ମଲାଇକା ଅରୋଡ଼ା ନିଜ ପୁଅକୁ ନେଇ ବଡ଼ ଖୁଲାସା କରିଛନ୍ତି । ନିଜ ସମ୍ପର୍କକୁ ନେଇ କହିଲେ- କିନ୍ତୁ ମୁଁ ଜଣେ ମାଆ….

Spread the love

ପୁଅ ଅରହାନଙ୍କ ବିଷୟରେ ମଲାଇକା କହିଲେ – ‘ଅରବାଜଙ୍କ ଠାରୁ ଦୂରେଇ ଯିବା ପରେ ନିରାଶ ହୋଇଯାଇଥିଲେ’ ।

ବଲିଉଡ଼ ଅଭିନେତ୍ରୀ ମଲାଇକା ଅରୋଡ଼ା ବର୍ତ୍ତମାନ ନିଜ ବୟଫ୍ରେଣ୍ଡ ବା ପ୍ରେମିକ ଅର୍ଜୁନ କପୂରଙ୍କ ସହିତ ନିୟୁର୍କରେ କିଛି ବ୍ୟକ୍ତିଗତ ସମୟ ଅତିବାହିତ କରୁଛନ୍ତି, ଯାହାର କିଛି ଫୋଟ ସୋସିଆଲ ମିଡ଼ିଆରେ ପୋଷ୍ଟ ମଧ୍ୟ କରୁଛନ୍ତି । ବୟଫ୍ରେଣ୍ଡ ଅର୍ଜୁନ କପୂରଙ୍କ ସହ କିଛିଦିନ ପୂର୍ବରୁ ହିଁ ମଲାଇକା ଅରୋଡ଼ା ନିଜ ସମ୍ପର୍କକୁ ସ୍ୱୀକାର କରିଛନ୍ତି । ହଁ ଆଜ୍ଞା, ଅର୍ଜୁନ କପୂର ଓ ମଲାଇକା ଅରୋଡ଼ା ଇଂଷ୍ଟଗ୍ରାମରେ ଗୋଟିଏ ଫୋଟ ସେୟାର କରିଥିଲେ, ଯାହା ପରେ ସେ ଦୁଇଜଣ ନିଜ ସମ୍ପର୍କକୁ ସ୍ୱୀକାର କରିଛନ୍ତି । ଏହା ମଧ୍ୟରେ ମଲାଇକା ଅରୋଡ଼ା ଗୋଟିଏ ଇଣ୍ଟରଭ୍ୟୁ ମଧ୍ୟ ଦେଇଛନ୍ତି, ଯେଉଁଠାରେ ସେ ନିଜ ପୁଅକୁ ନେଇ ଏକ ବଡ଼ ଖୁଲାସା କରିଛନ୍ତି । ତେବେ ଚାଲନ୍ତୁ ଜାଣିବା ଆମର ଏହି ଲେଖାରେ ଆପଣଙ୍କ ପାଇଁ କଣ ବିଶେଷ ରହିଛି ?

ନ୍ୟୁୟର୍କରେ ବୟଫ୍ରେଣ୍ଡଙ୍କ ସହିତ ବ୍ୟକ୍ତିଗତ ସମୟ ଅତିବାହିତ କରୁଥିବା ମଲାଇକା ନିଜ ମାଅର ଭୂମିକା ବିଷୟରେ ମଧ୍ୟ କିଛି ଗୁରୁତ୍ୱପୂର୍ଣ୍ଣ କଥା କହିଛନ୍ତି । ପ୍ରକୃତରେ ଗତ କିଛିଦିନ ତଳେ, ସେ ମାଆର ଦାୟିତ୍ୱ ଠିକ ଭାବରେ ତୁଲେଇବାରେ ଅସମର୍ଥ ଥିବାର ଅଭିଯୋଗ ଲାଗିଥିଲା, ଯାହା ବିଷୟରେ ସେ କହିଛନ୍ତି । ଏହା ଛଡ଼ା ସେ ଅରବାଜ ଖାନଙ୍କୁ ନେଇ ମଧ୍ୟ ଏଥର ବହୁତ କଥା କହିଛନ୍ତି, ଯାହା କାରଣରୁ ତାଙ୍କର ଇଣ୍ଟରଭ୍ୟୁ ବହୁତ ଶୀଘ୍ର ଭାଇରଲ ହୋଇଯାଇଛି । ଆପଣଙ୍କୁ ଜଣାଇ ଦେଉଛୁ ଯେ, ମଲାଇକା ଅରୋଡ଼ା ଯେବେ ଠାରୁ ଅରବାଜଙ୍କୁ ଛାଡ଼ପତ୍ର ଦେଇଛନ୍ତି, ସେହି ଦିନ ଠାରୁ ସେ ବହୁତ ଚର୍ଚ୍ଚାର ବିଷୟ ପାଲଟି ଯାଇଛନ୍ତି ।

ମୋ ଦାୟିତ୍ୱ ବଦଳି ନାହିଁ କହିଲେ- ମଲାଇକା ଅରୋଡ଼ା :

