ବହୁତଙ୍କ ମେକପ୍ କରି ୨୦ କୋଟି ଟଙ୍କାର ଗାଡ଼ିରେ ବୁଲୁଛନ୍ତି ଏହି ଅଭିନେତ୍ରୀ । ଏହି ଅଭିନେତ୍ରୀ ଜଣଙ୍କ ହେଉଛନ୍ତି ଜଣେ ପ୍ରସିଦ୍ଧ ଅଭିନେତାଙ୍କ ବୋହୁ ।

Spread the love

ଦକ୍ଷିଣ ଭାରତୀୟ ଚଳଚିତ୍ର ଜଗତରେ ଏପରି କିଛି ଅଭିନେତ୍ରୀ ମାନଙ୍କ ଜୀବନ ଶୈଳୀ ଯାହା କୌଣସି ରାଣୀ ମହାରାଣୀଙ୍କ ଠାରୁ କମ ନୁହେଁ । ସେମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି ସମନ୍ଥା ଅକ୍କିନେନି ।

ଚଳଚିତ୍ର ଦୁନିଆରେ ଅନେକ ଅଭିନେତ୍ରୀ ଯେଉଁମାନେ ନିଜର ସୁନ୍ଦରତା ପାଇଁ ପ୍ରଖ୍ୟାତ ହୋଇପାରିଛନ୍ତି ତାସଙ୍ଗେ ସଙ୍ଗେ ସେମାନେ ଆରମଦାୟକ ଶୈଳୀରେ ଜୀବନ ଅତିବାହିତ କରୁଛନ୍ତି । ସେମାନଙ୍କ ମଧ୍ୟରୁ ଦକ୍ଷିଣ ଭାରତୀୟ ଚଳଚିତ୍ରର ଅଭିନେତ୍ରୀ ସମନ୍ଥା ଅକ୍କିନେନି ଅନେକ ଦକ୍ଷିଣ ଭାରତୀୟ ଚଳଚିତ୍ରରେ ଅଭିନୟ କରିଛନ୍ତି । ଏହି ଅଭିନେତ୍ରୀ ଜଣଙ୍କ ଦକ୍ଷିଣ ଭାରତୀୟ ସୁପରଷ୍ଟାର ନଗର୍ଜ୍ଜୁନ ଅକ୍କିନେନିଙ୍କ ପୁଅ ନାଗା ଚୈତନ୍ୟଙ୍କ ସହ ବିବାହ କରିଥିଲେ ଏବଂ ବର୍ତ୍ତମାନ ସେ ଚଳଚିତ ଜଗତରୁ ଦୁରେଇ ଯାଇଛନ୍ତି କିନ୍ତୁ ତାଙ୍କର ଜୀବନଶୈଳୀରେ କୌଣସି ପରିବର୍ତ୍ତନ ଘଟିନାହିଁ । ଲକ୍ଷ ଲକ୍ଷ ଟଙ୍କାର ମେକପ୍ କରି ୨୦ କୋଟି ଟଙ୍କାର ଗାଡ଼ିରେ ବୁଲନ୍ତି ଏହି ଅଭିନେତ୍ରୀ ଜଣକ ।

ଲକ୍ଷ ଲକ୍ଷ ଟଙ୍କାର ମେକପ୍ କରି ୨୦ କୋଟି ଟଙ୍କାର ଗାଡ଼ିରେ ବୁଲନ୍ତି ଏହି ଅଭିନେତ୍ରୀ ଜଣକ :

ବଲିଉଡ଼ର ଅଭିନେତ୍ରୀଙ୍କ ପରି ଦକ୍ଷିଣ ଭାରତୀୟ ଅଭିନେତ୍ରୀଙ୍କ ପ୍ରଶଂସକ ବହୁତ ଅଛନ୍ତି । ସମନ୍ଥାଙ୍କ ପୁରା ନାମ ହେଉଛି ସମନ୍ଥା ପ୍ରଭୁ ଅଟେ । ସମନ୍ଥା ଦେଖିବା ପାଇଁ ଖୁବ୍ ସୁନ୍ଦର ଅଟନ୍ତି । ସେ ଦକ୍ଷିଣ ଭାରତୀୟ ଫିଲ୍ମ ଫେୟାର୍ ଆୱାର୍ଡରେ ସମ୍ମାନୀତ ହୋଇଛନ୍ତି ଏବଂ ତାଙ୍କ ପାଖରେ ବହୁତ ସମ୍ପତି ରହିଛି । ଖବର ଅନୁସାରେ ତାଙ୍କ ପାଖରେ ୩୦୦ କୋଟି ଟଙ୍କାର ସମ୍ପତି ରହିଛି । ସମନ୍ଥାଙ୍କ ପାଖରେ ଦାମିକିଆ ମେକପ୍ ଯାହାର ମୂଲ୍ୟ ଲକ୍ଷ ଲକ୍ଷ ଟଙ୍କା । ଏହା ସଙ୍ଗେ ସଙ୍ଗେ ସମନ୍ଥାଙ୍କ ପାଖରେ ଅଡ଼ି, ଜାଗୁଆର, ପୋର୍ସ ପରି ଦାମୀ ଗାଡି ମଧ୍ୟ ରହିଛି । ସମନ୍ଥା ଭାରତର ଭଲ ଅଭିନେତ୍ରୀ ରୂପେ ପରିଗଣିତ ହୋଇଛନ୍ତି ।

୩୧ ବର୍ଷ ବୟସରେ ସମନ୍ଥା ଦକ୍ଷିଣ ଭାରତୀୟ ଅଭିନେତା ନାଗା ଚୈତନ୍ୟଙ୍କ ସହ ବିବାହ କରିଥିଲେ । ଚୈତନ୍ୟ, ଦକ୍ଷିଣ ଭାରତୀୟ ଅଭିନେତା ନଗର୍ଜ୍ଜୁନଙ୍କ ପୁତ୍ର ଅଟନ୍ତି ଏବଂ ଏହି ସମ୍ପର୍କରେ ସମନ୍ଥା ନଗର୍ଜ୍ଜୁନଙ୍କ ବୋହୁ ଅଟନ୍ତି । ସମନ୍ଥାଙ୍କ ପତିଙ୍କ ପାଖରେ ବହୁତ ସମ୍ପତି ରହିଛି, ଯାହାଫଳରେ ଉଭୟ ପକ୍ଷରୁ ସମନ୍ଥା ଧନୀ ଅଟନ୍ତି ।ସମନ୍ଥା ଅନେକ ଚଳଚିତ୍ରରେ କାମ କରିଛନ୍ତି ଏବଂ ଆଗକୁ ମଧ୍ୟ ଅନେକ ଚଳଚିତ୍ର ଆସିବା ପାଇଁ ଅପେକ୍ଷାରେ ରହିଛି । ସମାନଥା, ଚୈତନ୍ୟଙ୍କ ସହ ପ୍ରେମ ବିବାହ କରିଥିଲେ ଏବଂ ଦୁହିଁଙ୍କ ବିବାହରେ କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା । ଯଦି ଆମେ ଭାରତର ବହୁମୂଲ୍ୟ ବିବାହ ବିଷୟରେ କହିବା, ତେବେ ଚୈତନ୍ୟ ଏବଂ ସମନ୍ଥାଙ୍କ ବିବାହ ସେହି ସୂଚୀରେ ରହିବ ।