ମନୁଷ୍ୟର ସ୍ଵଭାବ ସରଳ କିମ୍ବା ସିଧା ହେବା ଉଚିତ ନୁହେଁ , ଏପରି କାହିଁକି କହିଛନ୍ତି : ଆଚାର୍ଯ୍ୟ ଚାଣକ୍ୟ

Spread the love

ସାଧାରଣତଃ ଆମେମାନେ ପିଲାବେଳୁ ଶୁଣିଆସିଛୁ କି ସଦାଚାର ମନୁଷ୍ୟର ସବୁଠାରୁ ବଡ ଗୁଣ ଅଟେ । ତେବେ ସଦାଚାରୀ ମଣିଷ ଜୀବନରେ ସବୁବେଳେ ସଫଳ ହୋଇଥାଏ । ହେଲେ ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ନୀତିରେ କହିଛନ୍ତି କି, ଅତ୍ୟନ୍ତ ସଦାଚାରୀ ହେବା ବି ମନୁଷ୍ୟ ଲାଗି ଅତ୍ୟନ୍ତ ଦୁଃଖର କାରଣ ହୋଇଥାଏ । ଏହି କାରଣକୁ ନେଇ ଆଚର୍ଯ୍ୟ ଚାଣକ୍ୟ ସଦାଚାରୀ ବ୍ୟକ୍ତି ବାବଦରେ ଏକ ବ୍ୟାବହାରିକ ସୂତ୍ର ଦେଇଛନ୍ତି ।

ଅଚାର୍ଯ୍ୟ ଚାଣକ୍ୟ ତାଙ୍କ ନୀତିରେ କହିଛନ୍ତି କି ଜଙ୍ଗଲରେ ବହୁତ ବୃକ୍ଷ ରହିଥାଏ,ହେଲେ ସେଥିରେ ଯେଉଁ ବୃକ୍ଷ ଅତ୍ୟନ୍ତ ସିଧା ହୋଇଥାଏ; ତାହା ଲୋକଙ୍କ ଦ୍ୱାରା ଶୀଘ୍ର ହିଁ କଟାଯାଇଥାଏ । ହେଲେ ଯେଉଁ ବୃକ୍ଷ ଅଙ୍କା ବଙ୍କା ହୋଇଥାଏ, ତାହା ସବୁବେଳେ ସୁରକ୍ଷିତ ହୋଇ ରହିଥାଏ । ଠିକ୍‌ ସେହିପରି ଯେଉଁ ବ୍ୟକ୍ତି ସିଧାସାଧା ହୋଇଥାଏ, ତାଙ୍କୁ ତାଙ୍କ ଜୀବନରେ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥାଏ । କାରଣ ସିଧାସାଧା ଭାବି ଲୋକେ ତାଙ୍କୁ ଦବାଇବାକୁ ଚେଷ୍ଟା କରିଥା’ନ୍ତି । ତେଣୁ ଯଦି କୌଣସି ବ୍ୟକ୍ତି ତାହାର ଜୀବନରେ ସୁଖୀ ହେବାକୁ ଚାହୁଁଥାଏ, ତେବେ ତାକୁ ଅତ୍ୟନ୍ତ ସିଧାସାଧା ହେବା ଆଦୌ ଉଚିତ୍‌ ନୁହେଁ ।

ସେ କହିଛନ୍ତି, ଆମକୁ ଗୁଡ ପରି ଅତ୍ୟନ୍ତ ମିଠା ହେବା ଉଚିତ୍‌ ନୁହେଁ କି ଲୋକେ ଆମକୁ ଖାଇଯିବେ । ଏହା ସହିତ ଏତେ ବି ରାଗୀ ହେବା ଉଚିତ୍‌ ନୁହେଁ ଯେ, ଲୋକେ ଆମକୁ ଘୃଣା କରିବେ । ବାସ୍ତବରେ ଚାଣକ୍ୟ କହିଛନ୍ତି ଆମକୁ ଯାହା ସହିତ ଯାହା ବ୍ୟବହାର କରିବାର ଅଛି ଅର୍ଥାତ୍‌ ଭଲ ବ୍ୟକ୍ତି ସହିତ ଭଲ ଓ ଖରାପ ବ୍ୟକ୍ତି ସହିତ ଖରାପ ବ୍ୟବହାର କରିବା ଦରକାର । କାରଣ ଯଦି ଆମେ ଖରାପ ବ୍ୟକ୍ତି ସହିତ ସଜ୍ଜନ ଭଳି ବ୍ୟବହାର ଦେଖାଇଥାଉ, ତେବେ ସେହି ବ୍ୟକ୍ତି ଆମ ଭଲ ପଣିଆର ଲାଭ ଉଠାଇଥାଏ । ଏଥିପାଇଁ ସମୟକୁ ଦେଖି ଭଲ ଓ ମନ୍ଦ ବ୍ୟବହାର କରୁଥିବା ବ୍ୟକ୍ତି ହିଁ ଜୀବନରେ ସଫଳ ଓ ସୁଖୀ ହୋଇଥାନ୍ତି ।

ଅନୁଛେଦଟି କିପରି ଲାଗିଲା Comment କରି ଜଣାନ୍ତୁ ।