ଅବୈଧ ସମ୍ବନ୍ଧ ପାଇଁ ବିବାହିତ ମହିଳାଙ୍କୁ ଜେଲ ହୋଇଛି । ଜେଲରୁ ମୁକୁଳିବା ପରେ ପତି ଏହିପରି କାଣ୍ଡ କରିଦେଇଥିଲା ।

Spread the love

ଏହିପରି ଆଶ୍ଚର୍ଯ୍ୟ କରିଦେବା ଭଳି ଘଟଣା କୁର୍ଦିସ୍ଥାନର ଅଟେ । ଯେଉଁଠି ଜଣେ ପତ୍ନୀକୁ କୋର୍ଟ ଅବୈଧ ସମ୍ବନ୍ଧ କାରଣରୁ ଦଣ୍ଡ ଦେଇଥିଲେ ।ଯେତେବେଳେ ପତ୍ନୀ ଜେଲରୁ ମୁକୁଳି ଥିଲା, ସେହି ସମୟରେ ତାର ପତି ଗୁଳି କରି ପତ୍ନୀର ହତ୍ୟା କରି ଦେଇଥିଲା । ମିଡ଼ିଆ ରେପୋର୍ଟ ଅନୁସାରେ ମହିଳା ଦେଢ଼ ବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ଡ ଭୋଗି ଆସିବା ପରେ ଦମ୍ପତିଙ୍କ ମଧ୍ୟରେ ଛାଡପତ୍ରର ମାମଲା ଚାଲିଥିଲା ।

ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ କହିବା ପାଇଁ ଚାହୁଁଛୁ; ରବିବାର ଦିନ ଛାଡ଼ପତ୍ରର ଶୁଣାଣି ପରେ କୋର୍ଟରୁ ବାହାରକୁ ଆସିବା ପରେ ପତି ପତ୍ନୀକୁ ଗୁଳି କରି ହତ୍ୟା କରିଛି । ଇରବିଲ କୋର୍ଟ ବାହାରେ କାର ପାର୍କିଂଗ ପାଖରେ ପତି ନିଜ ପତ୍ନୀକୁ ୬ ଥର ଗୁଳି କରି ହତ୍ୟା କରିଛି ।ଆପଣଙ୍କୁ କହିବା ପାଇଁ ଚାହୁଁଛୁ, ଇରାକର କୁର୍ଦିସ୍ଥାନରେ ବିବାହ ପରେ କୌଣସି ଅନ୍ୟ ବ୍ୟକ୍ତି ସହ ସମ୍ବନ୍ଧ ରଖିଲେ ମହିଳା ଏବଂ ପୁରୁଷ ଦୁହିଁଙ୍କ ଦଣ୍ଡାଦେଶ ଜାରି କରାଯାଇଥାଏ । ଏହି ଘଟଣାରେ ଇରବିଲ ପୋଲିସର ପ୍ରମୁଖ ଅବଦୁଲ ଖାଲିକ ତଲାତ ମିଡ଼ିଆକୁ କହିଛନ୍ତି; ଆରୋପୀକୁ ଘଟଣା ସ୍ଥଳରେ ହିଁ ଗିରଫ କରିଦିଆ ଯାଇଛି । ଆରୋପୀ ଉପରେ ହତ୍ୟାର ମାମଲା ରଜ୍ଜୁ କରାଯାଇଛି ।

ଏହି ଘଟଣା ଉପରେ ପୋଲିସ କହିଛି, ପ୍ରାରମ୍ଭିକ ଯାଞ୍ଚରୁ ଜଣା ପଡିଛି ଦୁହିଙ୍କ ମଧ୍ୟରେ ସମସ୍ୟା ୨୦୧୮ରୁ ଥିଲା ଯେତେବେଳେ ମହିଳାକୁ ଗିରଫ କରାଯାଇଥିଲା । ଇରାନ ଏବଂ କୁର୍ଦିସ ମହିଳାଙ୍କ ସହ ଜଡିତ ଏକ ସଂସ୍ଥା ଏହାକୁ ଅନର କିଲିଙ୍ଗର ନାମ ଦେଇଛି ।

ଇରାଣୀୟନ ଏବଂ କୁର୍ଦିସ “ଉମ୍ୟାନ ରାଇଟ୍ସ ଅର୍ଗନାଇଜେସନ”ର ଏକଜ୍ୟୁକେଟିଭ ନିର୍ଦେଶକ ଦିଆନା ନମ୍ମି କହିଛନ୍ତି, ସମ୍ବନ୍ଧ ରଖିବା କାରଣରୁ ମହିଳା ଦେଢ଼ ବର୍ଷ ପର୍ଯ୍ୟନ୍ତ ଜେଲଦଣ୍ଡ ଭୋଗିଥିଲା । ବାହାରକୁ ଆସିବା ପରେ ସେ ଛାଡପତ୍ରର ମାଗିଥିଲା ଏବଂ ତା’ପରେ ମହିଳାର ହତ୍ୟା କରି ଦିଆଯାଇଥିଲା । ନମ୍ମି କହିଛନ୍ତି, ମହିଳାର ପିତା ହତ୍ୟା ପରେ ଆରୋପୀକୁ ସମର୍ଥନ କରିଥିଲେ ଏବଂ କହିଥିଲେ ତାଙ୍କର ଝିଅକୁ ନ୍ୟାୟ ମିଳିଗଲା ।