ଗଣିତ ପ୍ରଫେସର ଶ୍ରେଣୀରେ ଛାତ୍ରୀମାନଙ୍କୁ ‘ପ୍ରେମ ସୂତ୍ର’ ପଢ଼ାଉ ଥିଲେ; ଭିଡିଓ ହେଲା ଭାଇରାଲ, ଦେଖନ୍ତୁ ଏହି ଭିଡିଓଟି

Spread the love

ଚଣ୍ଡୀଗଡ଼ (ହରିୟାଣା): ପୁଣି ଜଣେ ‘ପ୍ରେମ ଗୁରୁ’ଙ୍କ ନିଆରା କାରନାମାକୁ ନେଇ ଏବେ ଆରମ୍ଭ ହୋଇଛି ଚର୍ଚ୍ଚା । ଏଇ ‘ପ୍ରେମ ଗୁରୁ’ ଜଣକ ହେଉଛନ୍ତି ହରିୟାଣାର ଏକ ସରକାରୀ ମହିଳା ମହାବିଦ୍ୟାଳୟର ଗଣିତ ଅଧ୍ୟାପକ ଚରଣ ସିଂହ ।

ପ୍ରେମର ପରିଭାଷା କଣ ? ଏହାର ଅର୍ଥ ବୁଝାଉଥିଲେ ପ୍ରଫେସର ଚରଣ ସିଂହ ଶ୍ରେଣୀ କକ୍ଷରେ । କହିବାକୁ ଗଲେ, ପ୍ରଫେସର ଚରଣ ସିଂହ କଲେଜ ଚାତ୍ରଛାତ୍ରୀମାନକୁ ପ୍ରେମର ପରିଭାଷା ଗଣିତ ସୂତ୍ର ମାଧ୍ୟମରେ ଶ୍ରେଣୀ କକ୍ଷରେ ପିଲାଙ୍କୁ ଶିଖାଉଥିଲେ । ପ୍ରେମର ପରିଭାଷା ବୁଝୁଥିବା ଏହି ପ୍ରଫେସରଙ୍କୁ ନିଲମ୍ବିତ କରାଯାଇଛି ।

ପ୍ରଫେସରଙ୍କୁ ଭିଡିଓ ବନାଇଲେ ଛାତ୍ରଛାତ୍ରୀ :

ଗଣିତ ଅଧ୍ୟାପକ ଚରଣ ସିଂହ ତାଙ୍କ ଶ୍ରେଣୀଗୃହରେ ଛାତ୍ରୀମାନଙ୍କୁ ‘ଗଣିତ ସୂତ୍ର’ ବଦଳରେ ପଢ଼ାଉ ଥିଲେ ‘ପ୍ରେମ ସୂତ୍ର’ । ହେଲେ, ଶ୍ରେଣୀ କକ୍ଷରେ ଅଧ୍ୟାପକ ସିଂହ ‘ପ୍ରେମ ସୂତ୍ର’ ପଢ଼ାଉଥିବା ବେଳର ଦୃଶ୍ୟକୁ ଜନୈକା ଛାତ୍ରୀ ନିଜ ମୋବାଇଲରେ ରେକର୍ଡିଂ କରି ସୋସିଆଲ ମିଡିଆରେ ଛାଡ଼ିଦେବା ପରେ ଭିଡିଓଟି ଏବେ ଭାଇରାଲ ହେବା ସହ ଏହାକୁ ନେଇ ଆରମ୍ଭ ହୋଇ ଯାଇଛି ଚର୍ଚ୍ଚା । ଘଟଣା ପ୍ରଘଟ ହେବା ପରେ ମହାବିଦ୍ୟାଳୟ କର୍ତ୍ତୃପକ୍ଷ ସଂପୃକ୍ତ ‘ପ୍ରେମ ଗୁରୁ’ ଚରଣ ସିଂହଙ୍କୁ ଚାକିରିରୁ ନିଲମ୍ବିତ କରିଥିବା ଜାଣିବାକୁ ମିଳିଛି ।

ପ୍ରଥମ ସୂତ୍ର :

ପ୍ରଫେସର ଚରଣ ସିଂହ ପ୍ରେମର ପରିଭାଷା ବୁଝାଇବାକୁ ଯାଇ ପ୍ରଥମେ ସେ ପ୍ରେଣ୍ଡସିଫର ଅର୍ଥ କହିଥିଲେ; ‘କ୍ଲୋଜ୍‌ନେସ୍‌ – ଆଟ୍ରାକ୍‌ସନ୍‌ = ଫ୍ରେଣ୍ଡସିପ୍‌’ । ଅର୍ଥାତ ଆପଣ ଯେତେବେଳେ କାହା ସହ କ୍ଲଜନେସ୍ ହେଉଛନ୍ତି କିନ୍ତୁ ଆଟ୍ରାକ୍ଟିଭ ହେଉନାହାନ୍ତି, ତେବେ ଏହାକୁ ଫ୍ରେଣ୍ଡସିପ୍ କୁହାଯାଏ ।

ଦ୍ଵିତୀୟ ସୂତ୍ର :

