ଚାଣକ୍ୟ ନୀତି : ପୁରୁଷ ମାନଙ୍କ ପାଇଁ ଜରୁରୀ ସୂଚନା, ମନୁଷ୍ୟକୁ ସର୍ବଦା ଏହି ତିନୋଟି ଜିନିଷରେ ସନ୍ତୁଷ୍ଟ ରହିବା ଦରକାର !

Spread the love

ପୁରୁଷ ମାନଙ୍କର ଇଛାଶକ୍ତି ଅସୀମ ଅଟେ କିନ୍ତୁ ଯଦି ପୁରୁଷମାନେ ଏହି ତିନୋଟି ଜିନିଷରେ ସନ୍ତୁଷ୍ଟ କରିବା ଶିଖିଗଲେ ଜୀବନ ସାର୍ଥକ ହୋଇଯିବ । ଏହି ବିଷୟରେ ଅଧିକ ଜାଣନ୍ତୁ-

ଏହା କୁହାଯାଏ ଯେ, ଝିଅମାନଙ୍କ ଜୀବନ ବିବାହ ପରେ ସଂପୂର୍ଣ୍ଣ ବଦଳି ଯାଇଥାଏ କିନ୍ତୁ ବିବାହ ପରେ କେବଳ ଝିଅମାନଙ୍କ ଜୀବନ ବଦଳିଯାଏ ଏହା କହିବା ଉଚିତ୍ ହେବ ନାହିଁ । କାହିଁକି ନା ପୁରୁଷମାନଙ୍କର ଜୀବନ ବି ସଂପୂର୍ଣ୍ଣ ବଦଳି ଯାଇଥାଏ । ସେମାନଙ୍କ ଜୀବନରେ ନିଜ ଇଛନୁସାରେ କିଛି ହୋଇନଥାଏ । ବିବାହ ପରେ ପୁରୁଷମାନଙ୍କ କାନ୍ଧ ଉପରକୁ ଅନ୍ୟ ଏକ ଦାୟିତ୍ଵ ଆସି ଯାଇଥାଏ, ଯେଉଁଥିରେ ନିଜ ପତ୍ନୀର ଧ୍ୟାନ ରଖିବା ଆଉ ତା’ର ସମସ୍ତ ଆବଶ୍ୟକତାକୁ ପୁରଣ କରିବା । ଏହା ବ୍ୟତୀତ ଯେତେବେଳେ ତାଙ୍କର ପରିବାର ବଢିଥାଏ, ତା’ପରେ ଆଗକୁ କ’ଣ ସବୁ ହେବ ସେ ସବୁ ପୁରୁଷମାନଙ୍କୁ ହିଁ ଯୋଜନା କରିବାକୁ ପଡିଥାଏ । କିନ୍ତୁ ଏହା ଦ୍ୱାରା ଯଦି କୌଣସି ପୁରୁଷର ଧ୍ୟାନ ଏପଟେ ସେପଟେ ହୋଇଯାଏ, ତେବେ ବହୁତ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥାଏ । ସେଥିପାଇଁ ପୁରୁଷକୁ ସର୍ବଦା ଏହି ତିନୋଟି ଜିନିଷକୁ ସନ୍ତୁଷ୍ଟ ରହିବା ସେମାନଙ୍କ ଜୀବନ ପ୍ରତି ଅତି ଉତ୍ତମ ହୋଇଥାଏ, ଯାହା କି ଚାଣକ୍ୟ ନୀତିରେ ଏହାର ବର୍ଣ୍ଣନା କରାଯାଇଛି !

ପୁରୁଷମାନଙ୍କୁ ସର୍ବଦା ଏହି ତିନୋଟି ଜିନିଷକୁ କରିବାକୁ ପଡେ ସନ୍ତୁଷ୍ଟ :

ଚାଣକ୍ୟ ନୀତିରେ ଅନେକ ଗୁଡିଏ ବିଷୟ ବର୍ଣ୍ଣନା କରାଯାଇଛି । ଯେଉଁଥିରେ ପତି-ପତ୍ନୀଙ୍କ ଉପରେ ଭିନ୍ନ ଧାରଣ କିଛି ବର୍ଣ୍ଣିତ ରହିଛି । ଯଦି ପତି-ପତ୍ନୀ ଏହାକୁ ନିଜ ଜୀବନରେ ଆଦରି ନିଅନ୍ତି; ତେବେ ସେମାନଙ୍କ ଜୀବନ ସ୍ୱର୍ଗ ଠାରୁ ମଧ୍ୟ ଅଧିକ ସୁନ୍ଦର ହୋଇ ଯାଇଥାଏ । ଚାଣକ୍ୟଙ୍କ ଦୋହାକୁ ଆଧାର କରି ବୁଝାଯାଇ ପାରେ ଯେ, କେଉଁ ତିନୋଟି ଜିନିଷରେ ପୁରୁଷମାନେ ସନ୍ତୋଷ ରହିବା ଦରକାର ? ଏବଂ କେଉଁ ଜିନିଷ ଦ୍ୱାରା କେବେ ମଧ୍ୟ ସନ୍ତୁଷ୍ଟ ହେବା ଉଚିତ୍ ନୁହେଁ । ଚଣକ୍ୟଙ୍କର ଏକ ଦୋହାରୁ ବୁଝା ଯାଇପାରେ ଯେ, କେଉଁ ଜିନିଷରେ ସନ୍ତୋଷ ରଖିବା ଉଚିତ୍, ଆଉ କେଉଁଥିରେ ନୁହେଁ-

