏହାର କିଛି ସମୟ ପରେ ଏଥିରେ ରାଶି ତେଲ ପକେଇ ମିଶ୍ରଣକୁ ଭଲ ରୂପେ ମିଶାନ୍ତୁ । ଯେତେବେଳେ ଏହି ମିଶ୍ରଣ ସମ୍ପୂର୍ଣ୍ଣ ରୂପେ ପ୍ରସ୍ତୁତ ହୋଇଯିବ, ଏହାକୁ ଚୁଲିରୁ ଓହ୍ଲାଇ ଥଣ୍ଡା କରି ଦିଅନ୍ତୁ । ଥଣ୍ଡା ହେଲା ପରେ ଏହି ମିଶ୍ରଣକୁ ଆପଣଙ୍କ ବାଳରେ ଭଲ ରୂପରେ ଲଗାନ୍ତୁ ଏବଂ ଶୁଖିବାକୁ ଦିଅନ୍ତୁ । ଯଦି ଆପଣ ୪ ସପ୍ତାହ ପର୍ଯ୍ୟନ୍ତ ଏମିତି କରନ୍ତି; ତେବେ ଆପଣଙ୍କ ବାଳ ୫୦ ବର୍ଷ ପର୍ଯ୍ୟନ୍ତ କଳା ଏବଂ ମୋଟ ରହିବ । ଏହି ଉପାୟର ପ୍ରୟୋଗ ସପ୍ତାହରେ କେବଳ ଗୋଟିଏ ଥର କରନ୍ତୁ ।

ରାଶି ତେଲ ଆପଣଙ୍କ ବାଳ ପାଇଁ ବରଦାନ ଅଟେ :

ଚିନ୍ତା ହେଉଛି ବାଳ ଝଡିବାର ମୁଖ୍ୟ କାରଣ ଅଟେ ଏବଂ ରାଶି ତେଲର ଥଣ୍ଡା ଗୁଣ ଚିନ୍ତା ଦୂର କରିବାରେ ସହାୟକ ହୋଇଥାଏ । ଏହିପରି ଏହା ଆପଣଙ୍କ ବାଳ ଝଡିବାର ସମସ୍ୟା ଠିକ କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ ।

ରାଶି ତେଲ ମୁଣ୍ଡର ଚର୍ମରେ ରକ୍ତ ସଞ୍ଚାଳନକୁ ବଢାଇ ଥାଏ । ଯାହା ଦ୍ୱାରା ବାଳ ବଢ଼ିବାରେ ପ୍ରଭାବ ପଡ଼ିଥାଏ । ରାଶି ତେଲର ବ୍ୟବହାରରେ ବହୁତ ଭଲ ଗୁଣ ମଧ୍ୟ ମିଳିଥାଏ, ଯାହା କ୍ୟାମିକେଲ ବ୍ୟବହାରରେ ନଷ୍ଟ ହୋଇଯାଇଥିବା ବାଳକୁ ମୂଳରୁ ଶକ୍ତ କରେ ।

ରାଶିତେଲ ବାଳକୁ ସୂର୍ଯ୍ୟର କ୍ଷତିକାରକ UV rays ଠାରୁ ସୁରକ୍ଷା କରିବାରେ ସାହାର୍ଯ୍ୟ କରେ ।ସେଥିପାଇଁ ଯେତେବେଳେ ଖରାରେ ବାହାରକୁ ଯିବେ ମୁଣ୍ଡର ଚର୍ମରେ ରାଶି ତେଲ ଲଗେଇ ଯାଅନ୍ତୁ । ରାଶିତେଲ ଆପଣଙ୍କ ବଳରେ ଏକ ସୁରକ୍ଷିତ ସ୍ତର ତିଆରି କରିଥାଏ ।ଯାହା ବାଳକୁ ସୂର୍ଯ୍ୟ କିରଣରୁ ରକ୍ଷା କରିବା ସହିତ ପ୍ରଦୂଷଣ ଯୋଗୁଁ ହେଉଥିବା କ୍ଷତି ରୁ ମଧ୍ୟ ରକ୍ଷା କରିଥାଏ ।

