ମସ୍ତିଷ୍କକୁ କିପରି ଅଧିକ ଶକ୍ତିଶାଳୀ କରିବେ ? ଆସନ୍ତୁ ଜାଣିବା ।

ଆମ୍ଭେମାନଙ୍କ ମଧ୍ୟରେ ଅଧିକାଂଶ ଲୋକମାନେ କୌଣସି ବିଷୟକୁ ଶୀଘ୍ର ଭୁଲିଯିବାର ସମସ୍ୟାରେ ପୀଡିତ ହୋଇଥାନ୍ତି ଅର୍ଥାତ ଆମ୍ଭେମାନେ ପ୍ରାୟତଃ ଅଧିକାଂଶ ସମୟରେ ଠିକ ଭାବରେ ମାନେ ରଖିପାରୁ ନାହୁଁ । ଆମେ କୌଣସି ଜିନିଷକୁ ମନେ ପକାଇଥାଉ ପୁଣି ଅଳ୍ପ ସମୟ ପରେ ଭୁଲିଯାଉ । ଏହି ସମସ୍ୟା କେବଳ ଆପଙ୍କର ନୁହେଁ ଏହା ସମସ୍ତଙ୍କ ସହିତ ହୋଇଥାଏ । ଆମେ ଛୋଟ ଥିଲା ସମୟରେ ପଢ଼ାପଢିରେ ଦୁର୍ବଳ ଥିଲେ ଆମକୁ ମା’ ବାପା ବାଦାମ ଖାଇବାକୁ ଦେଉଥିଲେ ଓ କହୁଥିଲେ କି ଏହା ଦ୍ୱାରା ତୋର ମସ୍ତିଷ୍କ ଶକ୍ତିଶାଳୀ ହେବ । ଆଜି ଆମେ ଆପଣଙ୍କୁ ସେହିଭଳି ୬ ଟି ଜିନିଷ ବିଷୟରେ କହିବାକୁ ଯାଉଛୁ ଯାହାକି ଆପଣଙ୍କ ମସ୍ତିଷ୍କକୁ ଶକ୍ତିଶାଳୀ କରିବା ସହ ଆପଣଙ୍କ ମନେ ପକାଇବା ଶକ୍ତିକୁ ବଢ଼ାଇ ଦିଏ ।
୧) ବ୍ଲାକ ବେରୀ (ଜାମୁକୋଳି) –
କୋଳିମାନଙ୍କ ମଧ୍ୟରୁ ଜାମୁକୋଳି ଗୋଟିଏ ଅନ୍ୟତମ ଅଟେ । ଯେଉଁଥିରେ ଭିଟାମିନ, ମିନରଲ, ଆଣ୍ଟିଅକ୍ସିଡେଣ୍ଟ ପ୍ରଚୁର ମାତ୍ରାରେ ଥାଏ । ଏହା ଆମର ମସ୍ତିଷ୍କର ବୟସକୁ ରକିବାରେ ସାହାଯ୍ୟ କରିଥାଏ । ଯାହା ଦ୍ୱାରା କି ଆମ ମସ୍ତିଷ୍କ ସବୁବେଳେ କ୍ରିୟାଶୀଳ ଓ ବଳିଷ୍ଠ ହୋଇରହିଥାଏ ।
୨) ହଳଦୀ –
ହଳଦୀ ବିଭିନ୍ନ ପ୍ରକାର ମାଙ୍ଗଳିକ କାର୍ଯ୍ୟରେ ଆମ ଘରମାନଙ୍କରେ ବ୍ୟବହାର କରାଯାଇ ଥାଏ । ହଳଦୀ ଗୋଟିଏ ଆଣ୍ଟିବ୍ୟାକ୍ଟେରିଆଲ ଓ ଆଣ୍ଟିଅକ୍ସିଡେଣ୍ଟ ଅଟେ । ଏହା ଆମ ସ୍ମରଣ ଶକ୍ତିକୁ ବଢାଇବା ପାଇଁ ବହୁତ ଲାଭଦାୟକ ଅଟେ । ଏହା ଛଡା ଶରୀରରେ ହୋଇଥିବା ଘା’ଆକୁ ମଧ୍ୟ ଶୀଘ୍ର ଠିକ କରିଦିଏ ।
୩) ମାଛ –
