ଡିନାମାଇଟ୍ ଦ୍ୱାରା ମାଟିରେ ମିଶିଗଲା ନିରବ ମୋଦିଙ୍କ ୧୦୦ କୋଟିର ବଙ୍ଗଳା । ଦେଖନ୍ତୁ ଭିଡିଓ

Spread the love

ମୁମ୍ବାଇ : ମହାରାଷ୍ଟ୍ରର ଆଲିବଗ୍ ପ୍ରସାଶନ ଦୀର୍ଘ ୬ ସପ୍ତହ ହେଲା ୧୩ ହଜାର କୋଟି ଟଙ୍କାର ପି.ଏନ୍.ବି. ମାମଲାର ଦୋଷୀ ନିରବ ମୋଦିଙ୍କ ଆଲଇଶନ ବଙ୍ଗଳାକୁ ନଷ୍ଟ କରିବା ପାଇଁ ଚେଷ୍ଟା କରିଆସୁଛି । କିନ୍ତୁ ବଙ୍ଗଳାଟି ଏତେ ମଜବୁତରେ ନିର୍ମାଣ ହୋଇଛି ଯେ, ଏହାକୁ ନିଷ୍ଠା କରିବା କଷ୍ଟସାଧ୍ୟ ହେଉଛି । ତେଣୁ ପ୍ରସାଶନ ଏହି ବଙ୍ଗଳାକୁ ଡାଇନାମାଇଟ୍ ଦ୍ୱାରା ନଷ୍ଟ କରାଯାଇଛି । ୫ ସେକେଣ୍ଡରେ ଧୂଳିସାତ୍ ହେଲା ୩୩ ହଜାର ସ୍କୋୟାର ଫୁଟର ବିଶାଲ ବିଲଡିଂ, ଆନୁମାନିକ ୧୦୦ କୋଟି ଟଙ୍କାରେ ନିର୍ମିତ । ପ୍ରସାଶନଙ୍କ ଅନୁସାରେ, ଏହି ବିଲଡିଂକୁ ବେଆଇନ୍ ଭାବେ ନିର୍ମାଣ କରାଯାଇଥିଲା । ଯାହାକୁ ୧୦୦ କିଲୋ ବିସ୍ଫୋଟକ ସାହାଯ୍ୟରେ ଧ୍ୱଂସସ୍ତୁପରେ ପରିଣତ କରାଯାଇଛି ।

ପ୍ରସାଶନ କହିବା ଅନୁଯାୟୀ, ଏହି ବଙ୍ଗଳାକୁ ଭାଙ୍ଗିବା ପାଇଁ ଚେଷ୍ଟା ଚାଲିଛି । ଏଥିପାଇଁ ବଡ଼ବଡ଼ ମେସିନ୍ ବ୍ୟବହାର କରାଯାଇଛି । ନୀରବ ମୋଦୀ ବ୍ୟାଙ୍କ ଋଣ ଠକେଇ କରି ଦେଶ ଛାଡି ବିଦେଶରେ ଆତ୍ମଗୋପନ କରିଥିବା ବେଳେ, ବେଆଇନ୍ ଭାବେ ନିର୍ମାଣ ହୋଇଥିବା ଏହି ବିଲଡିଂକୁ ଶୁକ୍ରବାର ରାୟଗଡ ଜିଲ୍ଲା ପ୍ରଶାସନ ମାଟିରେ ମିଶାଇ ଦେଇଛି । ବିଲଡିଂକୁ ମାଟିରେ ମିଶାଇବାକୁ ପ୍ରଶାସନ ୧୧୦ଟି ଡିନାମାଇଟ୍ ଷ୍ଟିକ୍ ବ୍ୟବହାର କରିଥିଲା । ବିଲଡିଂ ଭଂଗାଯିବାର ପୁରା ଚିତ୍ରକୁ ରେକର୍ଡ କରିଛି ଡ୍ରୋନ୍ କ୍ୟାମେରା ।

୩୦ କେଜିର ବିସ୍ଫୋରକରେ ମାତ୍ର ୫ ସେକେଣ୍ଡରେ ନୀରବ ମୋଦୀଙ୍କ ଏହି ପ୍ରାସାଦକୁ ଭାଙ୍ଗି ମାଟିରେ ମିଶାଇ ଦେଇଛି ପ୍ରଶାସନ । ପଂଜାବ ନାସନାଲ୍ ବ୍ୟାଙ୍କ୍ ଠକେଇରେ ନୀରବ ମୋଦୀ ଛନ୍ଦି ହେବା ପରେ ଏହି ବିଲଡିଂକୁ ଇଡି ସିଜ୍ କରିଥିଲା । ତେବେ ୨୦୦୧ରୁ ୨୦୦୨ ମସିହା ମଧ୍ୟରେ ଖିମଜୀ ବିଚ୍ ଅଂଚଳରେ ଏହିପରି ୪୦ଟି ବିଲଡିଂକୁ ମାଟିରେ ମିଶାଯିବ ବୋଲି ସ୍ପଷ୍ଟ କରିଛି ରାୟଗଡ ଜିଲ୍ଲା ପ୍ରଶାସନ ।

ପି.ଏନ୍.ବି. ମାମଲାର ମୁଖ୍ୟ ଦୋଷୀ ନିରବ ମୋଦି :

ନିରବ ମୋଦି ମେଁହୁଳ ଚୌକସୀ ସହ ମିଶି ୧୩ ହଜାର କୋଟି ଟଙ୍କା ହେରାଫେରିର ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ଏହି ମାମଲାକୁ ସିବିଆ ଯାଞ୍ଚ କରୁଅଛି । ବର୍ତ୍ତମାନ ଆରୋପୀ ଦୁଇ ଜଣ ଦେଶ ଛାଡି ଚାଲିଯାଇଛନ୍ତି ।