ଟିୟୁସନ ଶିକ୍ଷକଙ୍କ ପତ୍ନୀଙ୍କୁ ମହଙ୍ଗା ପଡିଥିଲା ୧୯ ବର୍ଷୀୟ ପିଲା ସହ ରଖିଥିବା ସମ୍ପର୍କ । ଗୋଟିଏ ଦିନ ଘରକୁ ଡାକି ……….

Spread the love

ରାଜଧାନୀ ଦିଲ୍ଲୀର ଏକ ଚାଂଚଲ୍ୟକର ଅପରାଧ ସାମ୍ନାକୁ ଆସିଛି । ଏହି ଘଟଣାରେ ଜଣେ ୧୯ ବର୍ଷୀୟ ଯୁବକ ନିଜ ଶିକ୍ଷକଙ୍କ ପତ୍ନୀଙ୍କୁ ଦୁର୍ବ୍ୟବହାର କରିବାର ଜଣାପଡିଛି । ଏହି ଆରୋପ ନିଜେ ମହିଳା ଜଣକ, ଯୁବକ ଉପରେ ଲଗାଇ ପୋଲିସରେ କେଶ ଦେଇଛନ୍ତି । ପୋଲିସ ଯୁବକକୁ ଗିରଫ କରିସାରିଛି ।

ଦିଲ୍ଲୀର ନନ୍ଦ ନଗରର ଏହି ଘଟଣା :

ପୋଲିସ ଅନୁସାରେ ୪ ଏପ୍ରିଲରେ ମହିଳା ନନ୍ଦ ନଗର ଥାନାରେ ପହଞ୍ଚି, ଏକ ୧୯ ବର୍ଷୀୟ ଯୁବକ ଉପରେ ଧର୍ଷଣର ଆରୋପ ଲଗାଇଥିଲେ । ମହିଳା ଜଣକ କହିଛନ୍ତି; ସ୍ୱାମୀଙ୍କର କୋଚିଙ୍ଗ ସେଣ୍ଟର, ନନ୍ଦ ନଗରୀ ଅଂଚଳରେ ନିଜ ଘରେ ହିଁ ରହିଛି । ଘରକୁ ଯୁବକଟି ପଢିବା ପାଇଁ ଆସୁଥିଲା । ଏହି ସମୟରେ ହିଁ ଯୁବକଟି ସହ କଥାବାର୍ତ୍ତା ଆରମ୍ଭ ହୋଇ, ପରେ ଏହା ବନ୍ଧୁତାରେ ପରିଣତ ହୋଇଯାଇ ଥିଲା । ଗୋଟିଏ ଦିନ ଯୁବକଟି ବାହାନା କରି ଫୋନ ନମ୍ବର ମାଗି ନେଇଥିଲା ।

ମେସେଜ କରୁଥିଲା, ଗୋଟିଏ ଦିନ ଘରକୁ ଡାକି ଥିଲା :

ପୀଡିତ ମହିଳା କହିଛନ୍ତି ଯୁବକଟି WhatsAppରେ ମେସେଜ କରୁଥିଲା । ଦୁହିଁଙ୍କ ମଧ୍ୟରେ କଥାବାର୍ତ୍ତା ମଧ୍ୟ ହେଉଥିଲା । ଏହି ବାହାନାରେ ଯୁବକଟି ମହିଳାଙ୍କୁ ୩ ଏପ୍ରିଲରେ ନିଜ ରୁମକୁ ମିଶିବା ପାଇଁ ଡାକିଥିଲା । ଯେତେବେଳେ ମହିଳା ଜଣକ ରୁମକୁ ଯାଇଥିଲେ, ସେହି ସମୟରେ ଯୁବକଟି ଥଣ୍ଡା ପାନୀୟରେ ନିଶା ଔଷଧ ମିଶାଇ ପିଇବା ପାଇଁ ଦେଇଥିଲା, ମହିଳାଙ୍କ ହୋସ ଚାଲିଯିବା ପରେ ମହିଳାଙ୍କ ସହ ଦୁଷ୍କର୍ମ କରିଥିଲା । ଯେତେବେଳେ ମହିଳାଙ୍କୁ ହୋସ୍ ଆସିଥିଲା; ସେହି ସମୟରେ ହିଁ ମହିଳା ଜଣକ ଜାଣିପାରି ଥିଲେ, ତାଙ୍କ ସହ ଦୁଷ୍କର୍ମ ହୋଇଛି । ପରେ ମହିଳା ଘରକୁ ଫେରି ପୁରା ଘଟଣା ନିଜ ସ୍ୱାମୀଙ୍କୁ କହିଥିଲେ । ପୋଲିସ ଧର୍ଷଣ ଜନିତ କେଶ ରଜ୍ଜୁ କରି ଘଟଣାର ଯାଞ୍ଚ କରୁଛି ।