ରାଶିତେଲର ଏହି ଉପକାରିତ ବିଷୟରେ ବହୁତ କମ ଲୋକ ଜାଣିଛନ୍ତି । ହଁ, ଏହି ତେଲ ଆପଣଙ୍କ ମୁଣ୍ଡରୁ ଉକୁଣୀ ବାହାର କରିବାରେ ମଧ୍ୟ କାମ କରିଥାଏ । ପ୍ରତ୍ୟେକ ଥର ଶାମ୍ପୁ କରିବା ପୂର୍ବରୁ ବାଳରେ ରାଶି ତେଲ ଲଗାନ୍ତୁ । ଏଥିରେ ଥିବା ‘ବୀଜାଣୁ ପ୍ରତିରୋଧକ କ୍ଷମତା’ ମୁଣ୍ଡର ଚର୍ମକୁ ଜୀବାଣୁ ଓ ଫଙ୍ଗଲ ସଂକ୍ରମଣରୁ ରକ୍ଷା କରିଥାଏ ।

ରାଶିତେଲରେ ବାଳକୁ ହାଲୁକା ଏବଂ ନରମ କରିବାର ଗୁଣ ରହିଛି । ଗରମ ଉପକରଣର ବ୍ୟବହାର ଏବଂ ଅନ୍ୟ କାରଣ ଯୋଗୁଁ ନିର୍ଜୀବ ହୋଇଥିବା ବାଳକୁ ଏହା ଦ୍ୱାରା ଠିକ କରା ଯାଇପାରେ । ଏହା ମୁଣ୍ଡର ଚର୍ମ ଭିତରେ ଏବଂ ବାହାରେ ପୋଷଣ ଯୋଗେଇବାର କାମ କରିଥାଏ । ଏହା ସହିତ ବାଳକୁ ଆଦ୍ରତା କରିଥାଏ ।

ପ୍ରତିଦିନ ରାତିରେ ଶୋଇବା ପୂର୍ବରୁ ନିଜ ବାଳରେ ରାଶି ତେଲ ମାଲିସ କଲେ ରୂପି ସମସ୍ୟାରୁ ମୁକ୍ତି ପାଇବେ । ଏହା ରୂପି ସମସ୍ୟା ଦୂର କରି, ଅନ୍ୟ ସମସ୍ୟାକୁ ବଢ଼ିବାରୁ ମଧ୍ୟ ବଞ୍ଚିତ କରିଥାଏ ।

ନିଜ ପାପୁଲିରେ ରାଶିତେଲ ୨ ରୁ ୩ ବୁନ୍ଦା ନେଇ ଘୋଷନ୍ତୁ ଏବଂ ତାକୁ ନିଜ ବାଳରେ ଲଗାନ୍ତୁ । ଏହା ନା କେବଳ ଆପଣଙ୍କ ବାଳରେ ଚମକ ଆଣିବ ବରଂ ଗୋଟିଏ ଭଲ କଣ୍ଡିସନର ଭାବେ କାର୍ଯ୍ୟ କରେ ।

ଏହି ତେଲରେ ବହୁତ ଲାଭକାରୀ ଗୁଣ ରହିଛି, ଯାହା ନଷ୍ଟ ହୋଇଥିବା ବାଳକୁ ପୁଣି ଥରେ ବଢ଼ିବାରେ ସାହାର୍ଯ୍ୟ କରେ । ବାଳ ଏବଂ ମୁଣ୍ଡର ଚର୍ମକୁ ପୋଷଣ ଯୋଗାଇ ତାକୁ ନରମ କରିଥାଏ ।

ଅନୁଛେଦଟି କିପରି ଲାଗିଲା Comment କରି ଜାଣନ୍ତୁ । ହଁ ଆଜ୍ଞା ଭଲ Share କରି ଅନ୍ୟଙ୍କୁ ଜାଣନ୍ତୁ ।