ଛଅ ଦିନ ଅର୍ଧନଗ୍ନ ଅବସ୍ଥାରେ ଡବଲ୍ ବେଡ଼ରେ ପଡିଥିଲା ଯୁବତୀଙ୍କ ଶବ, ତୀବ୍ର ଦୂର୍ଗନ୍ଧ ପରେ ରହସ୍ୟ ଖୋଲିଥିଲା ।

Spread the love

ଜୟପୁର: ମୁହାନା ଥାନା କ୍ଷେତ୍ରର ପଟେଲ ନଗର ସ୍ଥିତ ଏକ ଫ୍ଲାଟରେ ଯୁବତୀଙ୍କୁ ହତ୍ୟା କରି କାଠରୀରେ ଥିବା ଡବଲ ବେଡ଼ ବକ୍ସରେ ରଖି ଚାଲିଯାଇଥିଲେ । ପରେ ହତ୍ୟାକାରୀ ଫ୍ଲାଟର ବହାରପଟୁ ତାଲା ପକାଇ ଚାଲି ଯାଇଥିଲା । ଶୁକ୍ରବାର ଦିନ ଯୁବତୀଙ୍କ ଫ୍ଲାଟରୁ ଦୂର୍ଗନ୍ଧ ବାହାରିଥିଲା, ପଡୋଶୀ ମାନେ ପୋଲିସକୁ ଖବର ଦେଇଥିଲେ ।ଘଟଣାସ୍ଥଳରେ ପହଂଚି ପୋଲିସ ଫ୍ଲାଟର ତାଲା ଭାଙ୍ଗିଥିଲା ଏବଂ ଦେଖିଥିଲା ଚାରିଆଡେ ରକ୍ତ ପଡିଛି । ରକ୍ତ ବେଡ଼ର ବକ୍ସରୁ ଝରୁଛି । ବକ୍ସ ଖୋଲିବା ପରେ ପୋଲିସ ଦେଖିଥିଲା ସେଥିରେ ଏକ ଅର୍ଧନଗ୍ନ ଯୁବତୀଙ୍କ ମୃତ୍ୟୁ ଶରୀର ରହିଛି । ପଡ଼ୋଶୀଙ୍କୁ ଦୂର୍ଗନ୍ଧ ନ ଆସିବା ପାଇଁ ହତ୍ୟାକାରୀ ମାନେ ଏପରି ଶବକୁ ବକ୍ସରେ ରଖି ଚାଲି ଯାଇଥିଲେ ।

ଥାନା ଅଧିକାରୀ ହରିଲାଲ ସୈନି କହିଛନ୍ତି; ମୃତ୍ୟୁ ବରଣ କରିଥିବା ମହିଳା ରାଜଵାଲା ୩୦ ବର୍ଷୀୟ, ଝୁଞ୍ଜୁନ ଭାଗବତପୁରାର ବାସିନ୍ଦା । ସେ ଏଠାରେ ଏକ ଫ୍ଲାଟରେ ଭଡାରେ ରହୁଥିଲେ । ତାଙ୍କର ପରିଜନ ଏବଂ ପତିଙ୍କ ସହ ଲମ୍ବା ସମୟରୁ ଝଗଡା ଚାଲିଥିଲା । ଏହି କାରଣରୁ ଯୁବତୀ ଏକୁଟିଆ ରହୁଥିଲେ । ପୋଲିସ ପରିବାର ପରିଜନ ମାନଙ୍କୁ ସୂଚନା ଦେଇଛନ୍ତି କିନ୍ତୁ ସେମାନେ ଆସିନଥିଲେ । ପରିଜନ ମାନେ କହିଥିଲେ ତାଙ୍କର ମୃତ୍ୟୁ ବରଣ କରିଥିବା ରାଜବାଲା ସହ ବର୍ତ୍ତମାନ କୌଣସି ସମ୍ପର୍କ ନାହିଁ ।

