ଘରର ମୁଖ୍ୟ ଦ୍ଵାରରୁ ହିଁ ଆପଣ ଯଦି ଆୟର ସ୍ରୋତ ବଢାଇବା ପାଇଁ ଚାହୁଁଛନ୍ତି ତେବେ ଏହି ଲେଖାଟି ନିଶ୍ଚିତ ପଢନ୍ତୁ ।

Spread the love

ଯଦି ଆପଣଙ୍କ ଘରର ମୁଖ୍ୟ ଦ୍ୱାର ପୂର୍ବ ଦିଗକୁ ରହିଥାଏ, ତେବେ ଘରର ଉତ୍ତରପୂର୍ବ ଦିଗରେ କିଛି ଖାଲି ଜାଗା ଛାଡ଼ନ୍ତୁ, ଏହା କରିବା ଦ୍ୱାରା ଆପଣଙ୍କ ସ୍ୱାସ୍ଥ୍ୟ ଭଲ ରହିବ ।

ବାସ୍ତୁ ଶାସ୍ତ୍ର ଅନୁସାରେ ଘର ତିଆରି କରିବା ସର୍ବଦା ଶୁଭଦାୟକ ହୋଇଥାଏ ଓ ଏପରି କରିବା ଦ୍ୱାରା ଘରେ ସୁଖ ସମୃଦ୍ଧି ଭରି ହୋଇ ରହିଥାଏ । ଘର ତିଆରି କରିବା ସମୟରେ ବାସ୍ତୁଶାସ୍ତ୍ର ବିଷୟରେ ଧ୍ୟାନ ରହିବା ଉଚିତ୍ । ଯାହାଫଳରେ ସେହି ଘରେ ରହିବା ବ୍ୟକ୍ତି ଖୁସି ଓ ଶାନ୍ତିରେ ରହି ପାରିବେ । କହିବା ପାଇଁ ଚାହୁଁଛୁ; ବାସ୍ତୁ ଶାସ୍ତ୍ର ଅନୁସାରେ, ଘରର ପ୍ରତ୍ୟେକ କୋଣ ଓ ସେହି ଘରେ ରହୁଥିବା ବ୍ୟକ୍ତିଙ୍କ ଉପରେ ସକାରାତ୍ମକ ଓ ନକରାତ୍ମକ ଉଭୟ ପ୍ରଭାବ ପକାଇଥାଏ । ଯେତେବେଳେ ଆପଣ ଘର ତିଆରି କରୁଛନ୍ତି; ସେହି ସମୟରେ ବିଶେଷ ଭାବରେ ବାସ୍ତୁ ଶାସ୍ତ୍ରର ଧ୍ୟାନ ରଖିବା ଜରୁରୀ ଅଟେ ।

ବାସ୍ତୁଶାସ୍ତ୍ର ଅନୁସାରେ ଘର ତିଆରି କରିବା ସମୟରେ ମୁଖ୍ୟ ଦ୍ୱାର ପାଇଁ କିଛି ଉପାୟ :

ବାସ୍ତୁଶାସ୍ତ୍ର ଅନୁସାରେ କୌଣସି ଘରର ଉତ୍ତର, ପୂର୍ବ, ଉତ୍ତର ଇସାଣ କିମ୍ବା ପୂର୍ବ ଇସାଣ ବଡ ହୋଇଥାଏ । ତେବେ ଏହି ଘର ଶୁଭ ଅଟେ ।ଏହି ଘରେ ରହୁଥିବା ବ୍ୟକ୍ତି ସର୍ବଦା ସୁଖଶାନ୍ତିରେ ଜୀବନ ବିତାଇଥାନ୍ତି । ସେମାନଙ୍କୁ କମ ସମୟ ମଧ୍ୟରେ ଉନ୍ନତି ମିଳିଥାଏ । ଏହା ସହ ସେମାନଙ୍କୁ ଯଶ, ପ୍ରତିଷ୍ଠା, ଧନ ସମ୍ପତ୍ତି ମିଲିଥାଏ । ଆପଣଙ୍କୁ କିଛି ବିଷୟ ପ୍ରତି ଧ୍ୟାନ ରଖିବା ପାଇଁ ପଡିବ, ଯାହାଫଳରେ ଆପଣଙ୍କୁ ଜୀବନରେ କୌଣସି ଅସୁବିଧା ହେବ ନାହିଁ ।

