ମିଛ Firରୁ କେମିତି ସୁରକ୍ଷିତ ଭାବରେ ନିଜକୁ ବଂଚାଇବେ ? ପୋଲିସ ମଧ୍ୟ କିଛି କରିପାରିବେ ନାହିଁ

Spread the love

First Investigation Report ଅର୍ଥାତ FIR, FIR ଦାଖଲ କରିବା ସମସ୍ତଙ୍କ ଅଧିକାର, ଯେକୌଣସି ବ୍ୟକ୍ତିଙ୍କ ଉପରେ କିଛି ଅତ୍ୟାଚାର / ଅପରାଧ ହେଉଛି, ତେବେ ପୀଡିତ ବ୍ୟକ୍ତି ସମ୍ବିଧାନର ଉପଲବ୍ଧ ଏହି ଅଧିକାର ବଳରେ ନ୍ୟାୟ ପାଇଁ ପୋଲିସର ସାହାଯ୍ୟ ନେଇପାରିବେ । ପୀଡିତ ବ୍ୟକ୍ତି ନିଜ ଅଭିଯୋଗକୁ ଲିଖିତ ଭାବରେ ପୋଲିସ ଷ୍ଟେସନ୍ ରେ ଦାଖଲ କରିବେ ଏବଂ ପୋଲିସ ଅଭିଯୁକ୍ତଙ୍କ ବିରୋଧରେ ଉଚିତ ପଦ୍ଧକ୍ଷେପ ନେଇଥାଏ ।

ମିଛ FIR ବିରୁଦ୍ଧରେ କରନ୍ତୁ ଏହି ଧାରାର ପ୍ରୟୋଗ

କିନ୍ତୁ ବେଳେ ବେଳେ ଏମିତି ହୋଇଥାଏ, ମନ୍ଦ ସ୍ୱଭାବର ଲୋକ ସାମାନ୍ୟ କଥାବାର୍ତ୍ତାକୁ କେନ୍ଦ୍ର କରି ଝଗଡା ରୂପରେଖା ଦେଇ ଅଯଥାରେ ମିଛ FIR ଲେଖିଥାନ୍ତି । ସାଧାରଣତଃ କୌଣସି ଅପରାଧ ଜନିତ ଘଟଣାରେ ପୀଡିତଙ୍କ ଦ୍ୱାରା ଲେଖାଯାଇଥିବା ଅଭିଯୋଗକୁ FIR କୁହାଯାଏ । କିନ୍ତୁ କେତେକ ସ୍ଥଳରେ, କେତେକ ଖୋଳ ପ୍ରକୃତିର ଲୋକ ଏହାକୁ ଭୁଲ ଦିଗରେ ବ୍ୟବହାର କରି ମିଛ FIR ଦାଖଲ କରିଥାନ୍ତି ।

କିନ୍ତୁ କଣ ଆପଣ ଜାଣିଛନ୍ତି କି ମିଛ FIR ବିରୁଦ୍ଧରେ ଅଭିଯୋଗ କରି ନିଜକୁ ବଞ୍ଚାଇ ପାରିବେ । ଭାରତୀୟ ସମ୍ବିଧାନର ଧାରା C.R.P.C ଏମିତି ଏକ ନିୟମ ଅଟେ ଯାହାର ପ୍ରୟୋଗ କରି ଆପଣ ବେକାରର ଚିନ୍ତାରୁ ମୁକ୍ତି ପାଇପାରିବେ ।

ଧାରା ୪୮୨ ଜରିଆରେ ଆପଣଙ୍କ ଅଧିକାର :

ଯଦି ଆପଣଙ୍କ ବିରୁଦ୍ଧରେ କେହି ମିଛ FIR ଲେଖିଛନ୍ତି ବା ଆପଣଙ୍କୁ କେହି ଫସେଇଛନ୍ତି, ତେବେ ଆପଣ ସମ୍ବିଧାନର ଧାରା- ୪୮୨ ଅନୁସାରେ ଓକିଲ ଜରିଆରେ ହାଇକୋର୍ଟରେ ଆବେଦନ କରିପାରିବେ, ଯେଉଁଥିରେ ଆପଣ ନିଜର ନିର୍ଦ୍ଦୋଷ ହେବାର ପ୍ରମାଣ ପତ୍ର ଦାଖଲ କରି ପାରିବେ ଯେମିତି ଭିଡ଼ିଓ ରେକର୍ଡିଂ, ଅଡିଓ ରେକର୍ଡିଂ, ଫୋଟୋଗ୍ରାଫ୍ସ ଓ ଡକୁମେଣ୍ଟ ପ୍ରାର୍ଥନା ପତ୍ର ସହିତ ଆଟାଚ କରି କୋର୍ଟକୁ ଦେଇ ପାରିବେ ।

ଧାରା ୪୮୨ C.R.P.Cରେ ଆବେଦନ

ଯଦି ଆପଣଙ୍କୁ କେହି ଚୋରୀ, ମାରପିଟ, ବଳାତ୍କାର ବା ଅନ୍ୟ କୌଣସି ମାମଲାରେ ଫସାଇ ଦେଇଛନ୍ତି ତେବେ ଆପଣ ହାଇ କୋର୍ଟରେ ଆବେଦନ କରି ପାରନ୍ତି । ଯେ ପର୍ଯ୍ୟନ୍ତ କୋର୍ଟରେ କେସ ଚାଲିବ ପୋଲିସ ଆପଣଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟ କରି ପାରିବ ନାହିଁ । ଏତିକି ନୁହେଁ ଯଦି ଆପଣଙ୍କ ବିରୁଦ୍ଧରେ ୱାରେଣ୍ଟ ବି ଜାରି ହୋଇଅଛି ତେବେ ବି କେସ ଚାଲିଥିବା ସମୟରେ ପୋଲିସ ଆପଣଙ୍କୁ ଆରେଷ୍ଟ କରି ପାରିବ ନାହିଁ ।

ଫାଇଲ କିପରି ପ୍ରସ୍ତୁତ କରିବେ

ଯଦି ଆପଣ ଏହି ଧାରାରେ ହାଇକୋର୍ଟରେ ଆବେଦନ କରିବାକୁ ଚାହୁଁଛନ୍ତି, ତେବେ ସର୍ବ ପ୍ରଥମେ ଏକ ଫାଇଲ ପ୍ରସ୍ତୁତ କରିବାକୁ ହେବ । ଏହି ଫାଇଲରେ ଏଫଆଇଆରର କପି ସହିତ ସବୁ ପ୍ରମାଣପତ୍ରର ଦସ୍ତାବିଜ (Document) ଲଗାଇବାକୁ ପଡିବ । ଆପଣଙ୍କ ଓକିଲ ପ୍ରମାଣ ପତ୍ର ପ୍ରସ୍ତୁତ କରିବାରେ ଆପଣଙ୍କୁ ସାହାର୍ଯ୍ୟ କରିପାରନ୍ତି । ଆପଣଙ୍କ ପକ୍ଷରେ ଯଦି କୌଣସି ସାକ୍ଷୀ ଅଛନ୍ତି ତେବେ ତାଙ୍କ ବିଷୟରେ ଏଥିରେ ଜଣାଇବା ଜରୁରୀ ଅଟେ ।