ମରିଗଲେ ମଧ୍ୟ ଏହି ଜିନିଷ ଦାନ କରନ୍ତୁ ନାହିଁ । ଏହାଦ୍ୱାର ଆପଣଙ୍କ ଘରର ଲକ୍ଷ୍ମୀ ତାଙ୍କ ନିକଟକୁ ଚାଲିଯାଏ ।

Spread the love

କହିବାକୁ ଗଲେ ଦାନ ଦେବା ଅତ୍ୟନ୍ତ ଭଲ ବୋଲି ଶାସ୍ତ୍ରରେ କୁହାଯାଇଛି । ତେଣୁ ପ୍ରତ୍ୟେକ ବ୍ୟକ୍ତିକୁ ଦାନ କରିବା ପାଇଁ ପରିବାର ସଦସ୍ୟମାନେ ପ୍ରେରିତ କରିଥାନ୍ତି । ଦାନ କରିବା ଦ୍ୱାରା ପୁଣ୍ୟ ପ୍ରାପ୍ତି ହୋଇଥାଏ । ତା’ସହିତ ଆମ ଦ୍ଵାରା ହୋଇଥିବା ପାପର କ୍ଷୟ ହୋଇଥାଏ । ଜୀବନରେ ଥିବା ସବୁ ସମସ୍ୟାରୁ ମୁକ୍ତି ମିଳିଥାଏ । କିନ୍ତୁ କିଛି ଜିନିଷ ଏମିତି ମଧ୍ୟ ଅଛି ଯାହାର ଦାନ ଭୁଲରେ ମଧ୍ୟ କରିବା କଥା ନୁହେଁ । ଏହି ଜିନିଷର ଦାନ କରିବା ଦ୍ୱାରା ଆମ ଘରର ସୁଖ ସମୃଦ୍ଧି ତ ନଷ୍ଟ ହୋଇଥାଏ, ତା’ସହିତ ଆପଣଙ୍କୁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥାଏ । ତେବେ ଚାଲନ୍ତୁ ଜାଣିନେବା କେଉଁ ଜିନିଷ ଦାନ କରିବା ଉଚିତ ନୁହେଁ ।

ଝାଡୁ :

ଝାଡୁ ମହଲକ୍ଷ୍ମୀଙ୍କ ସହ ଜଡିତ ଅଟେ ଏବଂ ଝାଡୁ ଦାନ ବର୍ଜନୀୟ ଅଟେ । ଝାଡୁର ଦାନ କେବେ ମଧ୍ୟ କରାଯାଏ ନାହିଁ କାରଣ ଝାଡୁକୁ ମାଁ ଲକ୍ଷ୍ମୀଙ୍କ ରୂପ ମାନ୍ୟତା କରାଯାଏ । ଝାଡୁକୁ ଦାନ କରିବା ଦ୍ୱାରା ଘରେ କେବେ ମଧ୍ୟ ଧନ ରହେ ନାହିଁ । ମାନ୍ୟତା ରହିଛି; ଯଦି କୌଣସି ବ୍ୟକ୍ତି ଝାଡୁ ଦାନ କରିଥାଏ, ତେବେ ସେହି ବ୍ୟକ୍ତିକୁ ଧନ ହାନିର ଶିକାର ହେବାକୁ ପଡିଥାଏ । ଏମିତି କରିବା ଦ୍ୱାରା ମାଆ ଲକ୍ଷ୍ମୀ ତ କ୍ରୋଧ କରନ୍ତି, ତା’ ସହିତ ଆମେ ଦାନରେ ଯାହାକୁ ଝାଡୁ ଦେଇଥାଉ ଆମ ଘରର ଲକ୍ଷ୍ମୀ ତାଙ୍କ ସହିତ ଚାଲିଯାଆନ୍ତି । ଏହି କାରଣରୁ କଦାପି କୌଣସି ବ୍ୟକ୍ତିଙ୍କୁ ଝାଡୁ ଦାନ କରନ୍ତୁ ନାହିଁ ।

ଷ୍ଟିଲର ବାସନ :

ବନ୍ଧୁଗଣ ଆଜିକାଲି ଷ୍ଟିଲ ବାସନର ବ୍ୟବହାର ସମସ୍ତେ କରିଥାନ୍ତି । ଆଉ ଏମିତିରେ ସେମାନେ ଏହାର ଦାନ ମଧ୍ୟ କରି ଦିଅନ୍ତି । ଏମିତି କରିବା ଦ୍ୱାରା ସେମାନଙ୍କୁ ଗ୍ରହଦୋଷ ଲାଗିଥାଏ । ଏହାର ଦାନ କରିବା ଦ୍ୱାରା ଘରେ ସୁଖ ଶାନ୍ତି ନଷ୍ଟ ହୋଇଥାଏ । ଆଉ ତା’ସହିତ ଆପଣଙ୍କୁ ସବୁ କାମରେ ଅସଫଳତା ମିଳିଥାଏ । ଶାସ୍ତ୍ର ଅନୁସାରେ ବାସନ କୁସନର ଦାନ କରିବା ଦ୍ଵାରା ମଣିଷର ଜୀବନରେ ଅନ୍ନର ଅଭାବ ଦେଖାଯାଏ ଏବଂ ଏହା ସହ ଜୀବନରେ ସର୍ବଦା ଦୁଃଖ ଲାଗି ରହିଥାଏ ।