ମଲାଇକା ଅରୋଡ଼ା ନିଜ ପୁଅ ବିଷୟରେ ଆଲୋଚନା କରିବାକୁ ଯାଇ କହିଲେ ଯେ, ମୁଁ ଆଜି ମଧ୍ୟ ଗୋଟିଏ ମାଆ, ଯାହା କାରଣରୁ ମୋର ଦାୟିତ୍ୱ ତିଳେ ମାତ୍ର ବଦଳି ନାହିଁ । ମଲାଇକା ଆଗକୁ କହିଲେ ଯେ, ମୁଁ ବର୍ତ୍ତମାନ ଗୋଟିଏ ସମ୍ପର୍କରେ ଅଛି କିନ୍ତୁ ଏହାର ଅର୍ଥ ବିଲକୁଲ ଏହା ନୁହେଁ ଯେ, ମୁଁ ମୋ ପୁଅ ଉପରେ ଧ୍ୟାନ ଦେଉନାହିଁ, ବରଂ ମୋ ଦାୟିତ୍ୱ କିଛି ମଧ୍ୟ ବଦଳି ନାହିଁ ଏବଂ ମୁଁ ମୋର ଦାୟିତ୍ୱ ଗୁଡିକ ବହୁତ ଭଲ ଭାବରେ ପାଳନ କରୁଛି । ଏମିତିରେ କିଏ କିଛି ମତାମତ ଦେବା ଆବଶ୍ୟକ ବୋଲି ମୁଁ ଭାବୁ ନାହିଁ । ଜଣାଇ ଦେଉଛୁ ଯେ, ମଲାଇକା ଅରୋଡ଼ା ଓ ତାଙ୍କ ପୁଅଙ୍କ ମଧ୍ୟରେ ବହୁତ ଭଲ ସମ୍ପର୍କ ଅଛି, କାରଣ ଦୁହେଁ ଦୁହିଁଙ୍କୁ ଭଲ ଭାବରେ ବୁଝିପାରନ୍ତି ।

ମୋ ପୁଅ ମୋ ପାଇଁ ସର୍ବପ୍ରଥମ ପ୍ରାଥମିକତା ଅଟେ – ମଲାଇକା ଅରୋଡ଼ା :

ମଲାଇକା ଅରୋଡ଼ା ଆହୁରି ମଧ୍ୟ କହିଛନ୍ତି ଯେ, ଯେତେବେଳେ ମୁଁ ଅରବାଜଙ୍କ ଠାରୁ ଅଲଗା ହୋଇଥିଲି, ସେତେବେଳେ କିଛି ନିରାଶ ଥିଲି । କାରଣ ମୋତେ ମୋ ପୁଅକୁ ଭଲ ଭାବରେ ଲାଳନ ପାଳନ କରିବାର ଥିଲା କିନ୍ତୁ ପରେ ନିଜକୁ ଓ ତାକୁ ମଧ୍ୟ ସମ୍ଭାଳି ଥିଲି । ମଲାଇକା ଅରୋଡ଼ା କହିଲେ ଯେ, ମୋ ପୁଅ ଅରହାନ ମୋତେ ବହୁତ ଭଲ ଭାବରେ ବୁଝିପାରେ ଓ ମୁଁ ମଧ୍ୟ ତାକୁ ଭଲ ଭାବରେ ବୁଝିପାରେ ଏବଂ ଜୀବନରେ ଆଗକୁ ବଢ଼ିବା ପାଇଁ ମୋ ପୁଅ ମୋତେ ବହୁତ ସାହାଯ୍ୟ କରିଛି । ମଲାଇକା ଆହୁରି ମଧ୍ୟ କହିଛନ୍ତି ଯେ, ମୋ ପୁଅ ସବୁବେଳେ ମୋର ପ୍ରଥମ ପ୍ରାଥମିକତା ରହିବ ।

ମୁଁ ଏବଂ ଅରବାଜ ଜୀବନରେ ଆଗକୁ ବଢ଼ି ସାରିଛୁ- ମଲାଇକା ଅରୋଡ଼ା :

ମଲାଇକା ଅରୋଡ଼ା ଆଗକୁ କହିଲେ ଯେ, ଯେବେ ଦୁଇଜଣ ପରସ୍ପର ଠାରୁ ଅଲଗା ହୁଅନ୍ତି, ତେବେ ତାଙ୍କ ମଧ୍ୟରେ କଣ ହୋଇଥାଏ କିମ୍ବା କିପରି ପରିସ୍ଥିତି ସୃଷ୍ଟି ହୋଇଥାଏ, ସେ ବିଷୟରେ ସେମାନେ ହିଁ ଭଲ ଭାବରେ ଜାଣି ପାରିବେ । ଏହା ସହିତ ମଲାଇକା କହିଛନ୍ତି ଯେ, ଦୁଇଜଣ ଅଲଗା ହେବା ପରିସ୍ଥିତିରେ ଅନ୍ୟ ଲୋକମାନେ କାହାକୁ କିଛି ଉପଦେଶ ଦେବା ବା କିଛି ଖରାପ କଥା କହିବାର କୌଣସି ଅଧିକାର ନାହିଁ । କାରଣ ଏହି ସ୍ଥିତି ବିଷୟରେ ଆପଣ ଜାଣନ୍ତି ନାହିଁ । ଏହିପରି ସ୍ଥିତିରେ ମଲାଇକା ଅରୋଡ଼ା କହିଲେ ଯେ, “ମୁଁ ଓ ଅରବାଜ ଦୁହେଁ ନିଜ ନିଜ ଜୀବନରେ ଆଗକୁ ବଢ଼ି ସାରିଛୁ ।”