ବଡ଼ ଖବର ! ଡ୍ରାଇଭିଂ ଲାଇସେନ୍ସ ନିୟମରେ ହୋଇଛି ବଡ଼ ପରିବର୍ତ୍ତନ, ଏହି ଲୋକଙ୍କୁ ମିଳିବ ନାହିଁ ଡ୍ରାଇଭିଂ ଲାଇସେନ୍ସ !

Spread the love

ଡ୍ରାଇଭିଂ ଲାଇସେନ୍ସକୁ ନେଇ ରାଜସ୍ଥାନ ହାଇକୋର୍ଟ ବଡ଼ ନିଷ୍ପତ୍ତି ଶୁଣେଇଛନ୍ତି । କୋର୍ଟ ନିର୍ଦ୍ଦେଶ ଜାରି କରିଛି ଯେ, ଅପାଠୁଆ ମାନଙ୍କୁ ଡ୍ରାଇଭିଂ ଲାଇସେନ୍ସ ଦିଆ ଯିବ ନାହିଁ । ରାଜସ୍ଥାନ ହାଇକୋର୍ଟର ଏକାକୀ ଗ୍ରୁପଙ୍କ ନିର୍ଦ୍ଦେଶଜାରୀ କରିଛନ୍ତି ଯେ, ଆପାଠୁଆ ଲୋକଙ୍କୁ ଡ୍ରାଇଭିଂ ଲାଇସେନ୍ସ ଦିଆ ଯିବ ନାହିଁ । କୋର୍ଟ କହିଛି, ଅପାଠୁଆ ଲୋକଙ୍କୁ ଡ୍ରାଇଭିଂ ଲାଇସେନ୍ସ ଦେଲେ ଅସୁବିଧା ହୋଇପାରେ । କାରଣ ସେମାନେ ରାସ୍ତା କଡରେ ଲେଖା ହୋଇଥିବା ସାଇନ ବୋର୍ଡକୁ ନା ପଢ଼ି ପାରିବେ ନା ସଚେତନତା ଚିହ୍ନକୁ ବୁଝି ପାରିବେ ।

ଏମାନଙ୍କୁ ମିଳିବ ନାହିଁ ଡ୍ରାଇଭିଂ ଲାଇସେନ୍ସ :

କୋର୍ଟ କହିଛି, ଏଣିକି ଅପାଠୁଆ ଲୋକଙ୍କ ପାଇଁ ଡ୍ରାଇଭିଂ ଲାଇସେନ୍ସ ଜାରି କରାଯିବ ନାହିଁ । ଏମିତି କରିବା ଭୟଙ୍କର ହୋଇପାରେ । ଏହାଦ୍ଵାରା ସବୁଠୁ ଅଧିକ କ୍ଷତି ରାସ୍ତାରେ ଚାଲି ଯାଉଥିବା ବ୍ୟକ୍ତିଙ୍କର ହୋଇଥାଏ । ରାଜସ୍ଥାନ ହାଇକୋର୍ଟର ଏହି ନିର୍ଦ୍ଦେଶକୁ ନେଇ ପରିବହନ ଅଧିକାରୀ ଏହି ନିୟମକୁ ନିକଟରେ ଜାରି କଲେ । କୋର୍ଟ କହିବ ଅନୁସାରେ, ଗୋଟିଏ ଗାଇଡ଼ଲାଇନ ପ୍ରସ୍ତୁତ କରି ବଧିବଦ୍ଧ ଭାବରେ ଯେଉଁମାନେ ଲେଖା-ପଢ଼ାରେ ସକ୍ଷମ ହୋଇଥିବା ବ୍ୟକ୍ତିଙ୍କୁ ହିଁ ଡ୍ରାଇଭିଂ ଲାଇସେନ୍ସ ଦିଆଯିବ ।

ଓଜନିଆ ମୋଟର ଯାନ ଲାଇସେନ୍ସ ପାଇବା ପାଇଁ ଇଚ୍ଛା :

ପ୍ରକୃତରେ ଦୀପିକା ସିଂ ନାମକ ଜଣେ ଅଭିଯୋଗକାରୀ ଅଭିଯୋଗ କରି ଇଚ୍ଛା ପ୍ରକାଶ କରିଛନ୍ତି ଯେ, ଆପାଠୁଆ ଲୋକ ମାନଙ୍କ ପାଇଁ ମଧ୍ୟ ଓଜନିଆ ମୋଟର ଯାନ (HMV)ର ଲାଇସେନ୍ସ ଜାରି କରାଯାଉ । କୋର୍ଟ ଏହି ଅଭିଯୋଗକୁ ଖାରଜ କରିଛନ୍ତି । କୋର୍ଟ କହିଛି ଯେ, ମୋଟର ଯାନ ନିୟମ ଜନସାଧାରଣଙ୍କ ପାଇଁ । ଯଦି ଏ ଲାଇସେନ୍ସ ଅପାଠୁଆ ଲୋକଙ୍କୁ ଦିଆଯାଏ; ତେବେ ମାନବ ସୁରକ୍ଷା ପାଇଁ ସଡ଼କ କଡ଼ରେ ଲଗାଯାଇ ଥିବା ସୁରକ୍ଷା ବୋର୍ଡ଼କୁ ଏମାନେ ପଢି ପାରିବେ ନାହିଁ, ଫଳରେ ଅନ୍ୟ ମାନଙ୍କ ପାଇଁ ଅସୁବିଧା ଉପୁଜି ପାରେ ।

ଯୋଗ୍ୟତାର କିଛି ନିୟମ :

ଆପଣଙ୍କୁ କହି ଦେଉଛୁ ଯେ, ମୋଟର ଯାନ ନିୟମରେ ନାଁନ-କମେରସିଆଲ ଡ୍ରାଇଭିଂ ଲାଇସେନ୍ସ ପାଇଁ ନ୍ୟୁନତମ ଯୋଗ୍ୟତା ସ୍ଥିର କରାଯାଇ ନାହିଁ । ଯେକୌଣସି ବ୍ୟକ୍ତି ଡ୍ରାଇଭିଂ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ଡ୍ରାଇଭିଂ ଲାଇସେନ୍ସ ନେଇ ପାରିବେ । ପୁଣି କମେରସିଆଲ ଯାନ ଚଳାଇବାର ଡ୍ରାଇଭିଂ ଲାଇସେନ୍ସ ପାଇଁ ୮ମ ଶ୍ରେଣୀ ପାସ କରିଥିବା ଦରକାର ।