କିଶୋର କୁମାରଙ୍କ ପତ୍ନୀ ସହିତ ହୋଇଥିଲା ମିଥୁନ ଚକ୍ରବର୍ତ୍ତୀଙ୍କ ବିବାହ ! କିଶୋର କୁମାର ଏମିତି ନେଇଥିଲେ ତାଙ୍କ ଠାରୁ ପ୍ରତିଶୋଧ !

Spread the love

ମିଥୁନ ଚକ୍ରବର୍ତ୍ତୀ ଏକ ପ୍ରମୁଖ ଅଭିନେତା କିନ୍ତୁ ତଥାପି ମଧ୍ୟ ମିଳି ନ ଥିଲା ବଲିଉଡର ସେହି ପରିଚୟ ।

ବଲିଉଡରେ ନିଜର ଅଭିନୟ ନୃତ୍ୟ (ଡିସ୍କ ଡାନ୍ସ) ପାଇଁ ବିଖ୍ୟାତ ହୋଇଥିବା ମିଥୁନ ଚକ୍ରବର୍ତ୍ତୀ ବଲିଉଡର ଜଣାଶୁଣା ଅଭିନେତା ମଧ୍ୟରୁ ଅନ୍ୟତମ । ବିଶେଷ କରି ସେ ନିଜର ଡାନ୍ସ ପାଇଁ ଏବଂ ନିଜର ଅଭିନୟ ପାଇଁ ଚର୍ଚ୍ଚିତ ଅଟନ୍ତି । ଏମିତିରେ ବି ତାଙ୍କର ପ୍ରଥମ ଚଳଚ୍ଚିତ୍ର ପାଇଁ ସର୍ବଶ୍ରେଷ୍ଠ ଅଭିନେତାର ରାଷ୍ଟ୍ରୀୟ ପୁରସ୍କାର ମଧ୍ୟ ଦିଆ ଯାଇଥିଲା । ତଥାପି ସେ ବଲିଉଡ ଜଗତରେ ଅଧିକ ବିଖ୍ୟାତ ହୋଇ ପାରିନଥିଲେ । ଆପଣଙ୍କୁ ଜଣାଇ ଦେଉଛୁ ଯେ, ୧୬ ଜୁନରେ ମିଥୁନ ନିଜର ୬୭ତମ ଜନ୍ମ ଦିବସ ପାଳନ କରୁଛନ୍ତି । ତେବେ ତାଙ୍କର ସେହି ଜନ୍ମ ଦିନର ଅବସରରେ ଆମେ ଆପଣଙ୍କୁ ତାଙ୍କ ଜୀବନ ହୃଦୟସ୍ପର୍ଶୀ, ଏମିତି ଏକ ବିଷୟରେ ଜଣାଇବୁ ଯାହାକି ବୋଧହୁଏ, କେହି ଜାଣି ନ ଥିବେ ।

ଆପଣଙ୍କୁ ଜଣାଇ ଦେଉଛୁ, ମିଥୁନ ଚକ୍ରବର୍ତ୍ତୀଙ୍କ ଅସଲି ନାମ “ଗୌରାଙ୍ଗ ଚକ୍ରବର୍ତ୍ତୀ” ଅଟେ । ପ୍ରଥମେ ସେ ଫିଲ୍ମ ନୁହେଁ ବରଂ ତାଙ୍କର ନାମ ନକ୍ସଲବାଦ ସହିତ ଯୋଡି ହୋଇଥିଲା । ନିଜ ଜୀବନର ଆରମ୍ଭରେ ମିଥୁନ ଚକ୍ରବର୍ତ୍ତୀ ନକ୍ସଲଙ୍କ ସହିତ ଯୋଡିତ ଥିଲେ କିନ୍ତୁ ନିଜ ଭାଇର ଆକସ୍ମିକ ମୃତ୍ୟୁ ପରେ ସେ ନକ୍ସଲବାଦର ରାସ୍ତା ଛାଡି ଦେଇଥିଲେ । ଏହାପରେ ପୁଣେ ଫିଲ୍ମ ସଂସ୍ଥାରେ ଦାଖଲ ହେଲେ । ଯାହାପରେ ମିଥୁନ ଫିଲ୍ମରେ ନିଜର ଭାଗ୍ୟକୁ ଆପଣାଇଲେ ଏବଂ ତାଙ୍କର ଭାଗ୍ୟ ମଧ୍ୟ ତାଙ୍କର ସାଥି ଦେଇଥିଲା ।

