SBI ପଠାଉଛି ଏହି ଖାସ୍ ମେସେଜ୍ ! ଅଣଦେଖା କଲେ ବନ୍ଦ ହେଇପାରେ ଆପଣଙ୍କ ଏକାଉଣ୍ଟ ।

Spread the love

ଭାରତୀୟ ଷ୍ଟେଟ ବ୍ୟାଙ୍କ ( SBI ) ଗତ କେତେ ଦିନଠାରୁ ନିଜ ଗ୍ରାହକ ମାନଙ୍କୁ ମେସେଜ୍ ପଠାଇ KYC ( know Your Customer ) ଅପଡ଼େଟ୍ କରିବାକୁ କହୁଛନ୍ତି । ଯଦି ଆପଣ ଏହା ନକରନ୍ତି ତେବେ ଆପଣଙ୍କ ଏକାଉଣ୍ଟ ମାଧ୍ୟମରେ ଆଉ Transaction କରିପାରିବେ ନାହିଁ । ଆପଣଙ୍କୁ କହିବାକୁ ଚାହୁଁଛୁ କି, RBI  ସବୁ ବ୍ୟାଙ୍କ ଏକାଉଣ୍ଟ ପାଇଁ KYC କୁ ଜରୁରୀ କରିଦେଲେ ।

ବ୍ୟାଙ୍କ ନିଜ ଗ୍ରାହକ ମାନଙ୍କୁ ପଠାଉଛି ଏହି ମେସେଜ୍ – ଭାରତୀୟ ରିଜର୍ବ ବ୍ୟାଙ୍କର ଦିଶା – ନିର୍ଦେଶ ଅନୁସାରେ ଆପଣଙ୍କ ଖାତାରେ KYC ଅପଡ଼େଟ୍ ହେଇଥିବା ଆବଶ୍ୟକ । ଦୟାକରି KYC କାଗଜପତ୍ର ସହ ନିଜ sbi ସଖାକୁ ଯାଇ ସମ୍ପର୍କ କରନ୍ତୁ । KYC ପୂରଣ କରାନଯିବା ସ୍ଥିତିରେ ଆଗାମୀ ଦିନ ପାଇଁ ନିଜ ବ୍ୟାଙ୍କ ଏକାଉଣ୍ଟ ରେ Transaction କରିବାର ସୁବିଧା ବନ୍ଦ ହେଇପାରେ ।

KYC ( know Your Customer ) କୁ ସାଧାରଣ ଭାଷାରେ କହିବାକୁ ଗଲେ, କୋଷ୍ଟମେର୍ ର ପୂର୍ଣ ତଥ୍ୟ ରହିବା । KYC କରେଇବା ସଭିଙ୍କୁ ନିହାତି ଆବଶ୍ୟକ । KYC କରାଇବା ଦ୍ୱାରା ବ୍ୟାଙ୍କ ଓ ଗ୍ରାହକଙ୍କ ମଧ୍ୟରେ ନିବିଡ଼ ସମ୍ପର୍କ ହେଇଥାଏ । ବିନା KYC ନିବେଶ ସମ୍ଭବ ନୁହେଁ, ଏହା ବିନା ବ୍ୟାଙ୍କ ଖାତା ଖୋଲିବା ବି କଷ୍ଟକର ହେଇଯିବ ।

ବ୍ୟାଙ୍କ ରେ ଖାତା ଖୋଲିବା, ମ୍ୟୁଚୁଆଲ୍ ଫଣ୍ଡ ନିବେଶ, ବ୍ୟାଙ୍କ ଲୋକର୍ସ ନେଲେ, ବା ପୁରୁଣା କମ୍ପାନୀର PF କାଡ଼ିବା ସମୟରେ KYC ବିଷୟରେ ପଚାରି ଥାନ୍ତି । KYC ଦ୍ୱାରା ଏହା ସୁନିଶ୍ଚିତ କରାଯାଇଥାଏ କି, ବ୍ୟାଙ୍କ ଖାତା ମାଧ୍ୟମରେ କିଛି ଦୁର୍ବ୍ୟବହାର କରାଯାଇନି ତ ?

KYC ( ନିଜ ଗ୍ରାହକ ମାନଙ୍କୁ ଜାଣନ୍ତୁ ) କାଗଜପତ୍ର –

SBI  ୱେବସାଇଟ୍ ରେ ଦିଆଯାଇଥିବା ତଥା ଅନୁସାରେ KYC ପାଇଁ ବ୍ୟକ୍ତିର ( ପରିଚୟ ପତ୍ର – ଯେଉଁଥିରେ ସେହି ଠିକଣା ଦିଆଯାଇଥିବା ଆବଶ୍ୟକ ଯାହା ଖାତା ଖୋଲିବା ସମୟରେ ଦିଆଯାଇଥିଲା ),  ପାସ୍ ପୋର୍ଟ ପରିଚୟ ପତ୍ରଡ୍ରାଇଭିଙ୍ଗ ଲାଇସେନ୍ସ,  ଆଧାର କାର୍ଡ଼, ପେନସିଅନ୍ ଭୁଗତାନ ଆଦେଶଡାକଘର ଦ୍ୱାରା ଜାରୀ ହେଇଥିବା ପରିଚୟ ପତ୍ର, ଏଭଳି ଜାଣନ୍ତୁ ପ୍ରାଧିକରଣ ସଂସ୍ଥା ଦ୍ୱାରା ଜାରୀ ପରିଚୟ ପତ୍ର ଯାହା ଆମ ଦ୍ୱାରା ଜାରୀ ପରିଚୟ ପତ୍ରର ରେକର୍ଡ ରଖିଥାଏ ।

