ସୂର୍ଯ୍ୟ ଦେବଙ୍କ କୃପା ଲାଭ କରିବାକୁ ହେଲେ : ମକର ସଂକ୍ରାନ୍ତି ଏହି ଦିନ ଭୁଲରେ ବି କରନ୍ତୁ ନାହିଁ ଏହି ସାତଟି କାମ : –

Spread the love

ମକର ସଂକ୍ରାନ୍ତି ଦିନ ସୁର୍ଯ୍ୟ ଉତ୍ତରାୟଣ ହୋଇଥାଏ । ପୂଜା ପାଠ ଓ ଦାନ କରିବାରେ ଏହି ଦିନଟି ବିଶେଷ ମହତ୍ତ୍ୱ ହୋଇଥାଏ । କୁହାଯାଏ ଯେ କୌଣସି ବ୍ୟକ୍ତି ଏହି ଦିନରେ ଦାନ କରିଲେ ତା’ହାର ଫଳ ନିଶ୍ଚିତ ଦୁଇଗୁଣ ମିଳିଥାଏ । ଏହି ଦିନ ସୂର୍ଯ୍ୟ ଧନୁ ରାଶିରୁ ବାହାରି ନିଜେ ତାଙ୍କ ପୁତ୍ର ଶନି ରାଶିଙ୍କ ରାଶି ମକରରେ ପ୍ରବେଶ କରିଥାନ୍ତି । ସେହି ସମୟରେ କୌଣସି ଶୁଭ କାର୍ଯ୍ୟକୁ ଆରମ୍ଭ କରିବା ପାଇଁ ନିଷ୍ପତ୍ତି ନିଆଯାଏ । ଏହି ଦିନଟି ବହୁତ ଶୁଭ ମାନି ନିଆଯାଇ ଥାଏ । ଏପରି କିଛି କାର୍ଯ୍ୟ ରହିଅଛି ଯାହାକୁ କରିବା ଅନୁଚିତ ବୋଲି କୁହାଯାଏ । ତ ଆସନ୍ତୁ ଜାଣିବା ସେହି କାର୍ଯ୍ୟ ବିଷୟରେ ଯାହା କି ମକର ସଂକ୍ରାନ୍ତି ଦିନ ଭୁଲରେ ମଧ୍ୟ କରିବା ଉଚିତ ନୁହେଁ..

ଗଛ ଓ ପତ୍ର କାଟିବ ଉଚିତ ନୁହେଁ :-

ମକର ସଂକ୍ରାନ୍ତି ଦିନ ମହିଳାମାନେ କେଶକୁ ସଫା କରିବା ଉଚିତ ନୁହେଁ । ତା’ସହ ପୁଣ୍ୟକାଳରେ ଦାନ୍ତ ସଫା କରିବା ଉଚିତ ନୁହେଁ (ଅର୍ଥାତ ବିଳମ୍ବରେ) । ଏହି ଦିନରେ କୌଣସି ଗଛକୁ କାଟି ଛୋଟ କରିବା ଉଚିତ ନୁହେଁ ।

ନିଶା ସେବନ କରିବଠୁ ବଂଚିବା :-

ମକର ସଂକ୍ରାନ୍ତି ଦିନ କିପରି କୌଣସି ପ୍ରକାରର ନିଶା ଦ୍ରବ୍ୟ ତଥା ସିଗାରେଟ, ମଦ, ଗୁଟଖା, ଏହି ସବୁ ଦ୍ରବ୍ୟ ଠୁ ଦୂରେଇ ରହିବ ଉଚିତ । ଏହା ସହ ମସଲାଦର ଭୋଜନ ମଧ୍ୟ ସେବନ କରିବା ଉଚିତ ନୁହେଁ । ଏହି ଦିନରେ ତେଲ ଓ ମୁଗ ଡାଲିରେ ପ୍ରସ୍ତୁତ ଖେଚୁଡ଼ି ସେବନ କରିବା ଉଚିତ ।

ଗାଈ ଓ ମଇଁଷିଙ୍କ ଦୁହିଁବା ଉଚିତ ନୁହେଁ :- ଯଦି ଆପଣ ଘରେ ଗାଈ ପାଳନ କରନ୍ତି ତ ମକର ସଂକ୍ରାନ୍ତି ଦିନ ତା’ଙ୍କ କ୍ଷୀର ଦୁହିଁବା ଉଚିତ ନୁହେଁ ।

