ଓଡ଼ିଶାର ସ୍ନେହାଙ୍କୁ ମିସେସ୍‌ ଇଣ୍ଡିଆ ୨୦୧୯- ବେଷ୍ଟ ଓ୍ୱାକ୍ କ୍ରାଉନ

Spread the love

ଭୁବନେଶ୍ୱର: (The INDIA FASHION FIESTA) ଇଣ୍ଡିଆନ ଫ୍ୟାଶନ ଫିଏସ୍ତା ଦ୍ୱାରା ଆୟୋଜିତ ମିସେସ୍ ଇଣ୍ଡିଆ ବିୟୁଟି 2019ରେ ଓଡ଼ିଆ ମହିଳା ସ୍ନେହା କମାଲ ଦେଖାଇଛନ୍ତି । କୋରାପୁଟ ଜିଲ୍ଲା ହାଲ ଟାଉନସିପରେ ଶ୍ରୀଯୁକ୍ତ / ଶ୍ରୀମତୀ: ସହଦେବ ପଦଲା ଓ ଈଶ୍ୱରୀ ଔରଷରୁ ଜନ୍ମିତ ସ୍ନେହା ରାଜସ୍ଥାନର ଜୟପୁରରେ ଶେଷ ହୋଇଥିବା ମିସେସ୍ ଇଣ୍ଡିଆ ବିୟୁଟି ପିଜାଣ୍ଟସରେ ବେଷ୍ଟ ଓ୍ୱାକ୍ କ୍ରାଉନ ଜିଣିଛନ୍ତି ।

ଏହି ପ୍ରତିଯୋଗିତାରେ ସମଗ୍ର ଦେଶରୁ ଦୁଇ ଶହରୁ ଊର୍ଦ୍ଧ୍ୱ ପ୍ରତିଯୋଗୀ ଏଥିରେ ଭାଗ ନେଇଥିଲେ । ନିଜର ବହୁଗୁଣ ପ୍ରତିଭା ବଳରେ ମିସ୍ ସ୍ନେହା ବିଜିନେସ୍, ଫର୍ମାଲ ପ୍ରଶ୍ନ ଉତ୍ତର, ଟ୍ୟାଲେଣ୍ଟ ଓ ଫିଟନେସ ରାଉଣ୍ଡରେ ଜୁରୀ ମେମ୍ବରଙ୍କୁ ଆକର୍ଷିତ କରି ଏହି କ୍ରାଉନ ଜିତିଛନ୍ତି । ସ୍ନେହା ଜଣେ ଫ୍ୟାଶନ ଡିଜାଇନର । ୨୦୧୦ରେ ଜାତୀୟ ସ୍ତରର ରାକେଟଲନ୍ ଚାମ୍ପିୟନସିପରେ ମଧ୍ୟ ସେ କୃତିତ୍ୱ ଅର୍ଜନ କରିଥିଲେ ।