ପରିଚୟ ପତ୍ରର ପ୍ରମାଣ ( ସୁଚୀ – ୧ )ପାସ୍ ପୋର୍ଟ ପରିଚୟ ପତ୍ର, ଡ୍ରାଇଭିଙ୍ଗ ଲାଇସେନ୍ସ, ଆଧାର କାର୍ଡ଼ ପେନସିଅନ୍ ଭୁଗତାନ ଆଦେଶଡାକଘର ଦ୍ୱାରା ଜାରୀ ହେଇଥିବା ପରିଚୟ ପତ୍ର ପେନ୍ ( PAN) କାର୍ଡ଼ଜନ ପ୍ରାଧିକରଣ ସଂସ୍ଥା ଦ୍ୱାରା ଜାରୀ ପରିଚୟ ପତ୍ର, ୟୁଜିସି / ଏଆଇସିଟିଇ ଦ୍ୱାରା ମାନ୍ୟତା ପ୍ରାପ୍ତ ବିଶ୍ୱବିଦ୍ୟାଳୟ ଦ୍ୱାରା ଜାରୀ ପ୍ରମାଣ ପତ୍ର ଯେଉଁଠାରେ ଆପଣଙ୍କ ଫୋଟୋ ଲାଗିଥିବ ସରକାର/ସେନାର ପରିଚୟ ପତ୍ର ।

ଠିକଣା ର ପ୍ରମାଣ ( ସୂଚୀ-୨) ଟେଲିଫୋନ୍ ବିଲ ( ଯାହା ତିନି ଦିନରୁ ଅଧିକ ପୁରୁଣା ନହେବା ଦରକାର ), ବ୍ୟାଙ୍କ ଖାତା ବିବରଣ ( ଯାହା ତିନି ମାସରୁ ଅଧିକ ପୁରୁଣା ନହେବା ଦରକାର), ମାନ୍ୟତା ପ୍ରାପ୍ତ ସରକାର ଅଧିକାରୀ ଦ୍ୱାରା ଜାରୀ ପତ୍ର,  ବିଜୁଳିର ବିଲ ( ଯାହା ଛଅ ମାସରୁ ଅଧିକ ପୁରୁଣା ନହେବା ଦରକାର), ରାସନ୍ କାର୍ଡ଼ ।

ଆୟକର ମୁଲ୍ୟାଙ୍କ ଆଦେଶ କ୍ରେଡ଼ିଟ୍ କାର୍ଡ଼ ଷ୍ଟେଟମେଣ୍ଟ ( ଯାହା ତିନି ମାସରୁ ଅଧିକ ପୁରୁଣା ନହେବା ଦରକାର), ପଞ୍ଜିକୃତ ଲିବ/ ଲାଇସେନ୍ସ କରିବାରେ/ସେଲ ଡ଼ିଡ଼/ଳିଜ୍ ଏଗ୍ରୀମେଣ୍ଟର ପ୍ରକ୍ରିୟା ବିଶ୍ୱବିଦ୍ୟାଳୟ/ସଂସ୍ଥାର ହଷ୍ଟେଲ ବର୍ଡ଼ନ୍ ଦ୍ୱାରା/ଏଠାରେ ରହିବା ବାଲା ଛାତ୍ରର ଜାରୀ ପତ୍ର/ଯାହାର ରେଜିଷ୍ଟାର, ପ୍ରିନ୍ସିପାଲ/ ଡ଼ିନ୍- ଛାତ୍ର କଲ୍ୟାଣ ଦ୍ୱାରା ପ୍ରତି ହସ୍ତାକ୍ଷରିତ କରାଯାଇଥିଲେ ଛାତ୍ରର ଆବଶ୍ୟକତାରେ ଯଦି ସେ ନିଜ ପାଖ ସମ୍ପର୍କୀୟ ସହ ରହୁଥିଲେ ତ ତାକୁ ସମ୍ବନ୍ଧୀର ଘୋଷଣା କରିବା ସହ ସେମାନଙ୍କ ପରିଚୟ ପତ୍ର ଓ ପ୍ରମାଣ ପତ୍ର ।

ଅବୟସ୍କ ( ନାବାଳିକ ) : ଯଦି କୌଣସି ଅବୟସ୍କ ଅର୍ଥାତ  ୧୦ ବର୍ଷରୁ କମ ହେଇଥାଏ, ତେବେ ଖାତା ପରିଚାଳିତ କରିବା ବାଲାର ପରିଚୟ ପତ୍ର ନିଆଯାଇଥାଏ । ଯଦି ଅବୟସ୍କ ସ୍ୱୟଂ ଖାତା ପରିଚାଳିତ କରିବାରେ ସକ୍ଷମ ହେଇଥାଏ ପରିଚୟ ପତ୍ର ତଥା ଠିକଣାର କାଗଜ ପତ୍ର ଯାହାକି ଅନ୍ୟ ମାନଂକ ପାଇଁ ଲାଗୁ ହେଇଥିଲା ।