ମନ୍ଦିରକୁ ଯିବା ସମୟରେ ଭୁଲରେ ନିଅନ୍ତୁ ନାହିଁ ଏହି ଗୋଟେ ଜିନିଷ । ନଚେତ କେତେ ପୂଜା କରନ୍ତୁ ନା କାହିଁକି କେବେ ବି ସଫଳ ହେବେ ନାହିଁ ।

Spread the love

ହିନ୍ଦୁ ଧର୍ମରେ ବ୍ୟକ୍ତି ମନ୍ଦିର ଯାଇ ଭଗବାନଙ୍କୁ ପ୍ରାର୍ଥନା କରିଥାଏ । ଯେବେ ମଧ୍ୟ ଆମେ ମନ୍ଦିର ଯାଇଥାଉ ତ ଆମକୁ ମାନସିକ ଓ ଆଧ୍ୟାତ୍ମିକ ସ୍ତରରେ ଶାନ୍ତି ମିଳିଥାଏ । ତାହା ସହିତ ଆମର ମନ ଭିତରେ ଚାଲୁଥିବା ସମସ୍ତ ଚିନ୍ତା ମଧ୍ୟ ଦୂରେ ହୋଇଯାଇଥାଏ । ଭକ୍ତ ମନ୍ଦିରକୁ ଯାଇ ନିଜକୁ ସବୁ ପ୍ରକାର ଅସୁବିଧାରୁ ମୁକ୍ତି କରି ଦେଇଥାଏ । ଭକ୍ତିମାନେ ନିଜ ଶକ୍ତି ସାମର୍ଥ୍ୟ ଅନୁସାରେ ବିଭିନ୍ନ ପ୍ରକାର ଫୁଲ, ଫଳ, ନୈବେଦ୍ୟ ଅର୍ପଣ କରି ଭଗବାନଙ୍କୁ ପୂଜା କରିଥାଏ । ତାହା ସହିତ ଧୂପ ଆଉ ଦୀପ ମଧ୍ୟ ଲଗାଇଥାଏ । ବନ୍ଧୁଗଣ ଏହି ସବୁ ଜିନିଷ ଆମେ ପୂଜା କରିବା ପାଇଁ ନିଜ ସହିତ ନେଇଥାଉ । କିନ୍ତୁ ଶାସ୍ତ୍ରରେ କିଛି ଏହି ପରି କଥା କୁହାଯାଇଛି; ଯାହାକୁ ଆମେ ସାଧାରଣତଃ ମନ୍ଦିରକୁ ତ ନେଇଥାଉ କିନ୍ତୁ ଆମେ ଏହା ଜାଣି ନ ଥାଉ କି ଏହାର କେତେ କ୍ଷତିକାରକ ଅଟେ । ଶାସ୍ତ୍ରରେ ଏହାକୁ ବହୁତ କ୍ଷତିକାରକ ବୋଲି ମାନା ଯାଇଛି । ଅର୍ଥାତ ବନ୍ଧୁଗଣ ଆପଣ ଯାହାବି ପୂଜା ପାଠ କରୁଛନ୍ତି ଏହି ସବୁ ସାମଗ୍ରୀକୁ ମନ୍ଦିରକୁ ଆପଣ ନିଜ ସହିତ ନେବା ଦ୍ୱାରା ଆପଣଙ୍କୁ ଏହାତ ବିପରୀତ ଫଳ ମିଳିବ । ତେବେ ଚାଲନ୍ତୁ ବନ୍ଧୁଗଣ ସେହି ଜିନିଷ ଗୁଡିକ କଣ କଣ ସେହି ବିଷୟରେ ଜାଣିବା :-

■ ଚମଡାରେ ତିଆରି ଚପଲ, ବ୍ୟାଗ, ପର୍ସ :

ଚମଡାରେ ତିଆରି ଚପଲ, ବ୍ୟାଗ, ପର୍ସ ଏହି ଜିନିଷ ଗୁଡିକୁ ଆପଣ ପୂଜା ସମୟରେ ନିଜ ସହିତ ରଖନ୍ତୁ ନାହିଁ । ଅର୍ଥାତ ଆପଣଙ୍କୁ ଚମଡାର କୌଣସି ମଧ୍ୟ ପଦାର୍ଥ ପୂଜା କରିବା ସମୟରେ ପିନ୍ଧିବା ଉଚିତ ନୁହେଁ । ଏହାକୁ ମନ୍ଦିରକୁ ନେବା ଶାସ୍ତ୍ରରେ ବର୍ଜିତ ବୋଲି ମାନା ଯାଇଛି । ଏହା ପଛରେ ବୈଜ୍ଞାନିକ ଆଉ ଧାର୍ମିକ ଦୁଇଟି କାରଣ ଲୁଚି ରହିଛି । ପ୍ରଥମେ ଜାଣିବା ଧାର୍ମିକ କାରଣ ବିଷୟରେ:-

ଏହି ସବୁ ଜିନିଷ ପଶୁଙ୍କ ଚମଡାରୁ ତିଆରି ହୋଇଥାଏ । ତେଣୁ ଏହାକୁ ବହୁତ ଅପବିତ୍ର ବୋଲି ଗ୍ରହଣ କରାଯାଇଛି । ତେଣୁ ଚମଡାରେ ତିଆରି କୌଣସି ମଧ୍ୟ ଜିନିଷ ପୂଜା କରିବା ସମୟରେ ପିନ୍ଧନ୍ତୁ ନାହିଁ କିମ୍ବା ନିଜ ସାଥିରେ ଅର୍ଥାତ ପକେଟରେ ରଖନ୍ତୁ ନାହିଁ । ଏହିଗୁଡିକ ପାଖରେ ରଖିବା ଫଳରେ ଆପଣଙ୍କୁ ପୂଜାର ଫଳ ମିଳିବ ନାହିଁ ।

ବୈଜ୍ଞାନିକ କାରଣ ଅନୁସାରେ ଚମଡାର ବସ୍ତୁରେ ଏକ ପ୍ରକାର ଗନ୍ଧ ରହିଥାଏ । ଯାହାକୁ ଦୂର କରିବା ପାଇଁ ତା ଉପରେ ବହୁତ ପ୍ରକାର କେମିକାଲ ବ୍ୟବହାର କରାଯାଏ । ଆଉ ଏହି ସବୁ କେମିକାଲ ଶରୀର ପାଇଁ ବହୁତ କ୍ଷତିକାରକ ହୋଇଥାଏ । ତେଣୁ ପୂଜା କରିବା ସମୟରେ ଚମଡାର ତିଆରି କୌଣସି ଜିନିଷ କିମ୍ବା ଵସ୍ତୁ ଭୁଲରେ ମଧ୍ୟ ବ୍ୟବହାର କରନ୍ତୁ ନାହିଁ ।

ଆଶା କରୁଛି ଏହି ବିଷୟଟି ଆପଣମାନଙ୍କୁ ପସନ୍ଦ ଆସିଥିବ । ପସନ୍ଦ ଆସିଥିଲେ ବିଷୟଟିକୁ ଗୋଟିଏ ଲାଇକ କରିନ୍ତୁ ଓ ନିଜ ପ୍ରିୟଜନ ମାନଙ୍କ ସହିତ ସେୟାର କରିବାକୁ ଜମାରୁ ମଧ୍ୟ ଭୁଲନ୍ତୁ ନାହିଁ ।