ବିବାହିତ ମହିଳାମାନେ କେବେ ମଧ୍ୟ ଏହି କାମ କରିବା ଅନୁଚିତ, ଏହା ଦ୍ୱାରା ପରିବାରର କ୍ଷତି ହୋଇଥାଏ ।

Spread the love

ବନ୍ଧୁଗଣ ଯେମିତି କି ଆମେ ସମସ୍ତେ ଜାଣିଛୁ, ଆମ ଦେଶରେ ହିନ୍ଦୁଧର୍ମ ଅନୁସାରେ ମହିଳା ମାନଙ୍କୁ ଦେବୀ ଲକ୍ଷ୍ମୀଙ୍କ ସ୍ଥାନ ଦିଆଯାଇଛି । ଏହି କାରଣରୁ ସେମାନଙ୍କ ଦ୍ଵାରା କରାଯାଉ ଥିବା ଭଲମନ୍ଦ ପୁରା ପରିବାରକୁ ଭୋଗିବାକୁ ପଡିଥାଏ । କୁହାଯାଏ କି ଯେଉଁ ଘରର ମହିଳାମାନେ ସଂସ୍କାରି ଏବଂ ନିୟମ ପୂର୍ବକ ସମସ୍ତ କାର୍ଯ୍ୟ କରନ୍ତି, ସେହି ଘରେ ସୁଖ ଓ ସମୃଦ୍ଧି ସର୍ବଦା ବିରାଜିତ ହୁଏ । ଆଉ ଯେଉଁ ଘରେ ମହିଳାମାନେ ନିୟମ ନ ମାନନ୍ତି ସେ ଘରେ ସର୍ବଦା ଦରିଦ୍ରତା ଲାଗି ରହିଥାଏ ।

ଘରର ମହିଳା ନା କେବଳ ଘର ସମ୍ଭାଳି ଥାଆନ୍ତି ବରଂ ପୁରା ପରିବାରର ବୋଝ ସେମାନଙ୍କ କାନ୍ଧ ଉପରେ ଥାଏ । ଶାସ୍ତ୍ର ଅନୁସାରେ ଏମିତି ଅନେକ ନିୟମ ଅଛି, ଯାହାର ପାଳନ ଯଦି କୌଣସି ଵ୍ୟକ୍ତି ନ କରନ୍ତି, ତେବେ ସେମାନଙ୍କୁ କଠିନ ପରିସ୍ଥିତିର ସମ୍ମୁଖୀନ କରିବାକୁ ପଡିଥାଏ । ବିଶେଷ କରି ମହିଳାମାନଙ୍କ ସହିତ ଜଡିତ କିଛି ମହତ୍ୱପୂର୍ଣ୍ଣ ନିୟମ, ଯାହା ପାଳନ କରିବା ଅତ୍ୟନ୍ତ ଆବଶ୍ୟକ ଅଟେ ।

ଏହି ପୋଷ୍ଟରେ ଆଜି ଆମେ ଆପଣଙ୍କୁ ଏମିତି କିଛି କାର୍ଯ୍ୟ ବିଷୟରେ କହିବାକୁ ଯାଉଛୁ ଯାହା ମହିଳାଙ୍କ ପାଇଁ ନିଷେଧ ଅଟେ ।

ଆସନ୍ତୁ ଜାଣିବା କଣ ସେହି କାର୍ଯ୍ୟ-

ଘରର ମହିଳାମାନେ ସନ୍ଧ୍ୟା ସମୟରେ ଶୋଇବା ଉଚିତ ନୁହେଁ । ଯେଉଁ ଘରେ ମହିଳାମାନେ ସନ୍ଧ୍ୟା ସମୟରେ ଶୁଅନ୍ତି, ସେହି ଘର ଦାରିଦ୍ରତରେ ପୂର୍ଣ୍ଣ ହୁଏ ।

ଦିନ ଗଡ଼ିଗଲା ପରେ ମହିଳାମାନଙ୍କୁ ଘରେ ଝାଡ଼ୁ କରିବା ଉଚିତ ନୁହେଁ । ଯେଉଁମାନେ ଏପରି କରନ୍ତି, ସେମାନଙ୍କ ଘରେ ସବୁବେଳେ ଦରିଦ୍ରତା ଲାଗି ରହିଥାଏ ।

ଯେଉଁ ଘରେ ମହିଳାମାନେ କଥା କଥାରେ ଝଗଡା କରନ୍ତି ଏବଂ ଆଳସ୍ୟ ହୁଅନ୍ତି; ସେଠାରେ ଲକ୍ଷ୍ମୀ ରୁହନ୍ତି ନାହିଁ ।

ଯେଉଁ ଘରେ ରାତିରେ ଅଇଁଠା ବାସନ ରଖନ୍ତି, ସେ ଘରେ ଧନର ଅଭାଵ ଲାଗି ରହିଥାଏ ।

ଘରର ମହିଳାମାନଙ୍କୁ କେବେ ମଧ୍ୟ କବାଟକୁ ଗୋଇଠା ମାରିବା ଉଚିତ ନୁହେଁ, ଏମିତି କରିବା ଦ୍ୱାରା ମା ଲକ୍ଷ୍ମୀ ରାଗି ଯାଆନ୍ତି ।

ଯେଉଁ ଘରେ ମହିଳାମାନେ ସକାଳୁ ଡେରିରେ ଉଠନ୍ତି ସେହି ଘରେ ସବୁବେଳେ ଧନର ଅଭାଵ ରୁହେ । ଏହି ଘରର ସଦସ୍ୟମାନେ ସର୍ବଦା ଅସଫଳତାର ସମୁଖୀନ ହୁଅନ୍ତି ।

ଘରର ଦ୍ୱାର ମୁହଁରେ ବସି ଖାଇବା ଅନୁଚିତ । ଯେଉଁ ଘରର ସଦସ୍ୟମାନେ ଦ୍ଵାର (କବାଟ) ମୁହଁରେ ବସି ଭୋଜନ କରନ୍ତି; ସେଠାରେ କେବେ ହେଲେ ସୁଖ ଦେଖାଯାଏ ନାହିଁ ।

ଝାଡ଼ୁକୁ ଘରର ଲକ୍ଷ୍ମୀ ବୋଲି ମାନ୍ୟତା ଦିଆଯାଇଥାଏ । ଯେଉଁ ଘରେ ମହିଳା ହେଉ କିମ୍ବା ଅନ୍ୟ କେହି ଝାଡ଼ୁକୁ ପାଦରେ ମାଡ଼ନ୍ତି, ସେହି ଘରେ ମା ଲକ୍ଷ୍ମୀ ରୁଷ୍ଟ ହୁଅନ୍ତି ।