ମଙ୍ଗଳବାର ଦିନ ହନୁମାନଙ୍କୁ ଚଢେଇ ଦିଅନ୍ତୁ ଏହି ଜିନିଷ, ଧନ ଲାଭ ସହିତ ହେବ ଶତ୍ରୁ ନାଶ

Spread the love

ଆଜି ଆମେ ଆପଣଙ୍କୁ ବତେଇବୁ ହନୁମାନଜୀଙ୍କୁ ଖୁସି କରିବା ପାଇଁ କଣ କରିବାକୁ ହେବ, ଯେମିତିକି ଆମେ ସମସ୍ତେ ଜାଣୁ ଯେ ହନୁମାନଜୀ ସବୁ ବିପଦରୁ ମୁକ୍ତି ଦିଅନ୍ତି। ମଙ୍ଗଳବାର ଦିନ ହନୁମାନଜୀଙ୍କ ପୂଜାରେ କିଛି ଖାସ ଉପାୟ କରିଲେ ଆପଣଙ୍କ ଶତ୍ରୁ ମାନଙ୍କର ବିନାଶ ହେବ ଏବଂ ଆପଣଙ୍କୁ ଧନପ୍ରାପ୍ତି ହେବ। ତାହେଲେ ଚାଲନ୍ତୁ ଜାଣିବା ସେ କଣ ଜିନିଷ ଅଟେ ଯାହାକୁ ହନୁମାନଜୀଙ୍କ ପୂଜାରେ ବ୍ୟବହାର କରିବା ଦ୍ବାରା ସେ ନିଜ ଭକ୍ତ ମାନଙ୍କ ଉପରେ ପ୍ରସନ୍ନ ହୋଇଯାନ୍ତି ।

ନେତ ବା ଧ୍ୱଜା :- ଜ୍ୟୋତିଷଶାସ୍ତ୍ର ଅନୁସାରେ ହନୁମାନଜୀଙ୍କ ମନ୍ଦିରରେ ଲାଲ ତ୍ରିକୋଣା ନେତ ଚଢ଼େଇଲେ ଧନ ସମ୍ପତ୍ତି ର ଲାଭ ହୋଇଥାଏ। ନେତ ଉପରେ ରାମ ଲେଖା ଥିବା ଦରକାର, ଏମିତି କରିଲେ ଧନ ସମ୍ପତ୍ତି ର ସମସ୍ୟା କେବେ ବି ହେବ ନାହିଁ ।

ଚମେଲିର ତେଲ:-ଏମିତି ମାନାଯାଏ ଯେ ହନୁମାନଜୀଙ୍କୁ ଚମେଲି ତେଲ ବହୁତ ପ୍ରିୟ ଅଟେ, ଚମେଲି ତେଲ ହନୁମାନଜୀଙ୍କ ଉପରେ ଚଢ଼େଇଲେ ମନ ଶାନ୍ତ ହୋଇଥାଏ ଏବଂ ଆଖିର ଦୃଷ୍ଟି ଶକ୍ତି ବି ତେଜ ହୋଇଥାଏ। ଚମେଲି ତେଲ ର ଦ୍ଵୀପ ଜଳେଇଲେ ଶତ୍ରୁ ମାନଙ୍କର ବିନାଶ ହୋଇଥାଏ।

ସିନ୍ଦୂର:- ହନୁମାନଜୀଙ୍କ ପୂଜାରେ ସିନ୍ଦୂର ବ୍ୟବହାର କରିଲେ ବହୁତ ଜଲଦି ଖୁସି ହୋଇଯାନ୍ତି ଏବଂ ନିଜ ଭକ୍ତ ଉପରେ ଧନର ବର୍ଷା କରିଦିଅନ୍ତି। ଧ୍ୟାନ ରଖିବେ ହନୁମାନଜୀଙ୍କ ପୂଜାରେ ମଙ୍ଗଳବାର ଦିନ ସିନ୍ଦୂର ଚଢାନ୍ତି ତାହେଲେ ଆପଣଙ୍କର ସବୁ ଗ୍ରହ ଦୋଷ ଦୂର ହୋଇଯାଏ ଏବଂ ଆପଣଙ୍କର ଅଚାନକ ଦୁର୍ଘଟଣା ଘଟିବାରୁ ବଞ୍ଚିପାରିବେ ତା ସହିତ ଋଣ ରୁ ବି ମୁକ୍ତି ପାଇବେ । ମଙ୍ଗଳବାର ଦିନ ସକାଳୁ ଉଠିବେ ଏବଂ ପାନ କିମ୍ବା ଆଶ୍ୱସ୍ତ ଗଛର ପତ୍ର ଉପରେ ସିନ୍ଦୂର ରଖି ଚଢ଼େଇବେ।

ଳଡୁ:- ମଙ୍ଗଳବାର ଦିନ ବେସନ କିମ୍ବା ବୁନ୍ଦିଆ ଲଡୁ ହନୁମାନଜୀଙ୍କ ଉପରେ ଚଢାଇଲେ ସବୁ ଗ୍ରହ ନିୟନ୍ତ୍ରଣ ରେ ରହେ। ମଙ୍ଗଳବାର ଦିନ ସନ୍ଧ୍ୟାରେ ହନୁମାନଜୀଙ୍କୁ ତୁଳସୀ ପକେଇ ଲଡୁ ଅର୍ପଣ କରିବେ।

ରାମଙ୍କ ନାମ:- ହନୁମାନଜୀଙ୍କୁ ଏହି ଦୁନିଆରେ ସବୁଠୁ ପ୍ରିୟ ରାମଙ୍କ ନାମ ଲାଗେ। ଚମେଲି ତେଲ ସହିତ ସିନ୍ଦୂର ମିଶେଇ ଅଶ୍ୱତ୍ଥ ଗଛର ପତ୍ର ଉପରେ ରାମ ଙ୍କ ନାମ ଲେଖି କରି ହନୁମାନଜୀଙ୍କ ଉପରେ ଚଢାନ୍ତୁ । ଏହା ପରେ ନିଜର ମନସ୍କାମନା ପୁରଣ କରିବା ପାଇଁ ଭଗବାନଙ୍କୁ ପ୍ରାର୍ଥନା କରନ୍ତୁ। ଆପଣଙ୍କର ସବୁ ମନସ୍କାମନା ପୁରଣ ହୋଇଯିବ। ଦୁନିଆରେ ଏମିତି କିଛି କାମ ନାହିଁ ଯାହା ହନୁମାନଜୀଙ୍କ ପାଈଁ କଠିନ ଅଟେ। ହନୁମାନଜୀ ଆଜି ବି ପୃଥିବୀ ପୃଷ୍ଠରେ ନିଜ ଭକ୍ତ ର ରକ୍ଷା କରିବା ପାଇଁ ଉପସ୍ଥିତ ଅଛନ୍ତି।