ମନ୍ଦିରର ଗାର୍ଡକୁ ବାନ୍ଧି, ଫିଲ୍ମ ଷ୍ଟାଇଲରେ ଲୁଟିଥିଲେ ମନ୍ଦିରରୁ ଟଙ୍କା ।

Spread the love

ମନ୍ଦିରର ଗାର୍ଡକୁ ବାନ୍ଧି ମନ୍ଦିରରୁ ଲୁଟିଥିଲେ ଲକ୍ଷ ଲକ୍ଷ ଟଙ୍କା ।

ନିକଟରେ କିଛି ଲୁଟେରା ଏକ ମନ୍ଦିରରେ ପଶି ମନ୍ଦିର କୋଷାଗାରରେ ରଖା ଯାଇଥିବା ଲକ୍ଷ ଲକ୍ଷ ଟଙ୍କାକୁ ଲୁଟି ନେଇଥିଲେ । ଏହି ଘଟଣା ମୁମ୍ବାଇରୁ ପାଖାପାଖି ୭୫ କିମି ଦୂର ଉତ୍ତରରେ ସ୍ଥିତ ବଜେରେଶ୍ୱରୀ ମନ୍ଦିରରେ ଘଟିଛି । ପୋଲିସ ଅନୁସାରେ ଲୁଟେରାମାନେ ଚାକୁ ଏବଂ ଖଣ୍ଡା ଧରି ଏହି ମନ୍ଦିର ଭିତରକୁ ପ୍ରବେଶ କରିଥିଲେ ଏବଂ ମନ୍ଦିରର କୋଷାଗାରରେ ଥିବା ଟଙ୍କାକୁ ଲୁଟି ନେଇଥିଲେ । ବଜେରେଶ୍ୱରୀ ମନ୍ଦିର ଏକ ପାହାଡ଼ି ସୁନସାନ ଅଞ୍ଚଳରେ ଅବସ୍ଥିତ ଅଟେ । ଏହି କାରଣରୁ ଲୁଟେରାମାନେ ଏହି ଘଟଣା ଘଟାଇବା ସହଜସାଧ୍ୟ ହୋଇଥିଲା । ସେଠାରେ କୌଣସି ଲୋକେ ଉପସ୍ଥିତ ନଥିଲେ ଏବଂ ଲୁଟେରା ମାନେ ଖୁବ ସହଜରେ ଟଙ୍କା ଲୁଟି ନେଇଥିଲେ ।

ବ୍ରଜରେଶ୍ୱରୀର ଏହି ମନ୍ଦିର ମହାରାଷ୍ଟ୍ରର ବିରାର ପାଖରେ ଅବସ୍ଥିତ । ଏହି ମନ୍ଦିରକୁ ଦୂର ଦୂରନ୍ତରୁ ଦର୍ଶକ ଦର୍ଶନ କରିବା ପାଇଁ ଆସିଥାନ୍ତି । ଲୋକଙ୍କ ଦ୍ୱାରା ଏହି ମନ୍ଦିରରେ ଟଙ୍କା ସୁନା ଦାନ ଦିଆଯାଇ ଥାଏ ଏବଂ ଏହି ସୁନାଟଙ୍କାକୁ ବଜରେଶ୍ୱରୀ ମନ୍ଦିରରେ ଥିବା ଏକ ସ୍ଥାନରେ ରଖାଯାଇ ଥାଏ । ଶୁକ୍ରବାର ଦିନ ସକାଳେ ଏହି ମନ୍ଦିରରେ ୪ ରୁ ୫ ଜଣ ଲୁଟେରା ଆସିଥିଲେ ଏବଂ ସର୍ଵ ପ୍ରଥମେ ଏହି ଲୁଟେରାମାନେ ଗାର୍ଡକୁ ଡରାଇଥିଲେ ଓ ପରେ ଗାର୍ଡ଼କୁ ବାନ୍ଧି ଦେଇଥିଲେ ଏବଂ ପରେ ମନ୍ଦିରର କୋଷାଗାରରେ ପଶି ସେଠାରେ ରଖାଯାଇ ଥିବା ସିନ୍ଧୁକକୁ ଭାଙ୍ଗି ସେଥିରେ ରଖିଥିବା ଟଙ୍କାକୁ ବାହାର କରି ନେଇଯାଇଥିଲେ ।

୧୨ ଲକ୍ଷ ଟଙ୍କା ଲୁଟିଥିଲେ :

