ଏହି ଦେଶୀ ଇଞ୍ଜିନିୟର ଜଣଙ୍କ ଅଦରକାରୀ ପ୍ଲାଷ୍ଟିକ୍‌ରୁ ପେଟ୍ରୋଲ ପ୍ରସ୍ତୁତ କରୁଛନ୍ତି । ପେଟ୍ରୋଲର ମୂଲ୍ୟ ମାତ୍ର ୪୦ ଟଙ୍କା ପ୍ରତି ଲିଟର ।

Spread the love

ପ୍ଲାଷ୍ଟିକ ଏପରି ଏକ ଆବର୍ଜନା ଯାହା ପରିବେଶକୁ ପ୍ରଦୂଷଣର ମୁଖ୍ୟ କାରକ । ଏହା ଆମର ପରିବେଶକୁ ହାନି ପହଞ୍ଚାଇ ଥାଏ । ବିଶେଷ କରି ସମୁଦ୍ର ତଟ ଏବଂ ପର୍ଯ୍ୟଟନ ସ୍ଥଳରେ ଅତ୍ୟଧିକ ପରିମାଣର ପ୍ଲାଷ୍ଟିକ ଆବର୍ଜନା ସୃଷ୍ଟି ହୋଇଥାଏ । ଯଦି ଏହିପରି ଚାଲେ ତେବେ ସେହି ଦିନ ଦୂର ନାହିଁ ଯାହା ପରିବେଶକୁ ସଂକଟରେ ପକାଇଦେଵ । କିଛି ଲୋକ ଏହିପରି ଅଛନ୍ତି ଯେଉଁମାନେ ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ, ଅବର୍ଜନାରୁ ମୁକ୍ତି ଦିଗରେ କାର୍ଯ୍ୟ କରୁଛନ୍ତି । ଏହିପରି ହିଁ ଜଣେ ବ୍ୟକ୍ତି ଅଟନ୍ତି ପ୍ରଫେସର ସତୀଶ କୁମାର ଯିଏ ପ୍ଲାଷ୍ଟିକର ଆବର୍ଜନାରୁ ପେଟ୍ରୋଲ ପ୍ରସ୍ତୁତ କରିବାର ଫର୍ମୁଲା ପ୍ରସ୍ତୁତ କରିଛନ୍ତି । ତାଙ୍କର ଏହି ପ୍ରଚେଷ୍ଟା ଆଗାମୀ ଭବିଷ୍ୟତରେ ପେଟ୍ରୋଲ ଅଭାବକୁ ଦୂର କରିବାରେ ସାହାଯ୍ୟ କରିବ ।

୪୫ ବର୍ଷୀୟ ପ୍ରଫେସର ସତୀଶ କୁମାର ଜଣେ ଇଞ୍ଜିନିୟର ଅଟନ୍ତି ଏବଂ ହାଇଦ୍ରାବାଦ ବାସିନ୍ଦା ଅଟନ୍ତି । ସେ ପ୍ଲାଷ୍ଟିକରୁ ପେଟ୍ରୋଲ ପ୍ରସ୍ତୁତ କରିବା ପାଇଁ କମ୍ପାନୀ ମଧ୍ୟ ଖୋଲିଛନ୍ତି । ଏହି କମ୍ପାନୀରେ ପ୍ରତିଦିନ ୨୦୦ ଲିଟର ପେଟ୍ରୋଲ ପ୍ରସ୍ତୁତ କରାଯାଏ । ପ୍ଲାଷ୍ଟିକରୁ ପେଟ୍ରୋଲ ପ୍ରସ୍ତୁତ କରିବା ପାଇଁ ତିନୋଟି ପ୍ରଣାଳୀ ରହିଛି; ଯାହାକୁ ପ୍ଲାଷ୍ଟିକ ପୈରୋଲିସିସ କୁହାଯାଏ । ପ୍ରୋଫେସର ସତୀଶ କହିଛନ୍ତି, ୫୦୦ କିଲୋ ପ୍ଲାଷ୍ଟିକରୁ ୪୦୦ ଲିଟର ପେଟ୍ରୋଲ ପ୍ରସ୍ତୁତ କରାଯାଇ ପାରିବ । ଆଶ୍ଚର୍ଯ୍ୟର ବିଷୟ ଏହା ଯେ, ଏହି ପ୍ରକ୍ରିୟା ପାଇଁ ନା ପାଣିର ଆବଶ୍ୟକ ହୋଇଥାଏ ନା ଏଥିରୁ ଆବର୍ଜନା ବାହାରିଥାଏ । କେବଳ ଏତିକି ନୁହେଁ ଏହା ଦ୍ୱାରା ବାୟୁ ପ୍ରଦୂଷଣ ହୋଇନଥାଏ । ଏହି ପ୍ରଣାଳୀ ସମ୍ପୂର୍ଣ୍ଣ ରୂପେ ବ୍ୟାକୁମ ପ୍ରଣାଳୀ ଉପରେ ଆଧାରିତ ଅଟେ ।

