ଜୈଶ-ଏ-ମହମ୍ମଦର ମୁଖ୍ୟ ମସୂଦ ଆଜହର ମୃତ୍ୟୁର, ପାକ୍ ବିଦେଶୀ ମନ୍ତ୍ରୀ ଦେଲେ ସଂକେତ

Spread the love

ଜୈଶ-ଏ-ମହମ୍ମଦର ମୁଖ୍ୟ ମସୂଦ ଆଜହର ମୃତ୍ୟୁର, ପାକ୍ ବିଦେଶୀ ମନ୍ତ୍ରୀ ଦେଲେ ସଂକେତ

ପୁଲୱାମା ଆକ୍ରମଣର ଦୋଷୀ ଓ ଆତଙ୍କୀ ସଂଗଠନ ଜୈଶ-ଏ-ମହମ୍ମଦର ମୁଖ୍ୟ ମସୁଦ ଅଜହରର ମୃତ୍ୟୁ ଘଟିଥିବା କୁହାଯାଉଛି । ପାକିସ୍ଥାନର ବୈଦେଶିକ ମନ୍ତ୍ରୀ ପୂର୍ବରୁ ସୂଚନା ଦେଇ କହିଥିଲେ ଯେ, ମାସୁଦ ଆଜହର ଗମ୍ଭୀର ରୋଗରେ ପଢିତ । ମିଡ଼ିଆ ରିପୋର୍ଟ ଅନୁସାରେ ମିଳିଥିବା ସୂଚନା ମୁତାବକ, କିଡନୀ ଖରପ (Kidney failure) ଯୋଗୁଁ ମାସୁଦର ମୃତ୍ୟୁ ହୋଇଛି । ମାତ୍ର ଏହା କୌଣସି ଅଧିକାରୀଙ୍କ ତରଫରୁ ଆନୁଷ୍ଠାନିକ ସୂଚନା ଦିଆଯାଇ ନାହିଁ । କିନ୍ତୁ ମିଡ଼ିଆ ରିପୋର୍ଟ ଅନୁସାରେ ମାସୁଦ ଅଜହରର ମୃତ୍ୟୁର ଖବର ସୋସିଆଲ ମିଡିଆରେ ମଧ୍ୟରେ ଭାଇରଲ ହେବାରେ ଲାଗିଛି ।

ମସୂଦ ଆଜହରର ମୃତ୍ୟୁର ଦୁଇଟି କାରଣ ସାମ୍ନାକୁ ଆସୁଛି । ପ୍ରଥମତଃ, ପାକିସ୍ଥାନ ଅଜହାରକୁ ଲୁଚାଇବା ପାଇଁ ଭିନ୍ନ ଭିନ୍ନ ଉପାୟମନ ଖୋଜୁଛି ଏବଂ ଦ୍ବିତୀୟତଃ ଭାରତୀୟ ବାୟୁସେନା ଦ୍ୱାରା କରାଯାଇଥିବା ଏୟାର ଷ୍ଟ୍ରାଇକରେ ଅଜହର ଅତ୍ୟଧିକ ମାତ୍ରାରେ ଆଘାତ ପାଇଛି, ଯେଉଁଥି ପାଇଁ ମାସୁଦର ମୃତ୍ୟୁ ହୋଇଛି ବୋଲି କୁହାଯାଉଛି ।

କୁହାଯାଉଛି ଯେ ପାକିସ୍ତାନୀ ସେନାର ଅନୁମତି ପରେ ମସୁଦର ମୃତ୍ୟୁର ଆନୁଷ୍ଠାନିକ ଘୋଷଣା କରାଯିବ । ପାକ୍ ବୈଦେଶିକ ମନ୍ତ୍ରୀ କ୍ୟୁରେସି କହିଛନ୍ତି ଯେ, ମସୁଦ ଆଜହର ଯକୃତ କର୍କଟ ରୋଗରେ ପୀଡ଼ିତ ଥିଲା । ନିକଟ ଅତୀତରେ ପାକିସ୍ତାନର ବୈଦେଶିକ ମନ୍ତ୍ରୀ କ୍ୟୁରେସି କହିଥିଲେ ଯେ, ସୂଚନା ମୁତାବକ ମସୁଦର ସ୍ଵାସ୍ଥ୍ୟବସ୍ଥା ବହୁତ ଗୁରୁତ, ଶାରୀରିକ ଦୃଷ୍ଟିକୋଣରୁ ଅବସ୍ଥା ସଂକଟାପନ୍ନ ରହିଥିବାରୁ ସେ ଘରୁ ମଧ୍ୟ ବାହାରି ପାରୁ ନାହିଁ ।

ଭାରତର ମୋଷ୍ଟ ଓ୍ଵାଣ୍ଟେଡ ଆତଙ୍କୀବାଦୀ ଥିଲା ମସୁଦ ଅଜହର । ଆମେରିକା, ଫ୍ରାନ୍ସ, ବ୍ରିଟେନ ସମେତ ପୃଥିଵୀ ଅନ୍ୟାନ୍ୟ ଦେଶ ସମୂହ ମସୂଦକୁ ବ୍ଲକ ଲିଷ୍ଟରେ ରଖିବା ପାଇଁ ମଧ୍ୟ ପରିକଳ୍ପନା କରିଥିଲେ ଏବଂ ବିଶ୍ଵ ଆତଙ୍କୀ ଘୋଷଣା କରିବାକୁ ଦାବି କରୁଛନ୍ତି । ଫେବୃଆରୀ ୧୪ରେ ପୁଲଓ୍ଵାମା ଆକ୍ରମଣ ପାଇଁ ମସୁଦର ସଂଗଠନ ଜୈଶ-ଏ-ମହମ୍ମଦ ନିଜକୁ ଦାୟୀ କରିଛି ।