କଣ ଆପଣ ଜାଣିଛନ୍ତି କି ମନକୁ ଶାନ୍ତ ରଖିବାର ୧୦ଟି ସୂତ୍ର ? ଆସନ୍ତୁ ଜାଣିବା…

google

Spread the love

ବ୍ୟସ୍ତମୟ ଜୀବନରେ ସମସ୍ତେ ନିଜକୁ ଶାନ୍ତି ରଖିବା ପାଇଁ ଚେଷ୍ଟା କରନ୍ତି । କିନ୍ତୁ ପରିବାର, ନିଜ କର୍ମ ନିଜ ବୃତ୍ତି ପାଇଁ ମନୁଷ୍ୟ ସର୍ବଦା ଚିନ୍ତତ ରହିଥାଏ ।

୧. କୌଣସି ମଧ୍ୟ କାମରେ ସେତେ ପର୍ଯ୍ୟନ୍ତ କରନ୍ତୁ ନାହିଁ ଯେ ପର୍ଯ୍ୟନ୍ତ ଆପଣଙ୍କୁ ପଚରା ଯାଇ ନଥାଏ ।

୨. କ୍ଷମା କରିବା ଏବଂ କିଛି କଥାକୁ ଭୁଲିବା ଶିଖନ୍ତୁ ।

google

୩. ନିଜର ପରିଚୟ ସୃଷ୍ଟି କରିବାର ଲାଳସାରେ ରୁହନ୍ତୁ ନାହିଁ । କାରଣ ଲାଳସା ଲୋଭଠାରୁ ବଡ଼ ରୋଗ ଅଟେ ।

୪. ପ୍ରତିହିଂସାର ଭାବନା ରଖନ୍ତୁ ନାହିଁ ।

୫. ସେତିକି କାମ ହାତକୁ ନିୟନ୍ତୁ ଯେତିକି ଆପଣ ପୂରଣ କରିପାରିବେ ଏବଂ କାମକୁ ଧୌର୍ଯ୍ୟର ସହ କରିବା ଶିଖନ୍ତୁ ।

୬. ପ୍ରତିଦିନ ବ୍ୟାୟମ, ଯୋଗ କିମ୍ବା ଧ୍ୟାନ କରନ୍ତୁ । ଏହା କରିବା ଦ୍ୱାରା ମନ ଶାନ୍ତ ରୋହିଥାଏ ।

google

୭. ଏମିତି କୌଣସି ମଧ୍ୟ କାମ କରନ୍ତୁ ନାହିଁ ଯାହା ଦ୍ୱାରା ଆପଣଙ୍କୁ ଭବିଷ୍ୟତରେ ପସ୍ତେଇବାକୁ ପଡିପାରେ ।

୮. ଅତୀତ ପାଇଁ ଦୁଃଖିତ ନହୋଇ ବା ଭବିଷ୍ୟତର ଚିନ୍ତା ନ କରି ବର୍ତ୍ତମାନର କାର୍ଯ୍ୟ କରିଚାଲନ୍ତୁ। କର୍ମ କରି ଚାଲନ୍ତୁ । ପାଇବାର ଇଚ୍ଛା କେବେ ରଖନ୍ତୁ ନାହିଁ ।

୯. ଯାହା କେବେ ବଦଳି ପାରିବନି ତାହାକୁ ସହିବା ଶିଖନ୍ତୁ ।

୧୦. ମସ୍ତିଷ୍କକୁ କେବେ ଖାଲି ରହିବାକୁ ଦିଅନ୍ତୁ ନାହିଁ

ଆଶା କରୁଛି ଏହି ବିଷୟଟି ଆପଣମାନଙ୍କୁ ପସନ୍ଦ ଆସିଥିବ । ପସନ୍ଦ ଆସିଥିଲେ ବିଷୟଟିକୁ ଗୋଟିଏ ଲାଇକ କରିଦିଅନ୍ତୁ ଓ ସେୟାର କରି ଦିଅନ୍ତୁ ।