ତିନ ଠୌର ସନ୍ତୋଷ କର, ନିତ ଭୋଜନ ଧନ ମାହିଁ ।

ଦାନନ ମେ ଅଧ୍ୟୟନ ମେ, ଜପ ମେ କିଜୈ ନାହିଁ ।

ନିଜର ପତ୍ନୀ :

ସମସ୍ତ ବ୍ୟକ୍ତି ନିଜ ପତ୍ନୀକୁ ସନ୍ତୁଷ୍ଟ ରଖିବା ଉଚିତ୍ ଏବଂ ତାକୁ ନିଜର ସମସ୍ତ ଭଲ ପାଇବା ଦେବା ଦରକାର । ଯଦିଓ କୌଣସି ବ୍ୟକ୍ତି ଅନ୍ୟ ମହିଳାଙ୍କ ପ୍ରତି ଆକୃଷ୍ଟ ହୁଅନ୍ତି, ତେବେ ସେ ନିଜେ ବର୍ବାଦ ହେବା ସହ ନିଜର ସମସ୍ତ ସମ୍ବନ୍ଧ ଭାଙ୍ଗି ଦେଇଥାଏ । ସେଥିପାଇଁ ଅନ୍ୟ ମହିଳାଙ୍କ ପ୍ରତି ଆକୃଷ୍ଟ ହେବା ଉଚିତ୍ ନୁହେଁ । ଅନ୍ୟ ମହିଳାଙ୍କ ପ୍ରତି ଧ୍ୟାନ ଦେବା ବ୍ୟକ୍ତିଙ୍କ ଉପରେ ତା’ର ନିଜ ପତ୍ନୀ ସର୍ବଦା ଘୃଣା ମନୋଭାଵ ରଖିଥାଏ । ସେଥିପାଇଁ ନିଜର ବୈବାହିକ ଜୀବନକୁ ସୁଖୀ ରଖିବାକୁ ହେଲେ ବ୍ୟକ୍ତି ନିଜ ପତ୍ନୀକୁ ସନ୍ତୁଷ୍ଟ ରହିବା ଉଚିତ୍ ।

ଭୋଜନ:

ଆମକୁ ଯେଉଁ ଖାଇବା ଘରେ ମିଳିଥାଏ, ସେଥିରେ ହିଁ ସନ୍ତୁଷ୍ଟ ରହିବ ଉଚିତ୍ । କାରଣ ଅନ୍ୟର ଖାଇବା ପ୍ରତି ଧ୍ୟାନ ଦେଲେ ଆପଣଙ୍କୁ ଭୋକରେ ରହିବାକୁ ପଡିଥାଏ । ଘରର ଖାଦ୍ୟକୁ ଛାଡି ବାହାର ଖାଦ୍ୟ ପ୍ରତି ଆଶା ରଖୁଥିବା ବ୍ୟକ୍ତି, ବହୁତ ଶୀଘ୍ର ଅସୁସ୍ଥ ହୋଇଥାଏ । ସେ ସର୍ବଦା ନିଜର କ୍ଷତି କରାଇଥାଏ । ଏହିପରି ମନୁଷ୍ୟ କେବଳ ସ୍ୱାଦିଷ୍ଟ ଖାଇବା ନିମନ୍ତେ ନିଜର ସ୍ୱାସ୍ଥ୍ୟ ପ୍ରତି ବୁଝାମଣା କରିଥାନ୍ତି ଏବଂ କିଛି ବ୍ୟକ୍ତି ରୋଗର ଶିକାର ମଧ୍ୟ ହୋଇଥାଏ ।

ଧନ :

ପୁରୁଷର ଯେତିକି ରୋଜଗାର ହୋଇଥାଏ, ସେ ସେତିକିରେ ହିଁ ସନ୍ତୋଷ ହେବା ଉଚିତ୍ । ବହୁତ ଧନ କିମ୍ବା ଅନ୍ୟର ଧନ ପ୍ରତି ଲାଳସା ରଖିବା ଉଚିତ୍ ନୁହେଁ ଏବଂ ଯେଉଁ ବ୍ୟକ୍ତିର ନଜର ଅନ୍ୟମାନଙ୍କ ପ୍ରତି ରହିଥାଏ, ସେ ସର୍ବଦା ଅନ୍ୟମାନଙ୍କ ଧନ ପାଇବା ପାଇଁ ଯୋଜନା କରିଥାଏ । ଏହି ପ୍ରକାର ମନୁଷ୍ୟ କୌଣସି ଭୁଲ୍ କାମ କରିବାକୁ ମଧ୍ୟ ପଛାନ୍ତି ନାହିଁ । ଏହି କାରଣ ଯୋଗୁଁ ତାକୁ ଭବିଷ୍ୟତରେ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥାଏ ।