ମନ ଥୁଲେ ଧନ ଆପେ ଆପେ ଆସେ । ସରକାରୀ ଚାକିରୀ ଛାଡି ଔଷଧୀୟ ବୃକ୍ଷରୁ ବର୍ଷକୁ ରୋଜଗାର କରନ୍ତି 45ଲକ୍ଷରୁ ଉର୍ଦ୍ଧ୍ୱ ….

Spread the love

ମନ ଥୁଲେ ଧନ ଆପେ ଆପେ ଆସେ । କଥାରେ କହନ୍ତି , ଉଦ୍ୟେମେନ୍ ହିଁ ସିଧ୍ୟନ୍ତି । ଦୃଢ ଇଛା ଶକ୍ତି ଥିଲେ ପଙ୍ଗୁ ମଧ୍ୟ ପର୍ବତ ଲଙ୍ଘନ କରିପାରିବ ଏହି କଥା ଶୁଣିଥିବେ । ଏହିପାରି କିଛି କରି ଦେଖାଇଛନ୍ତି ଗୋରଖପୁର ଜିଲ୍ଲାର ଅବିନାଶ କୁମାର । ନିଜର ପରମ୍ପରିକ କ୍ଷେତବାଢିରେ ଶସ୍ୟ ଉତ୍ପାଦନ କରିବା ପରିବର୍ତ୍ତେ କ୍ଷେତ ଲଗାଇଛନ୍ତି ଜାଡ଼ିବୁଟି ଔଷଧୀୟ ବୃକ୍ଷ ଏବଂ ବର୍ଷକୁ ରୋଜଗାର କରନ୍ତି 45 ଲକ୍ଷରୁ ଉର୍ଦ୍ଧ୍ୱ !

ଅବିନାଶ କୁମାର ଜଣେ ସରକାରୀ କର୍ମଚାରୀ ଥିଲେ । ଆଜକୁ ପ୍ରୟା 40 ବର୍ଷ ହେଲା ସ୍ବେଚ୍ଛାକୃତ ଭାବେ ଚାକିରୀ ଛାଡି ଥିଲେ । 2005ରେ ଚାକରି ଛାଡି ଗୋରଖପୁର ଚାଲି ଆସିଥିଲେ । ସେଠାରେ ନିଜର ପିତୃଅର୍ଜିତ କ୍ଷେତରେ ଚାଷ କାମ କରିବା ଆରମ୍ଭ କରି ଥିଲେ । ପାରମ୍ପରିକ ପଦ୍ଧତିରେ ଚାଷ କରିଲେ ଏବଂ ଆବଶ୍ୟକତା ଠାରୁ ଅଧିକ ସମୟ ପରିଶ୍ରମ କରିଲେ ସତ କିନ୍ତୁ ତା ତୁଳନାରେ ଆଶା ମୁତାବକ ପାରିଶ୍ରମିକ ପାଇନଥିଲେ । ଯାହାଫଳରେ ସେହି କ୍ଷେତ୍ରରେ ହିଁ ଅନ୍ୟ କିଛି ଗୋଟେ କରିବା ପାଇଁ ସ୍ଥିର କରିଲେ । ଏବଂ 2016ରେ ସେହି କ୍ଷେତରେ ରୋପଣ କରିଲେ ଔଷଧୀୟ ବୃକ୍ଷ । ସେହି ଔଷଧୀୟ ବୃକ୍ଷ ଯାହା ଆଜିକାଲି ବଜାରରେ ଚାହିଦା ଅଧିକ ରହିଛି । ଏବଂ ବଡ଼ ବଡ଼ କମ୍ପାନୀଗୁଡିକ ହାତେ ହାତେ ନଗଦ ଟଙ୍କା ଦେଇ, ସେହି ଔଷଧୀୟ ଜାଡ଼ିବୁଟିକୁ କିଣି ନେଉଛନ୍ତି । ତାଙ୍କର 22 ଏକର ଜମିରେ ତୁଳସୀ, ବ୍ରହ୍ମୀ, ଅଁଳା, ଶଙ୍ଖପୁଷ୍ପ, ଏହିପରି ଅନେକ ଛୋଟ ବଡ ବୃକ୍ଷ ଲଗାଇଛନ୍ତି ।

ମାତ୍ର 2 ବର୍ଷରେ ଭାଗ୍ୟ ବଦଳିଗଲା । ଅବିନାଶ କୁମାରଙ୍କ କହିବା କଥା ଯେ, ଏହି କାମ ପାଇଁ ତାଙ୍କର ପତ୍ନୀ ବହୁତ ସହଯୋଗ କରିଛନ୍ତି । ସେ ତାଙ୍କର 22 ଏକର ଜମିରେ 32 ପ୍ରକାର ଔଷଧୀୟ ବୃକ୍ଷ ରୋପଣ କରିଛନ୍ତି । ଉଭୟ ପତି ପତ୍ନୀ କ୍ଷେତରେ ଏହି ଔଷଧୀୟ ବୃକ୍ଷ ଚାଷ କରିବା ପାଇଁ 1 ଲକ୍ଷ 20 ହଜାର ପୁଞ୍ଜି ବିନିଯୋଗ କରିଥିଲେ । କିନ୍ତୁ କଠିନ ପରିଶ୍ରମ ଓ ଆତ୍ମ ବିଶ୍ୱାସ ଫଳରେ ମାତ୍ର ବର୍ଷରେ ସେ ତାଙ୍କର ଭାଗ୍ୟ ବଦଳାଇ ଦେଇଛନ୍ତି । ବର୍ତ୍ତମାନ ସେ ବର୍ଷକୁ 40 ରୁ 45 ଲକ୍ଷ ରୋଜଗାର କରିପାରୁଛନ୍ତି । ବର୍ତ୍ତମାନ ସେ 14 ପ୍ରକାର ଜାଡ଼ିବୁଟି ଚାଷ କରୁଛନ୍ତି ।