ମନ୍ଦିରର କୋଷାଗାରରେ ଶ୍ରଦ୍ଧାଳୁଙ୍କ ଦ୍ୱାରା ଚଢା ଯାଇଥିବା ଟଙ୍କାକୁ ରଖାଯାଇଥାଏ । ପୋଲିସ ଅନୁସାରେ ଏହି ଲୁଟେରାମାନେ କୋଷାଗାରରେ ରଖାଯାଇ ଥିବା ୧୨ ଲକ୍ଷ ଟଙ୍କା ଲୁଟି ନେଇଥିଲେ ଏବଂ ସେଠାରୁ ଲୁଟେରାମାନେ ଫେରାର ହୋଇ ଯାଇଥିଲେ । ପରେ ଏହି ଘଟଣା ବିଷୟରେ ପୋଲିସକୁ ଜଣା ପଡିଥିଲା । ପୋଲିସ ଘଟଣା ଜାଣିବା ପରେ ମନ୍ଦିରକୁ ଆସି ଗାର୍ଡକୁ ପଚାରିଥିଲେ । ଏହି ଘଟଣାରେ ପୋଲିସ କୌଣସି ଲୁଟେରାକୁ ବର୍ତ୍ତମାନ ପର୍ଯ୍ୟନ୍ତ ଗିରଫ କରିନାହିଁ । ପୋଲିସ ଯାଞ୍ଚ କରିବାରେ ଲାଗି ପଡିଛି ।

ଗାଁ ଲୋକେ ବିରୋଧ କରିଛନ୍ତି :

ଏହି ଘଟଣାର ଯାଞ୍ଚ କରିବା ପାଇଁ ପୋଲିସ ମନ୍ଦିରକୁ ବନ୍ଦ କରି ଦେଇଛି ଏବଂ ମନ୍ଦିର ବନ୍ଦ ହେବା ପରେ ପୋଲିସ ସାମ୍ନାରେ ଗାଁ ଲୋକେ ବିରୋଧାଭାଵ ପ୍ରକାଶ କରିଛନ୍ତି ।ସୂଚନା ମିଳିଛି; ପୋଲିସ ଏହି ମନ୍ଦିର ବନ୍ଦ କରିବା ପରେ ଗାଁର ଲୋକେ ଏହାର ବିରୋଧ କରିଥିଲେ ।

ମରାଠା ସାମ୍ରାଜ୍ୟ ଦ୍ୱାରା ଏହି ମନ୍ଦିର ତିଆରି କରାଯାଇ ଥିଲା :

ଏହି ମନ୍ଦିରଟି ବହୁତ ପୁରାତନ ଅଟେ । ମରାଠା ସାମ୍ରାଜ୍ୟ ଦ୍ୱାରା ଏହି ମନ୍ଦିରଟି ନିର୍ମିତ କରାଯାଇ ଥିଲା । ଏହି ମନ୍ଦିରର ନିର୍ମାଣ ପେଶବା ବାଜିରାଓ ପ୍ରଥମଙ୍କ ଛୋଟ ଭାଇ ଜନରଲ ଚିମାଜି ଆପ୍ପା କରାଇଥିଲେ । ଏହି ମନ୍ଦିର ୨୮୦ ବର୍ଷ ପୁରାତନ ଅଟେ । ମାନ୍ୟତା ରହିଛି ୧୭୩୯ରେ ବେସିନ ଦୁର୍ଗକୁ ପର୍ତ୍ତୁଗୀଜଙ୍କ କବଳରୁ ମୁକ୍ତି କରାଇବା ପରେ ଏହି ମନ୍ଦିରର ନିର୍ମାଣ କରାଯାଇଥିଲା, ଯାହା ବଜରେଶ୍ୱରୀ ଦେବୀଙ୍କୁ ସମର୍ପିତ କରାଯାଇଥିଲା । ଏହା ଏକ ବଡ଼ ମନ୍ଦିର ଅଟେ ଏବଂ ୫୨ ପାହାଚ ଥାଇ ଏକ ପାହାଡ଼ ଉପରେ ଅବସ୍ଥିତ ଅଟେ । ଏହି ମନ୍ଦିର ଉପରେ ଅନେକ ଲୋକଙ୍କ ଆସ୍ଥା ରହିଛି ଏବଂ ଦୂରଦୂରାନ୍ତରୁ ଅନେକ ଶ୍ରଦ୍ଧାଳୁ ଏଠାକୁ ଦର୍ଶନ ପାଇଁ ଆସିଥାନ୍ତି ।