ତେଲ :

ଶନିଦେବଙ୍କୁ ତେଲ ଅର୍ପଣ କରିବା ବହୁତ ହିଁ ଶୁଭ ବୋଲି ଧରାଯାଏ । କିନ୍ତୁ ବ୍ୟବହାର କରାଯାଇଥିବା ତେଲର ଦାନ ଯଦି ଆପଣ କେଉଁ ବ୍ୟକ୍ତିଙ୍କୁ କରୁଛନ୍ତି, ତା’ ହେଲେ ଏହା ଆପଣଙ୍କ ଜୀବନକୁ କାଙ୍ଗାଳ ଓ ବର୍ବାଦିର ଆମନ୍ତ୍ରିତ କରିଥାଏ । ସର୍ବଦା ଧ୍ୟାନ ରଖନ୍ତୁ, ବ୍ୟବହୃତ ହୋଇଥିବା ତେଲର ଦାନ କଦାପି କରନ୍ତୁ ନାହିଁ । ଏହା ପଛରେ ମାନ୍ୟତା ରହିଛି, ଶନିଙ୍କ ପ୍ରକୋପ କମିବା ପ୍ରତିବଦଳରେ ଶନିଙ୍କ ପ୍ରକୋପ ବଢି ଯାଇଥାଏ ଏବଂ ଜୀବନରେ ଅନେକ ସମସ୍ୟା ବୃଦ୍ଧି ପାଇଥାଏ । ସେଥିପାଇଁ ବ୍ୟବହୃତ ତେଲ ଦାନ କରନ୍ତୁ ନାହିଁ ।

ବାସି ଖାଦ୍ୟ :

ଖାଦ୍ୟର ଦାନ ସବୁଠୁ ଭଲ ଓ ପୂଣ୍ୟ ଦାନ ହୋଇଥାଏ । ମାନ୍ୟତା ରହିଛି; ଭୋଜନ କିମ୍ବା ଖାଦ୍ୟଶସ୍ୟର ଦାନ କରିବା ଦ୍ୱାରା ଭାଗ୍ୟ ପରିବର୍ତ୍ତନ ହୋଇଥାଏ ଏବଂ ମାତାଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି । ଭୋଜନର ଦାନ କରିବା ଦ୍ଵାରା ବ୍ୟକ୍ତିକୁ ଅପାର ସମ୍ପତ୍ତିର ପ୍ରାପ୍ତି ହୋଇଥାଏ । କିନ୍ତୁ ଯଦି ଆପଣ ବାସି ଖାଦ୍ୟ କାହାକୁ ଦାନରେ ଦିଅନ୍ତି, ତେବେ ଏହା ଦ୍ୱାରା ଆପଣଙ୍କୁ ଅନେକ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ଧନହାନି ହେବାରେ ଲାଗିଥାଏ । ଏହା ଦ୍ଵାରା ଆପଣଙ୍କୁ ପୁଣ୍ୟ ମିଳିବା ବଦଳରେ ପାପ ଲାଗିଥାଏ । ତେଣୁ ଭୁଲରେ ମଧ୍ୟ ଆପଣ କାହାରିକୁ ଅଇଁଠା କିମ୍ବା ବାସୀଖାଦ୍ୟ ଦାନ କରନ୍ତୁ ନାହିଁ । ଅଇଁଠା ଖାଦ୍ୟ ବ୍ୟତୀତ ଅଇଁଠା କିମ୍ବା ଦୂଷିତ ପାଣିର ଦାନ କରନ୍ତୁ ନାହିଁ ।

ଧାରୁଆ ଜିନିଷ :

ଧାରୁଆ ଅସ୍ତ୍ରର ଦାନ ବର୍ଜନୀୟ ଅଟେ । ମାନ୍ୟତା ରହିଛି; ଧାରୁଆ ଅସ୍ତ୍ରର ଦାନ କରିବା ଦ୍ୱାରା ଘରେ ଅଶାନ୍ତି ବଢି ଯାଇଥାଏ ଏବଂ ଘରର ବାତାବରଣ ଖରାପ ହୋଇଥାଏ । ଏହି କାରଣରୁ କଦାପି ଧାରୁଆ ଅସ୍ତ୍ରର ଦାନ କରନ୍ତୁ ନାହିଁ ।

ହଁ ଆଜ୍ଞା, ଏହା ଥିଲା ସେହି ସବୁ ଜିନିଷର ତାଲିକା ଯାହାକୁ ଭୁଲରେ ମଧ୍ୟ ଦାନରେ ଦେବା ଉଚିତ ନୁହେଁ ।