ମହୁଲ ଗଛ ବହୁତ ଗୁଣକାରୀ ହୋଇଥାଏ । ଆସନ୍ତୁ ଜାଣିବା ଏହି ଗଛ ସହିତ ଜଡିତ କିଛି ସ୍ୱାସ୍ଥ୍ୟର ଉପକାରିତ ବିଷୟରେ ।

Spread the love

ଦାନ୍ତ ବ୍ୟଥା, ଡାଇବେଟିସ, ଆଣ୍ଠୁ ଗଣ୍ଠିବାତରୁ ମୁକ୍ତି ଦେଇଥାଏ ମହୁଲ ଗଛ ।

ମହୁଲ ଗଛରେ ଫୁଟୁଥିବା ଫୁଲ ବହୁତ ଶକ୍ତିଶାଳୀ ହୋଇଥାଏ ଏବଂ ଏହି ଗଛର ଫୁଲକୁ ଖାଇବା ଦ୍ୱାରା ଶରୀରକୁ ଅନେକ ପ୍ରକାରର ଉପକରିତା ମିଳିଥାଏ । ଏହି ଗଛର ଫୁଲ ସାମାନ୍ୟ ହଳଦିଆ ରଙ୍ଗର ହୋଇଥାଏ ଏବଂ ଏଥିରେ ଭରପୁର ମାତ୍ରରେ ପ୍ରୋଟିନ, କ୍ୟାଲସିୟମ ଓ ଫସଫରସ ଭଳି ଧାତୁସାର ମିଳେ । ମହୁଲଗଛର ଫୁଲ ଛଡା ଏହି ଗଛର ଛାଲି, ପତ୍ର ଏବଂ ମଞ୍ଜି ମଧ୍ୟ ବହୁତ ଗୁଣକାରୀ ହୋଇଥାଏ ।

ମହୁଲ ଗଛରୁ ମିଳୁଥିବା ଉପକାରିତ :

ଦାନ୍ତ ବ୍ୟଥା ଦୂର କରିଥାଏ :

ଦାନ୍ତ ବ୍ୟଥା ହେଲେ ଆପଣ ମହୁଲ ଗଛର ଖଣ୍ଡେ ଡାଳ ଭାଙ୍ଗି ସେଥିରେ ଦାନ୍ତ ଘୋଷନ୍ତୁ । ମହୁଲ ଡାଳରେ ଦାନ୍ତ ଘଷିଲେ ଆପଣଙ୍କ ଦାନ୍ତ ବ୍ୟଥା ସଂପୂର୍ଣ୍ଣ ରୂପେ ଭଲ ହୋଇଯିବ ଏବଂ ଯଦି ଦାନ୍ତ ମାଢିରୁ ରକ୍ତ ବାହାରୁ ଥିବ; ତେବେ ଏହି ଗଛର ଛାଲିରୁ ରସ ବାହାର କରି ସେଥିରେ ପାଣି ମିଶାଇ କୁଳି କରନ୍ତୁ । ଦିନକୁ ୩ ଥର ଏହି ପାଣି କୁଳି କଲେ, ମାଢିରୁ ରକ୍ତ ବାହାରିବା ବନ୍ଦ ହୋଇଯିବ ।

ଆଖିକୁ ସଫା ରଖେ :

ଆଖିରେ ଧୂଳି ପଶି ଗଲେ, ଆପଣ ମହୁଲ ଫଳର ରସ ଆଖିରେ ପକାନ୍ତୁ । ଏହାର ରସ ଆଖିକୁ ସମ୍ପୂର୍ଣ୍ଣ ରୂପେ ସଫା କରିଦିଏ । ଯଦି ଆପଣ ଚାହିଁବେ; ତେବେ ଏହି ମହୁଲ ରସରେ କିଛି ମହୁ ମଧ୍ୟ ମିଶାଇ ପାରିବେ ।

ମଳକଣ୍ଠକ ବା କଷ୍ଟକଠିନ୍ୟରୁ ମୁକ୍ତି ଦିଏ :

କଷ୍ଟକଠିନ୍ୟ ହେଲେ ଆପଣ ମହୁଲ ଫୁଲ ଖାଆନ୍ତୁ । ଆପଣ କିଛି ମହୁଲ ଫୁଲକୁ ବାଟି ତାକୁ ଭାଜି ଦିଅନ୍ତୁ ଏବଂ ପରେ ଏହାକୁ ସେବନ କରନ୍ତୁ । ପ୍ରତିଦିନ ଏହି ମହୁଲ ଫୁଲ ଭଜା ଖାଇଲେ କଷ୍ଟକଠିନ୍ୟ ସମସ୍ୟାରୁ ମୁକ୍ତି ମିଳିବ ।

ଚର୍ମ ପାଇଁ ବିଶେଷ ଉପକାରୀ :