ଆସିଷ୍ଟାନ୍ସ ପ୍ରଫେସର ଚରଣ ସିଂହଙ୍କ ଶ୍ରେଣୀ କକ୍ଷରେ ପ୍ରେମର ଦ୍ଵିତୀୟ ସୂତ୍ରରେ କହିଛନ୍ତି; ‘କ୍ଲୋଜ୍‌ନେସ୍‌ + ଆଟ୍ରାକ୍‌ସନ୍‌ = ରୋମାଣ୍ଟିକ୍‌ ଲଭ୍‌’ । ଅର୍ଥାତ ଆପଣ ଯେତେବେଳେ କାହା ସହ କ୍ଲଜନେସ୍ ହେଉଛନ୍ତି ଏବଂ ଆଟ୍ରାକ୍ଟିଭ ମଧ୍ୟ ହେଉନାହାନ୍ତି, ତେବେ ଆରମ୍ଭ ହୋଇଥାଏ ରୋମାଣ୍ଟିକ୍ ପ୍ରେମ ।

ତୃତୀୟ ସୂତ୍ର :

ଆସିଷ୍ଟାନ୍ସ ପ୍ରଫେସର ଚରଣ ସିଂହଙ୍କ ଶ୍ରେଣୀ କକ୍ଷରେ ପ୍ରେମର ବାଖ୍ୟା କରି ତୃତୀୟ ସୂତ୍ର କହୁଥିବାର ଭିଡିଓରେ ନଜର ଆସିଛନ୍ତି । ତୃତୀୟ ସୂତ୍ରରେ କହିଛନ୍ତି; ‘ଆଟ୍ରାକ୍‌ସନ୍‌ – କ୍ଲୋଜ୍‌ନେସ୍‌ = କ୍ରସ୍‌’ । ଅର୍ଥାତ ଏହି ସୂତ୍ର ଅନୁସାରେ ଆପଣ ଯେତେବେଳେ କାହା ସହ ଆଟ୍ରାକ୍‌ସନ୍‌ ଅଛନ୍ତି କିନ୍ତୁ କ୍ଲୋଜ୍‌ନେସ୍‌ କୁ ଆନୁଭବ କରିପାରୁ ନାହାନ୍ତି, ତେବେ ଆପଣ ସମ୍ପର୍କରେ କ୍ରସ୍ ର ଉତ୍ପତ୍ତି ବା ଆରମ୍ଭ ହୋଇଥାଏ ।

ଚରଣ ସିଂହ ଯେତେବେଳେ ଶେଣୀ କ୍ଷାରେ ଛାତ୍ରଛାତ୍ରୀଙ୍କୁ ଏହି ତିନୋଟି ସୂତ୍ର କହିଲେ, ଛାତ୍ରଛାତ୍ରୀଙ୍କୁ ପ୍ରଶ୍ନ ମଧ୍ୟ ପଚାରିଥିଲେ ଏବଂ ସି\ଉପସ୍ଥିତ ଛାତ୍ରଛାତ୍ରୀମାନେ ଉତ୍ତର ମଧ୍ୟ ଦେଉଥିଲେ । ଚରଣ ସିଂହଙ୍କ ଶ୍ରେଣୀ କକ୍ଷରେ ପ୍ରେମର ପରିଭାଷାକୁ ବାଖ୍ୟା କରୁଥିବା ସମୟରେ, ଗୋଟିଏ ଛାତ୍ର ଭିଡିଓ ବନାଇ ପ୍ରନ୍ସିପାଲ୍ ଡ. ଅନୁରାଧାକୁ ଏହି ବିଷୟରେ ଜଣାଇଥିଲେ ଏବଂ ଭିଡିଓ ମଧ୍ୟ ଦେଖାଇଥିଲେ । ଏହାପରେ ପ୍ରନ୍ସିପାଲ୍ ଚରଣ ସିଂହଙ୍କ ବିଷୟରେ ଶିକ୍ଷା ବିଭାଗକୁ ଜଣାଇଥିଲେ । ଶିକ୍ଷା ବିଭାଗ ଏହି ମାମଲାକୁ ନେଇ ଯାଞ୍ଚ କରିଥିଲେ ଏବଂ ଇ-ମେଲ୍ ଜରିଆରେ ଚରଣ ସିଂହଙ୍କୁ ସସ୍-ପେଣ୍ଡ କରିବାକୁ ନିର୍ଦ୍ଦେଶ ଦେଇଥିଲେ ।

‘ପ୍ରେମ ସୂତ୍ର’ ସବୁ ଖାଲି ପଢ଼ାଉ ନଥିଲେ ସେସବୁକୁ ବ୍ଲାକ୍‌ବୋର୍ଡରେ ଲେଖି ତାହାର ତର୍ଜମା ଓ ବାଖ୍ୟା କରିବା ସହ ସେଇ ସୂତ୍ରର ବ୍ୟବହାର ଓ ପାଳନ କଲେ ନିଜର ପ୍ରେମ ଓ ବୈବାହିକ ଜୀବନ କିପରି ସୁଖପ୍ରଦ ହୋଇପାରିବ, ସେ ସଂପର୍କରେ ମଧ୍ୟ ଛାତ୍ରୀମାନଙ୍କୁ ବିଶଦ ଭାବେ ବୁଝାଉ ଥିଲେ ‘ପ୍ରେମ ଗୁରୁ’ ଚରଣ ସିଂହ। ହେଲେ, ‘ପ୍ରେମ ଗୁରୁ’ଙ୍କ ପାଠପଢ଼ା ବେଳର ଭିଡିଓ ଭାଇରାଲ ହେବା ଘଟଣା ତାଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି।