ମେଜର କେତନ ଶର୍ମା ନିଜ ପରିବାର ଲୋକଙ୍କୁ କରିଥିବା ପ୍ରତିଜ୍ଞାକୁ ପୁରଣ କରିପାରିଲେ ନାହିଁ, ୩ବର୍ଷର ପୁତ୍ରୀ ବର୍ତ୍ତମାନ ମଧ୍ୟ ପିତାଙ୍କର ଅପେକ୍ଷା କରିଛି ।

Spread the love

ଦେଶ ପୁଣି ହରାଇଲା ଗୋଟିଏ ପୁତ୍ର , ଆତଙ୍କୀ ମାନଙ୍କ ସହ ଲଢେଇ କରି ମେଜର କେତନ ଶର୍ମା ସହିଦ ହେଲେ ।

ଦେଶକୁ ସୁରକ୍ଷିତ ରଖିବା ପାଇଁ ଅନେକ ସିପାହୀମାନେ ନିଜ ଜୀବନ ବଳିଦାନ ଦେଇ ଦିଅନ୍ତି । ଭାରତୀୟ ସରକାର ଆତଙ୍କବାଦକୁ ନେଇ ଅନେକ କୋଠର ପଦକ୍ଷେପ ନେଇଛନ୍ତି କିନ୍ତୁ ଆତଙ୍କବାଦ କୌଣସି ପ୍ରକାରରେ ବିଲୋପ ହେଉ ନାହିଁ । ନିଜର ପ୍ରାଣ ହାତରେ ରଖି ଦେଶର ସୁରକ୍ଷା କରୁ-କରୁ ଆମର ଅନେକ ସିପାହୀ ସହିଦ ହୋଇଯାଆନ୍ତି । ଆଜି ଆମେ ଆପଣଙ୍କୁ ଏପରି ଏକ ସିପାହୀଙ୍କ ବିଷୟରେ କହିବୁ ଯିଏ ଦେଶର ସୁରକ୍ଷା କରି ସହିଦ ହୋଇଯାଇଛନ୍ତି । କିଛିଦିନ ହେବ ଜାମ୍ମୁ-କାଶ୍ମୀରରେ ପୁଣି ଥରେ ଆତଂକବାଦୀ ମାନଙ୍କ ସହ ଯୁଦ୍ଧ କରି ଆମର ସୁରକ୍ଷାବଳର ସିପାହୀ ସହିଦ ହୋଇଛନ୍ତି । ମଙ୍ଗଳବାର ଦିନ ଅନନ୍ତନାଗରେ ଆତଂକବାଦୀମାନଙ୍କର ଏବଂ ସୁରକ୍ଷାକର୍ମୀଙ୍କ ମଧରେ ଲଢେଇ ହୋଇଥିଲା, ଯେଉଁଥିରେ ମେରଟର ବାସିନ୍ଦା ମେଜର କେତନ ଶର୍ମା ସହିଦ ହୋଇ ଯାଇଥିଲେ ।

ଜାଣିରଖନ୍ତୁ ଯେ, କେତନ ଶର୍ମା ମାତ୍ର ୨୯ବର୍ଷର ଥିଲେ ଏବଂ ସେ ମେରଟରେ ରହୁଥିଲେ । କିଛିଦିନ ପୁର୍ବେ ସେ ଛୁଟିରୁ ନିଜ କାର୍ଯ୍ୟକୁ ଫେରିଥିଲେ ଏବଂ ନିଜ ପରିବାର ଲୋକଙ୍କୁ ପ୍ରତିଜ୍ଞା କରି ଆସିଥିଲେ ଯେ, ସେ ଅତିଶୀଘ୍ର ଘରକୁ ଫେରିବେ । କିନ୍ତୁ କେତନ ନିଜ ଦେଶକୁ କରିଥିବା ପ୍ରତିଜ୍ଞା ପୂରଣ କରିଲେ ହେଲେ ନିଜ ପରିବାର ଲୋକଙ୍କୁ କରିଥିବା ପ୍ରତିଜ୍ଞାକୁ ପୁରଣ କରି ପାରିଲେ ନାହିଁ । ଆତଙ୍କବାଦୀ ମାନଙ୍କ ସହ ଲଢେଇ କରି ସେ ନିଜ ଜୀବନ ତ୍ୟାଗ କରିଥିଲେ । ମଙ୍ଗଳବାର ଦିନ ତାଙ୍କର ପାର୍ଥିବ ଶରୀରକୁ ଦିଲ୍ଲୀ ଅଣା ଯାଇଥିଲା, ସେଠାରେ ରକ୍ଷାମନ୍ତ୍ରୀ ରାଜନାଥ ସିଂ ଶ୍ରଦ୍ଧାଞ୍ଜଳି ଦେଇଥିଲେ । ଏହି ସମୟରେ ତାଙ୍କ ସହ ସେନା ପ୍ରମୁଖ ବିପିନ ରାବତ ମଧ୍ୟ ଉପସ୍ଥିତ ଥିଲେ ।