ପ୍ରୋଫେସର ସତୀଶ କହିଛନ୍ତି ଏହି ଲକ୍ଷ୍ୟ ପଛରେ ତାଙ୍କର ଟଙ୍କା ଉପାର୍ଜନ କରିବା ନୁହେଁ, ତାଙ୍କର ମୂଳ ଲକ୍ଷ୍ୟ ହେଉଛି ପରିବେଶ ପ୍ରଦୂଷଣକୁ ସୁରକ୍ଷିତ ରଖିବା । ତାଙ୍କର ଚିନ୍ତାଧାରା ଏହା ଯେ ଏହି କମ୍ପାନୀ ମାଧ୍ୟମରେ ସେ ଟଙ୍କା ଉପାର୍ଜନ ନ କରି ଭବିଷ୍ୟତରେ ପରିବେଶକୁ କିପରି ସୁରକ୍ଷା ପ୍ରଦାନ କରି ପାରିବେ; ସେହି ବିଷୟରେ କାର୍ଯ୍ୟ କରିବେ । ଏହାସହ ସେ କହିଛନ୍ତି, ଏହି ପ୍ରଣାଳୀ ସେ କୌଣସି ମଧ୍ୟ ବ୍ୟବସାୟୀ ସହ ସେୟାର କରିପାରିବେ, ଯାହାଫଳରେ ଅଧିକ ମାତ୍ରାରେ ପ୍ଲାଷ୍ଟିକର ଅବର୍ଜନାରୁ ମୁକ୍ତି ମିଳି ପାରିବ ।

ସୂଚନା ଅନୁସାରେ, ସତୀଶ କୁମାର ଏହି କାର୍ଯ୍ୟ ୨୦୧୬ରେ ଆରମ୍ଭ କରିଥିଲେ । ଏହି ସମୟ ମଧ୍ୟରେ ସେ ୫୦ ଟନ୍ ପ୍ଲାଷ୍ଟିକରୁ ପେଟ୍ରୋଲ ପ୍ରସ୍ତୁତ କରି ସାରିଛନ୍ତି ।ଏହି ପ୍ରଣାଳୀ ପାଇଁ ସେ ସେହି ପ୍ଲାଷ୍ଟିକର ବ୍ୟବହାର କରିଛନ୍ତି, ଯେଉଁ ପ୍ଲାଷ୍ଟିକର ପୁନଃନିର୍ମାଣ ହୋଇପାରିବ ନାହିଁ । ଏହି ପ୍ରକାରର ଚିନ୍ତାଧାରା ପରିବେଶ ସୁରକ୍ଷା ନିମନ୍ତେ କାର୍ଯ୍ୟ କରିବ । ପ୍ରୋଫେସର ସତୀଶ କୁମାରଙ୍କ ଦ୍ୱାରା ପ୍ରସ୍ତୁତ ଏହି ପେଟ୍ରୋଲର ବଜାର ମୂଲ୍ୟ ହେଉଛି ୪୦ ଟଙ୍କା ପ୍ରତି ଲିଟର । ଯାହା ସାଧାରଣ ପେଟ୍ରୋଲ ତୁଳନାରେ ଅଧା ମୂଲ୍ୟ ଅଟେ । ସେ ପେଟ୍ରୋଲ ପ୍ରସ୍ତୁତ କରିବା ସହ ଡିଜେଲ ଏବଂ ଉଡାଯାହାଜର ଇନ୍ଧନ ମଧ୍ୟ ପ୍ରସ୍ତୁତ କରୁଛନ୍ତି । ଏହି ପେଟ୍ରୋଲ ଗାଡିର ଇଞ୍ଜିନ ପାଇଁ କେତେ ସୁରକ୍ଷିତ ଅଟେ ଯାଞ୍ଚ କରିବା ବାକି ଅଛି ।

ଏହା ଏକ ଭଲ ପଦକ୍ଷେପ ଅଟେ, ଯାହା ଲୋକେ ପରିବେଶ ପାଇଁ ଚିନ୍ତା କରୁଛନ୍ତି ଏବଂ ଆମର ଆସନ୍ତା ପିଢ଼ି ପାଇଁ ଭଲ ପଦକ୍ଷେପ ମଧ୍ୟ ଅଟେ । ଆମର ଆପଣଙ୍କୁ ବିନତି ଏହା ଯେ, ଏହି ଖବରକୁ ବହୁ ମାତ୍ରାରେ ସେୟାର କରନ୍ତୁ, ଯାହାଫଳରେ ପ୍ରୋଫେସର ସତୀଶ କୁମାରଙ୍କ ଏହି ଭଲ ପଦକ୍ଷେପ ଲୋକଙ୍କ ନଜରକୁ ଆସି ପାରିବ ।