ପୋଲିସ କହିଛି ହତ୍ୟା ଲୁଟ କରିବା ଉଦ୍ଧେଶ୍ୟରେ କରାଯାଇଛି କିମ୍ବା ଅନ୍ୟ କୌଣସି କାରଣରୁ; ଏହା ହତ୍ୟାକାରୀଙ୍କୁ ଧରିବା ପରେ ହିଁ ଜଣା ପଡିବ । ଆଶଙ୍କା କରାଯାଉଛି ଯୁବତୀର ହତ୍ୟା ପାଞ୍ଚ ଛଅ ଦିନ ପୂର୍ବରୁ ହୋଇଛି । ପୋଲିସ ଶବକୁ ଏସଏମ୍ଏସ ଡାକ୍ତରଖାନାର ଶବ ଗୃହରେ ରଖିଛି । ପରିଜନ ମାନେ ଆସିବା ପରେ ହିଁ ଶବର ବ୍ୟବଛେଦ କରାଯିବ । ଏଫ୍.ଏସ୍.ଏଲ୍ ଘଟଣା ସ୍ଥଳରୁ ପ୍ରମାଣ ଯୋଗାଡିବାରେ ଲାଗିଛନ୍ତି । ବର୍ତ୍ତମାନ ପୋଲିସ ଆଖ ପାଖରେ ଥିବା ସି.ସି ଟିଭି କ୍ୟାମେରା ଯାଞ୍ଚ କରୁଛି ।

ଛଅ ଦିନ ପୂର୍ବରୁ ଦେଖା ଯାଇଥିଲେ ଯୁବତୀ :

ପଡୋଶୀ ମାନେ କହିଥିଲେ; ଯୁବତୀଙ୍କ ଗାଡି ବାହାରେ ଠିଆ ହୋଇଛି ଏବଂ ଘର ଭିତରେ କୌଣସି ଶବ୍ଦ ମଧ୍ୟ ଶୁଣା ଯାଉନାହିଁ । ଛଅ ଦିନ ପୂର୍ବେ ଶନିବାର ଦିନ ଶେଷ ଥର ପାଇଁ ଦେଖା ଯାଇଥିଲେ ଯୁବତୀ ଜଣଙ୍କ । ଦ୍ଵିତୀୟ ମହଲାରେ ଯୁବତୀଙ୍କ ଫ୍ଲାଟ ରହିଛି । ସେ ଫ୍ଲାଟରୁ ତଳକୁ ବିଜୁଳି ବିଲ୍ ନେବା ପାଇଁ ଆସିଥିଲେ । ଛଅ ଦିନ ଠାରୁ ଯୁବତୀଙ୍କୁ କେହି ମଧ୍ୟ ଦେଖି ନାହାଁନ୍ତି ।

କକ୍ଷରୁ ମିଳିଛି ମଦ ବୋତଲ :

ପଡୋଶୀ ମାନେ କହିଛନ୍ତି ଯୁବତୀ ଜଣଙ୍କ ମଦ ପିଉ ଥିଲେ । ବହୁବାର ନିଶାରେ ହଙ୍ଗାମା ମଧ୍ୟ କରୁଥିଲେ । ଯୁବତୀଙ୍କ ଫ୍ଲାଟରୁ ଖାଲି ମଦ ବୋତଲ ମଧ୍ୟ ମିଳିଛି ପୋଲିସକୁ । କକ୍ଷରେ ମଦ ଗ୍ଲାସ ମଧ୍ୟ ରହିଛି । ପୋଲିସ କହିଛି ଯୁବତୀ ଜଣଙ୍କ ମଦ ନିଶାରେ ଆଖପାଖରେ ଝଗଡା ମଧ୍ୟ କରୁଥିଲେ,ଏହା ବିଷୟରେ ଅନେକ ଥର ପଡୋଶୀ ମାନେ ପୋଲିସକୁ ଜଣାଇଛନ୍ତି ।