ବିବାହିତ ମହିଳାମାନେ ଘରେ ଏକୁଟିଆ ଥିବା ସମୟରେ ଏହିପରି କାମ କରନ୍ତି ! ପୁରୁଷ ମାନେ ନିଶ୍ଚୟ ପଢନ୍ତୁ ।

Spread the love

ବିବାହ ପରେ ଜଣେ ମହିଳାଙ୍କ ଉପରେ ଅନେକ ଗୁଡିଏ ଦାୟିତ୍ୱର ବୋଝ ଆସିଯାଇଥାଏ । ବିବାହ ପରେ ମହିଳାମାନେ ନିଜ ଜୀବନରେ ଏତେ ଵ୍ୟସ୍ତ ହୋଇ ଯାଆନ୍ତି ଯେ, ସେମାନେ ନିଜ ଇଛା ଅନୁସାରେ କିଛି ମଧ୍ୟ କରିପାରନ୍ତି ନାହିଁ । ଏବଂ ବିବାହ ପରେ ଶ୍ୱଶୁର ଘରେ ନିଜ ବୋହୁକୁ ଅନେକ କଟକଣାରେ ରଖନ୍ତି । ବିବାହ ପରେ ସେମାନେ ସେହିଭଳି ମଜା କରିପାରନ୍ତି ନାହିଁ ଯାହା ବିବାହ ପୂର୍ବରୁ ନିଜ ବାପଘରେ କରୁଥିଲେ । ଏଠି ତାକୁ ରୋକିବା ଲୋକମାନେ ଆନେକ ମିଳି ଯାଆନ୍ତି । ଏହି ପରିସ୍ଥିତିରେ ଯେବେ ମହିଳାଙ୍କ ପାଖରେ ଏପରି ସୁଯୋଗ ଆସେ, ଯେତେବେଳେ ସେମାନେ ଘରେ ଏକୁଟିଆ ରୁହନ୍ତି, ସେତେବେଳେ ନିଜର ସମସ୍ତ ଇଚ୍ଛାକୁ ଲୁଚେଇ ଛପାଇ ପୂରଣ କରନ୍ତି । କେବେ ଆପଣମାନେ ଭାବିଛନ୍ତି କି ? ଜଣେ ବିବାହିତ ମହିଳା ଘରେ ଏଳୁଟିଆ ରହିଲେ କଣ କରନ୍ତି ? ଆସନ୍ତୁ ଜାଣିବା ।

ବିଶ୍ରାମ ଆଉ ଶୟନ କରନ୍ତି :

ବେଳେବେଳେ ବିବାହିତ ମହିଳାଙ୍କୁ ସକାଳୁ ଶୀଘ୍ର ଉଠିବାରୁ ଆରମ୍ଭ କରି ରାତି ହେବା ପର୍ଯ୍ୟନ୍ତ କାମରେ ଏତେ ବ୍ୟସ୍ତ ରହିବାକୁ ପଡିଥାଏ । ସେମାନଙ୍କ ଉପରେ ଅନେକ ଗୁଡାଏ ଦାୟିତ୍ୱର ବୋଝ ମଧ୍ୟ ଥାଏ । ଏହିଭଳି ସ୍ଥିତିରେ ଯେତେବେଳେ ସେମାନେ ଘରେ ଏକୁଟିଆ ରହିଲେ, ଏହାର ସୁଯୋଗରେ ସେମାନେ ଅତ୍ୟଧିକ ବିଶ୍ରାମ କରନ୍ତି ଏବଂ ଖୁସିରେ ଯେତେ ଇଛା ସେତେ ଶୟନ କରନ୍ତି ।

ନୂଆ ପୋଷାକ ପରିଧାନ କରିବା :

ଯେବେ ଘରେ କେହି ନଥାନ୍ତି; ସେତେବେଳେ ମହିଳାମାନେ ନୂଆ ଆଉ ଆଧୁନିକ ପୋଷାକ ପିନ୍ଧିବାକୁ ଚେଷ୍ଟା କରନ୍ତି । ବିଶେଷତଃ ଯେଉଁ ମହିଳାମାନଙ୍କ ଘରେ ସାଲୱାର କିମ୍ବା ଜିନ୍ସ ପିନ୍ଧିବାକୁ ଦିଅନ୍ତି ନାହିଁ, ସେମାନେ ଘରେ ଏକୁଟିଆ ରହିବା ସମୟରେ ଏହି ସବୁ ପୋଷାକ ପିନ୍ଧିବାକୁ ଚେଷ୍ଟା କରନ୍ତି ।

ଫୋନରେ ବହୁତ ସମୟ କଥାବାର୍ତ୍ତା :

ଏହି କଥା କାହାକୁ ଅଛପା ନୁହେଁ ଯେ ମହିଳାମାନଙ୍କୁ ଅଧିକ କଥାବାର୍ତ୍ତା କରିବା ପାଇଁ ବହୁତ ଭଲ ଲାଗେ । ଯେବେ ଘରେ କେହି ନଥାନ୍ତି, ସେତେବେଳେ ସେମାନେ କାହା ସହ ମଧ୍ୟ କଥା ହୋଇପାରନ୍ତି ନାହିଁ । ଏହି ପରିସ୍ଥିତିରେ ସେମାନେ ଫୋନ ମାଧ୍ୟମରେ ନିଜ ବାନ୍ଧବୀ କିମ୍ବା ନିଜ ପରିଜନଙ୍କ ସହ ବହୁତ ସମୟ ପର୍ଯ୍ୟନ୍ତ କଥା ହୁଅନ୍ତି ।