ମହୁଲ ପତ୍ରର ତେଲ ଚର୍ମ ପାଇଁ ବିଶେଷ ଉପକାରୀ ହୋଇଥାଏ ଏବଂ ଏହି ତେଲକୁ ଚେହେରାରେ ଲଗାଇଲେ ଚେହେରା ସମ୍ପୂର୍ଣ୍ଣ ଭାବେ ନମନୀୟ ହୋଇଯାଏ । ଏହା ଛଡ଼ା ଶରୀରରେ କୌଣସି ଜାଗାରେ କୁଣ୍ଡିଆ କିମ୍ବା ଜ୍ଵଳନ ହୁଏ; ତେବେ ଏହି ତେଲକୁ ବ୍ୟବହାର କଲେ ତୁରନ୍ତ ଆରାମ ମିଳିବ ।

ଥଣ୍ଡା ଦୂର କରେ :

ମହୁଲଗଛର ଛାଲିରେ ଭଲ ବାହାରେ ସିଜାଇ, ସେହି ପାଣିକୁ ପିଇଲେ ଥଣ୍ଡା ସମ୍ପୂର୍ଣ୍ଣ ଭାବେ ଭଲ ହୋଇଯାଏ । ମହୁଲ ଛାଲିର ସିଜାଇବା ପୂର୍ବରୁ ଆପଣ ଏହାର ଛାଲିକୁ ଭଲ ରୂପେ ଧୋଇ ଦିଅନ୍ତୁ ଏବଂ ଏହା ପରେ ଚୁଲ୍ଲା ସାହାଯ୍ୟରେ ପାଣି ଗରମ କରନ୍ତୁ ଏବଂ ଏଥିରେ ଛାଲିକୁ ପକାଇ ଫୁଟାନ୍ତୁ । ଯେତେବେଳେ ଏହା ଭଲ ରୂପେ ଫୁଟି ଯିବ, ଏଥିରେ କିଛି ଚିନି ପକାଇ ଚୁଲ୍ଲା ବନ୍ଦ କରି ଦିଅନ୍ତୁ ଏବଂ ପରେ ଏହାକୁ ଛାଣି ନିଅନ୍ତୁ । ଏପରି ଆପଣଙ୍କର ମହୁଲଗଛର ଛାଲିରେ କାଢ଼ା ପ୍ରସ୍ତୁତ ହେଇଯିବ ।

ଡାଇବେଟିସ ପାଇଁ ଲାଭଦାୟକ :

ଡାଇବେଟିସ ରୋଗୀଙ୍କ ପାଇଁ ମହୁଲ ଛାଲିର କାଢ଼ା ବହୁତ ଉପକାରିତା ହୋଇଥାଏ ଏବଂ ଏହାର କାଢ଼ା ପିଇଲେ ବ୍ଲଡ଼ ସୁଗରର ମାତ୍ରା ନିୟନ୍ତ୍ରଣ ରହେ । ସେଥିପାଇଁ ଡାଇବେଟିସ ରୋଗୀମାନେ ନିୟମିତ ଭାବରେ କାଢ଼ା ପିଅନ୍ତୁ ।

ଗଣ୍ଠିବାତ ବ୍ୟଥାକୁ ଭଲ କରିଥାଏ :

ମହୁଲ ଛାଲିର କାଢ଼ା ପିଇଲେ ଗଣ୍ଠି ବଥା ଏବଂ ଫୁଲାରୁ ମୁକ୍ତି ମିଳିଥାଏ । କାଢ଼ା ପିଇବା ବ୍ୟତୀତ ଆପଣ ଯଦି ଚାହିଁବେ; ତେବେ ଫୁଲିଥିବା ଜାଗାରେ ଏହାର ଲେପ ମଧ୍ୟ ଲଗେଇ ପାରିବେ । ଏହାର ଲେପ ପ୍ରସ୍ତୁତ କରିବା ପାଇଁ ଆପଣ ଏହାର ଛାଲିକୁ ଭଲ ଭାବରେ ଗ୍ରାଇଣ୍ଡିଙ୍ଗ କରି ଦିଅନ୍ତୁ । ଗ୍ରାଇଣ୍ଡିଙ୍ଗ କରିବା ପରେ ଏଥିରେ ସାମାନ୍ୟ ଗରମ ସୋରିଷ ତେଲ ମିଶାଇ ଦିଅନ୍ତୁ, ଏହା ଏକ ପେଷ୍ଟ ସଦୃଶ ହୋଇଯିବ । ପରେ ଏହି ପେଷ୍ଟକୁ ଫୁଲିଥିବା ଜାଗାରେ ଆପଣ ଲେପ ସଦୃଶ ଲଗେଇ ଦିଅନ୍ତୁ । ଏହି ଲେପ ଲାଗେଇବା ଦ୍ୱାରା ଫୁଲା ସମ୍ପୂର୍ଣ୍ଣ ଭାବେ ଠିକ ହୋଇଯିବ ।