ବଲିଉଡର ମିଥୁନ ଫିଲ୍ମ “ମୃଗୟା” ଠାରୁ ଡେବ୍ୟୁ କରିଥିଲେ । ଏହି ଫିଲ୍ମ ବୋକ୍ସ ଅଫିସରେ ସୁପର୍ ହିଟ୍ ଭାବେ ପ୍ରମାଣିତ ହୋଇଥିଲା ଏବଂ ଏହି ଫିଲ୍ମ ପାଇଁ ତାଙ୍କୁ ସର୍ବଶ୍ରେଷ୍ଠ ଅଭିନେତାର ରାଷ୍ଟ୍ରୀୟ ପୁରସ୍କାରରେ ସମ୍ମାନିତ ମଧ୍ୟ କରାଯାଇଥିଲା । କିନ୍ତୁ ଏହି ଫିଲ୍ମ ପରେ ମିଥୁନ ବହୁତ ସମୟ ପର୍ଯ୍ୟନ୍ତ ବେନାମୀ ଥିଲେ । ମିଥୁନଙ୍କ ଅଭିନୟ ଦେଖି ଲୋକେ ତାଙ୍କୁ କାମ ଦେବା ଇଚ୍ଛା କରୁନଥିଲେ । ଯାହାଫଳରେ ତାଙ୍କୁ କିଛି କାମ ମିଳୁ ନ ଥିଲା । ଏହି କଥା ମିଥୁନ ନିଜେ BBC ନ୍ୟୁଜ ଚ୍ୟାନେଲର ଏକ ସାକ୍ଷାତକାର ସମୟରେ କହିଥିଲେ ।

ପୁନଶ୍ଚ ଆପଣଙ୍କୁ ଜଣାଇ ଦଉଛୁ କି ମିଥୁନ ଚକ୍ରବର୍ତ୍ତୀଙ୍କୁ ପରିଚୟ ତାଙ୍କ ଡାନ୍ସ ଷ୍ଟାଇଲ ପାଇଁ ମିଳିଥିଲା । ସେ ଆଜି ମଧ୍ୟ ଡାନ୍ସକୁ ପ୍ରଥମ ପ୍ରେମ ମାନୁଛନ୍ତି । ସେ ଡାନ୍ସ ରୀୟାଲିଟି ସୋ “ଡାନ୍ସ ଇଣ୍ଡିଆ ଡାନ୍ସ”ର ମୁଖ୍ୟ ଜର୍ଜଭାବେ ନଜର ଆସିଥିଲେ । ସେ ଅନ୍ୟାନ୍ୟ ଅଭିନେତାଙ୍କ ତୁଳନାରେ ଲାଇମ-ଲାଇଟ ଠାରୁ ଦୂରେଇ ରହୁଥିଲେ । ଯଦିଓ ତାଙ୍କର ଫିଲ୍ମ “ଦି ତାଶକନ୍ଦ ଫାଇଲସ୍” ରିଲିଜ୍ ହୋଇଥିଲା, ଯାହାକି ଭାରତର ଦ୍ଵିତୀୟ ଲାଲବହାଦୂର୍ ଶାସ୍ତ୍ରୀଙ୍କ ମୃତ୍ୟୁ ପଛରେ ଅସଲି କାରଣ ଖୋଜିବା ବିଷୟରେ ଅଟେ ।

ବଲିଉଡରେ ମିଥୁନଙ୍କୁ ପରିଚୟ ନିଜ ଡାନ୍ସର ଦମ ଉପରେ ହିଁ ମିଳିଥିଲା । ସେ ୮୦ ଦଶକର ଜଣାଶୁଣା ଅଭିନେତା ଥିଲେ । ସେ ତାଙ୍କର ଜୀବନରେ “ମେରା ରକ୍ଷକ”, “ସୁରକ୍ଷା”, “ତରାନା”, “ହମ୍ ପାଞ୍ଚ”, “ଡିସ୍କୋ ଡାନ୍ସର”, “ପ୍ୟାର ଝୁକତା ନେହିଁ” ଭଳି ପ୍ରମୁଖ ଫିଲ୍ମରେ କାମ କରିଥିଲେ ।

ମିଥୁନଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ କହିବ ତ, ସେ ୧୯୭୯ ମସିହା, ସେହି ସମୟର ସପର୍ଟିଙ୍ଗ ଅଭିନେତ୍ରୀ ଥିବା “ଯୋଗିତା ବାଲି”ଙ୍କ ସହ ବିବାହ କରିଥିଲେ । ଆପଣଙ୍କୁ ଜଣାଇ ଦଉଛି ଯେ, ଯୋଗିତା, କିଶୋର କୁମାରଙ୍କର ତୃତୀୟ ପତ୍ନୀ ଥିଲେ ଏବଂ ମିଥୁନଙ୍କୁ ଦ୍ଵିତୀୟ ବିବାହ କଲେ । କିନ୍ତୁ ଏହା କିଶୋର କୁମାରଙ୍କୁ ପସନ୍ଦ ଆସି ନ ଥିଲା । ରିପୋର୍ଟରଙ୍କ ଅନୁଯାୟୀ ଯୋଗିତା ଏବଂ ମିଥୁନଙ୍କ ବିବାହ ପରେ କିଶୋର କୁମାର ଅଧିକ କ୍ରୋଧିତ ହୋଇ ରହିବାରେ ଲାଗିଲେ ଏବଂ ସେ ମିଥୁନଙ୍କ ପାଇଁ ଗୀତ ଗାଇବା ଛାଡ଼ି ଦେଇଥିଲେ ।