ସୌନ୍ଦର୍ଯ୍ୟତାର ଉପଚାର :

ମହିଳାମାନେ ଘରେ ଏକୁଟିଆ ବସିଥିଲେ, ନିଜର ସୌନ୍ଦର୍ଯ୍ୟତାକୁ ଆହୁରି ନିପୁଣ କରିବା ପାଇଁ ପସନ୍ଦ କରନ୍ତି । ସେଥିପାଇଁ ସେମାନେ ଘରେ ଥିବା ସମୟରେ ଘରେଇ ଉପଚାର ଯେପରି ମୂଲତାନ ମାଟି ଏବଂ ମୁଣ୍ଡରେ, ହାତ ପାଦରେ ମେହେନ୍ଦି ଆଦି ଲଗାନ୍ତି । କିଛି ମହିଳାମାନେ ବିଉଟି ପାଲଲର ଯିବା ଆରମ୍ଭ କରନ୍ତି । ସାଧାରଣ ଦିନ ମାନଙ୍କରେ ମହିଳାମାନଙ୍କୁ ନିଜ ଶରୀର ପ୍ରତି ଧ୍ୟାନ ଦେବା ପାଇଁ ସମୟ ମିଳେ ନାହିଁ ।

ବନ୍ଧୁମାନଙ୍କ ସହ ମିଳନ :

ବିବାହିତ ମହିଳା ଘରେ ଏକୁଟିଆ ଥିବା ସମୟରେ ନିଜ ବନ୍ଧୁମାନଙ୍କୁ ଘରକୁ ଡାକି ସ୍ୱାଧୀନ ରୂପେ ଆନନ୍ଦରେ ସମୟ ଅତିବାହିତ କରିବା ପାଇଁ ସମୟ ମିଳିଯାଏ । ଅନ୍ୟ ଦିନ ମାନଙ୍କରେ ଶାଶୁ ଶଶୁର ଥିବା ଯୋଗୁଁ ଅଧିକ ଲୋକଙ୍କୁ ଡାକି ପାରନ୍ତି ନାହିଁ କିମ୍ବା ସେମାନଙ୍କ ଉପସ୍ଥିତିରେ ଆନନ୍ଦ ଉପଭୋଗ କରିପାରନ୍ତି ନାହିଁ । ସେଥିପାଇଁ ଏକୁଟିଆ ସମୟରେ ଘରେ ଆନନ୍ଦରେ ଉପଭୋଗ କରିବା ହେଉଛି ଉତ୍ତମ ସମୟ ଅଟେ ।

ନୃତ୍ୟ :

କିଛି ମହିଳାଙ୍କୁ ନୃତ୍ୟ କରିବାକୁ ବହୁତ ପସନ୍ଦ କରିଥାନ୍ତି । ବିବାହ ପରେ ଶଶୁର ଘରେ ଅଧିକ ସ୍ୱାଧୀନ ଭାବରେ ନୃତ୍ୟ କରି ପାରନ୍ତି ନାହିଁ । କିନ୍ତୁ ଏକୁଟିଆ ଥିବା ସମୟରେ ସେମାନେ ଆନନ୍ଦ ସହ ନୃତ୍ୟ କରି ସମୟ ଅତିବାହିତ କରନ୍ତି । ଏହି ସମୟରେ ସେମାନେ ସଙ୍ଗୀତର ଧ୍ୱନିକୁ ବଢ଼ାଇ ନୃତ୍ୟ କରନ୍ତି । କିଛି ମହିଳାମାନେ ନିଜ ନୃତ୍ୟର ଭିଡିଓ ମଧ୍ୟ ପ୍ରସ୍ତୁତ କରନ୍ତି । ବର୍ତ୍ତମାନ ଟିକଟକର ଯୁଗ, ତେଣୁ ମହିଳାମାନେ ମଧ୍ୟ ଟିକଟକ୍ ପାଇଁ ଭିଡିଓ ପ୍ରସ୍ତୁତ କରନ୍ତି ।

ମନ ପସନ୍ଦର ଖାଦ୍ୟ :

ମହିଳାମାନେ ଘରେ ଏକୁଟିଆ ଥିବା ସମୟରେ ନିଜ ମନ ପସନ୍ଦର ଖାଦ୍ୟ ପ୍ରସ୍ତୁତ କରି ଖାଆନ୍ତି କିନ୍ତୁ ଅନ୍ୟ ଦିନଗୁଡିକରେ ତାଙ୍କୁ ସମସ୍ତଙ୍କର ଚିନ୍ତା କରିବାକୁ ପଡିଥାଏ ।

ଅନୁଛେଦଟି ଭଲ ଲାଗିଲେ ଗୋଟିଏ ଲାଇକ କରନ୍ତୁ ଏବଂ ନିଜ ମତାମତ Comment ଜରିଆରେ ପ୍ରଦାନ କରନ୍ତୁ । ଧନ୍ୟବାଦ !