ଏହି ସବୁ ଜିନିଷର ସେବନ ଉଚିତ ନୁହେଁ :-

ଏହି ଦିନ ଭୁଲରେ ମଧ୍ୟ ରସୁଣ, ପିଆଜ ଓ ମାଂସର ସେବନ କରିବା ଆଦୌ ଉଚିତ ନୁହେଁ । ଏହା ସହ ଆପଣ ନିଜ କଥାବର୍ତ୍ତକୁ ମଧ୍ୟ ନିୟନ୍ତ୍ରଣ ରଖନ୍ତୁ ଅର୍ଥାତ କାହାକୁ ମଧ୍ୟ ଅପଶବ୍ଦ କୁହନ୍ତୁ ନାହିଁ ଏବଂ ରାଗରୁଷା କରନ୍ତୁ ନାହିଁ । ପୁରା ଦିନ କାହାକୁ ମଧ୍ୟ ଉପଦେଶ ଦିଅନ୍ତୁ ନାହିଁ । ସମସ୍ତଙ୍କ ସହ ମଧୁର ବାର୍ତ୍ତାଳାପ କରନ୍ତୁ ।

ଗାଧେଇବା ପୂର୍ବରୁ ବିଲକୁଲ କରନ୍ତୁ ନାହିଁ ଏପରି କାର୍ଯ୍ୟ :-

ବହୁତ ଲୋକଙ୍କ ଅଭ୍ୟାସ ରହିଅଛି ଯେ ସକାଳୁ ଉଠିବା ମାତ୍ରେ ଚା’ପିଇବା ପସନ୍ଦ କରନ୍ତି । ଆପଣ ଯଦି ଏହି ଲୋକ ମାନଙ୍କ ମଧ୍ୟରେ ଅଛନ୍ତି ତ ମକର ସଂକ୍ରାନ୍ତି ଦିନ ଏହି ପରି କାମ କରନ୍ତୁ ନାହି । କହିବାକୁ ଗଲେ ମକର ସଂକ୍ରାନ୍ତି ଦିନରେ କୌଣସି ପବିତ୍ର ନଦୀରେ ସ୍ନାନ କରି, କିଛି ଦାନଧର୍ମ କରିବା ପରେ କିଛି ଖାଇବା ଉଚିତ, ଯଦି ଆପଣଙ୍କ ଆଖ ପାଖରେ କିଛି ନଦୀ ନାହିଁ ତା’ହାଲେ ଆପଣ ଆପଣଙ୍କ ଘରରେ ହି ଗାଧେଇ କିଛି ଦାନ କରି ଖାଇବା ଉଚିତ ।

ଘରଠୁ କୌଣସି ବ୍ୟକ୍ତିଙ୍କୁ ଖାଲି ହାତରେ ଫେରାଇବା ଉଚିତ ନୁହେଁ:-

ମକର ସଂକ୍ରାନ୍ତି ଦିନ ଆପଣଙ୍କ ଘର ପାଖକୁ କୌଣସି ଭିକାର,ସାଧୁ କିମ୍ବା ବୃଦ୍ଧ ବ୍ୟକ୍ତି ଆସନ୍ତି, ତା’ହାଲେ ସେମାନଙ୍କୁ ଖାଲି ହାତରେ ଫେରାନ୍ତୁ ନାହିଁ । ଆପଣଙ୍କ ଭାଗ୍ୟରେ ଯାହା କିଛି ବି ହୋଇ ପାରିବ ସେହି ଅନୁସାରେ କିଛି ନା କିଛି ଦାନ ଦେଇ ବିଦା କରନ୍ତୁ କାରଣ ଏହି ଦିନରେ ଦାନ କରିବା ଏକ ମହତ୍ତ୍ୱ କାର୍ଯ୍ୟ ଅଟେ ।

ସନ୍ଧ୍ୟା ସମୟରେ ଏପରି କିଛି ଭି କାମ କରନ୍ତୁ ନାହିଁ :-

ଯଦି ଆପଣ ସୁର୍ଯ୍ୟ ଦେବଙ୍କ କୃପା ଲାଭ କରିବାକୁ ଚାହାନ୍ତି ତ ଆପଣ ସନ୍ଧ୍ୟା ସମୟରେ ଅର୍ଥାତ ସୁର୍ଯ୍ୟ ଅସ୍ତ ପରେ ଅର୍ଣ୍ଣ ଭୋଜନ କରନ୍ତୁ ନାହିଁ ।