ମାଛ ଭିତରେ ଅମେଗା-୩ ଫେଇଟି ଏସିଡ ଓ ଉଚ୍ଚ ମାତ୍ରାରେ ଡ଼ି.ଏନ୍.ଏ ଥାଏ । ଏହା ଆମ ମସ୍ତିଷ୍କ ପାଇଁ ବହୁତ ଲାଭଦାୟକ ଅଟେ । ସବୁଦିନ ମାଛ ଖାଉଥିବା ଲୋକଙ୍କ ମସ୍ତିଷ୍କ ଦ୍ରୁତ ଗତିରେ କାମ କରିଥାଏ ଓ ସ୍ମରଣ ଶକ୍ତି (ମନେ ପକେଇବା ଶକ୍ତି) ବଢିଯାଏ । ଏହି ଲୋକମାନେ କୌଣସି ଜିନିଷକୁ ସହଜରେ ଭୁଲନ୍ତି ନାହିଁ ।
୪ ) ଫୁଲ କୋବି –
ସବୁଜ ରଙ୍ଗର ଫୁଲକବି । ଦୈନନ୍ଦିନ ଜୀବନରେ ଆପଣମାନେ ବ୍ୟବହାର କରୁଥିବେ । ଏଥିରେ ଭିଟାମିନ ଓ ଆଣ୍ଟିଅକ୍ସିଡେଣ୍ଟ ଭରପୁର ମାତ୍ରାରେ ଥାଏ । ଏହାକୁ ନିୟମିତ ସେବନ କରିବା ଦ୍ୱାରା ଆପଣଙ୍କ ମସ୍ତିଷ୍କ ଦ୍ରୁତ ଗତିରେ କାମ କରିଥାଏ । କିନ୍ତୁ ଏହାର ଦର ବହୁତ ଅଧିକ ତେଣୁ ବ୍ରୋକଲି ବା ସବୁଜ ଫୁଲକୋବିକୁ ଅତିକମରେ ସପ୍ତାହକୁ ଥରେ ହେଲେ ସେବନ କରନ୍ତୁ । ଏହା ଆପଣଙ୍କ ମସ୍ତିଷ୍କ ପାଇଁ ବହୁତ ଲାଭଦାୟକ ।
୫) ଡ଼ାର୍କ ଚୋକଲେଟ –
ପରୀକ୍ଷା ଦିନମାନଙ୍କରେ ପିଲା ମାନଙ୍କୁ ଚୋକଲେଟ ଖାଇବାର ଅଭ୍ୟାସ ହୋଇଯାଇଥାଏ । ଏହାର କାରଣ ହେଉଛି ଚୋକଲେଟରେ ଆଣ୍ଟିଅକ୍ସିଡେଣ୍ଟ ଓ anti-inflammatory ଗୁଣ ଥାଏ । ଏହା ଛଡ଼ା ଏହା ଆମ ମସ୍ତିଷ୍କର ଉଚ୍ଚ ରକ୍ତ ପ୍ରବାହକୁ ପ୍ରୋତ୍ସାହିତ କରିଥାଏ ଯେଉଁ କାରଣରୁ ଆମ ମସ୍ତିଷ୍କ ତୀବ୍ର ଗତିରେ କାମ କରିଥାଏ ।
୬) ବିଟ୍ –
ବିଟ୍ ଆମ ଶରୀରରେ ରକ୍ତର ମାତ୍ରାକୁ ବଢ଼ିବାରେ ସାହାଯ୍ୟ କରିଥାଏ । ଯେତେବେଳେ ଆମ ଶରୀରରେ ରକ୍ତର ମାତ୍ର ବଢିଥାଏ ସେତେବେଳେ ଆମ ମସ୍ତିଷ୍କରେ ରକ୍ତର ରକ୍ତର ପ୍ରଭାବ ପଡିଥାଏ । ଯାହା ଦ୍ୱାରା ମସ୍ତିଷ୍କ ଭଲ ରୁପେ କାମ କରିଥାଏ ଓ କୌଣସି ଜିନିଷକୁ ସହଜରେ ଭୁଲିବାକୁ ଦେଇ ନ ଥାଏ ।
ସ୍ୱାସ୍ଥ୍ୟ ସମ୍ବନ୍ଧିତ ଏହି ଅନୁଛେଦଟି ଲାଗିଲା Comment କରି ଜଣାନ୍ତୁ !