1. ଆପଣଙ୍କୁ ଜାଣି ରଖିବା ଦରକାର ଘରର ମୁଖ୍ୟଦ୍ୱାର କଦାପି କଳା ରଙ୍ଗର ହେବା ଉଚିତ୍ ନୁହେଁ । ବାସ୍ତୁ ଅନୁସାରେ କଳା ରଙ୍ଗର ଦ୍ୱାର ରହିବା ଦ୍ୱାରା ପରିବାରର ମୁଖିଆଙ୍କୁ ଧୋକା, ଅପମାନ ମିଳିବା ସହ ଜୀବନରେ କ୍ଷତି ସହିବା ପାଇଁ ପଡିଥାଏ । ଏଥିପାଇଁ ଘରର ଦ୍ଵାରକୁ କଳା ରଙ୍ଗରେ ନ ରଙ୍ଗେଇ କିଛି ଅନ୍ୟ ରଙ୍ଗରେ ରଙ୍ଗୀନ କରନ୍ତୁ ।

2. ଯଦି କୌଣସି ଘରର ମୁଖ୍ୟଦ୍ୱାର ଅଗ୍ନିକୋଣ, ଦକ୍ଷିଣ, ନେତୃତ୍ୱ କୋଣ, ପଶ୍ଚିମ କିମ୍ବା ବ୍ୟାୟାବ ଦିଗରେ ରହିଥାଏ, ତାହେଲେ ଏପରି ସ୍ଥିତିରେ ଘରର ଦ୍ଵାରକୁ ବାଉଣ୍ଡରୀ ବା ପାଚେରି କାନ୍ଥ ବହାରରକୁ ଯିବାକୁ ଦିଅନ୍ତୁ ନାହିଁ । ଏପରି କରିବା ଦ୍ୱାରା ଧନ ହାନି ହୋଇଥାଏ, ଯାହା ଫଳରେ ଆପଣ ଧିରେ ଧିରେ କାଙ୍ଗାଳ ହୋଇ ଯାଆନ୍ତି ।

3. ଯଦି ଆପଣଙ୍କ ଘରର ମୁଖ୍ୟଦ୍ୱାର ପୂର୍ବ ଦିଗକୁ ରହିଛି; ତେବେ ଆପଣଙ୍କୁ ନିଜ ଘରର ଉତ୍ତର ପୂର୍ବ ଦିଗରେ ଖାଲି ସ୍ଥାନ ଛାଡିବା ଉଚିତ୍ ।ଏପରି କରିବା ଦ୍ୱାରା ଆପଣଙ୍କ ସ୍ଵାସ୍ଥ୍ୟ ଭଲ ରହିବ ।

4. ଧନ ସମ୍ପତ୍ତି ପାଇଁ ବାସ୍ତୁଶାସ୍ତ୍ରରେ କୁହାଯାଇଛି, ଉତ୍ତର ଦିଗ ବହୁତ ଶୁଭ ଅଟେ । ଉତ୍ତର ଦିଗ ବୁଧ ଓ ଧନର ରାଜା କୁବେରଙ୍କ ସ୍ଥାନ ଅଟେ । ଯଦି ଆପଣଙ୍କ ଘରର ମୁଖ୍ୟଦ୍ୱାର ଉତ୍ତର ଦିଗରେ ରହିଥାଏ, ତେବେ ଆପଣଙ୍କ ବ୍ୟବସାୟରେ ଉନ୍ନତି ହେବ ଓ ଆପଣଙ୍କୁ ଧନ ଲାଭ ହେବ ।