ସୋମବାର ଦିନ ଭାରତୀୟ ସେନାଙ୍କୁ ଅନନ୍ତନାଗର ଅକିଙ୍ଗମରେ ଆତଙ୍କବାଦୀ ମାନଙ୍କର ଲୁଚି ଥିବାର ଖବର ମିଳିଥିଲା । ଯାହାପରେ ସୁରକ୍ଷା କର୍ମୀମାନେ ସେମାନଙ୍କୁ ଖୋଜିବା ଆରମ୍ଭ କରି ଦେଇଥିଲେ ଏବଂ ଆତଙ୍କୀଙ୍କ ଠିକାଣାରେ ପହଞ୍ଚିବା କ୍ଷଣି ଉଭୟ ତରଫରୁ ଗୁଳି ବିନିମୟ ହୋଇଥିଲା ଏବଂ ମେଜର କେତନ ଶର୍ମା ସହିଦ ହୋଇ ଯାଇଥିଲେ । ପରିବାର ଲୋକଙ୍କୁ ଯେତେବେଳେ ତାଙ୍କର ସହିଦ ହେବାର ଖବର ମିଳିଥିଲା, ସେମାନେ ଦୁଃଖରେ ମିୟପ୍ରାଣ ହୋଇ ପଡିଲେ ।

ପାଞ୍ଚ ବର୍ଷ ପୁର୍ବେ ବିବାହ ହୋଇଥିଲା :

କେତନ ଶର୍ମାଙ୍କ ବିବାହ ପାଞ୍ଚ ବର୍ଷ ପୂର୍ବେ ହୋଇଥିଲା । ତାଙ୍କ ପରିବାରରେ ମାତା-ପିତାଙ୍କ ବ୍ୟତୀତ ତାଙ୍କର ପତ୍ନୀ ଏବଂ ୩ ବର୍ଷର ପୁତ୍ରୀ କାଇରା ରୁହନ୍ତି । ପିତା, ପତି ଏବଂ ପୁତ୍ରକୁ ହରାଇ ସାରିବା ପରେ ପରିବାର କ୍ରନ୍ଦନ କରି ବହୁତ ଖରାପ ଅବସ୍ଥା ହୋଇ ଯାଇଛି । କାଇରାକୁ ଏହି କଥା ଜାଣି ନାହାନ୍ତି ଯେ, ତାଙ୍କର ପିତା ସବୁଦିନ ପାଇଁ ତାଙ୍କୁ ଛାଡି ଚାଲି ଯାଇଛନ୍ତି । ୨୦୧୨ ମସିହାରେ କେତନ IMA ଦେହେରାଡୁନରେ ସେନାର ଲେଫ୍ଟିନେଣ୍ଟ ହୋଇଥିଲେ, ଯାହା ପରେ ତାଙ୍କର ପ୍ରଥମ ପୋଷ୍ଟିଙ୍ଗ ପୁଣେରେ ହୋଇଥିଲା । ଦୁଇ ବର୍ଷ ପୁର୍ବେ ତାଙ୍କୁ ଅନନ୍ତନାଗ ପଠାଯାଇଥିଲା ।

ସରକାର ପରିବାରକୁ ସାହାଯ୍ୟ କରିଲେ :

କେତନ ମେରଟର କେଣ୍ଟ ଏରିଆରେ ରହୁଥିଲେ । ତାଙ୍କର ସହିଦ ହେବାର ଖବର ଶୁଣି ସେନାର ବଡ଼-ବଡ଼ କର୍ମଚାରୀ, କେଣ୍ଟର ବିଧାୟକ ସତ୍ୟପ୍ରକାଶ ଅଗ୍ରୱାଲ ସମେତ ସ୍ଥାନୀୟ ନେତା ମଧ୍ୟ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ତାଙ୍କ ଘରକୁ ଆସିଥିଲେ । ସେହିପରି ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ ମଧ୍ୟ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ । ଯୋଗୀ ସରକାରଙ୍କ ତରଫରୁ ସେମାନଙ୍କ ପରିବାରକୁ ୨୫ ଲକ୍ଷର ସାହାଯ୍ୟ ଘୋଷଣା ମଧ୍ୟ କରାଯାଇ ଥିଲା । କିନ୍ତୁ କଣ ଏହି ସାହାଯ୍ୟ ପୁତ୍ର, ପତି ଏବଂ ପିତାଙ୍କୁ ହରାଇବାର ଦୁଃଖକୁ କମେଇ ପାରିବ । ସବୁ ଲୋକ କେତନ ଶର୍ମାଙ୍କୁ ମିରଟର ନାୟକ କହୁଛନ୍ତି ।

ବର୍ତ୍ତମାନ କିଛିଦିନରୁ ଜାମ୍ମୁ-କାଶ୍ମୀରରେ ଆତଙ୍କବାଦୀ ଏବଂ ସୁରକ୍ଷାବଳଙ୍କ ମଧ୍ୟରେ ଲଢେଇ ଚାଲି ରହିଛି । ଏହାର କିଛିଦିନ ପୂର୍ବରୁ ଅନନ୍ତନାଗରେ ଆତଙ୍କୀ ଆକ୍ରମଣରେ ପାଞ୍ଚ ସିପାହୀ ନିଜର ଜୀବନ ହରାଇଥିଲେ ।