ମହିଳାଙ୍କ ଖାତାରେ ଆସିଲା ୩ .୧୦ ଲକ୍ଷ ଟଙ୍କା, ଭାବିଲେ ପ୍ରଧାନମନ୍ତ୍ରୀ ମୋଦି ଦେଇଥିବେ… କିନ୍ତୁ

Spread the love

ମଧ୍ୟପ୍ରଦେଶର ଶିବପୁର ଜିଲ୍ଲାର କରେରା ତହସିଲର ଅନ୍ତର୍ଗତ ସିରସୋନା ଗାଁର ଏକ ମହିଳା ଥମ୍ବ ଇଂପ୍ରେସନ୍ ମେସିନରୁ ୩ .୧୦ ଲକ୍ଷ ଟଙ୍କା ଉଠେଇ ନେଲେ । ମହିଳାଙ୍କୁ ଲାଗିଲା ଯେ, ଏହି ପଇସା ତାଙ୍କ ଖାତାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରଚଳିତ କେଉଁ ଯୋଜନାରୁ ଆସିଅଛି । ମହିଳା ବହୁତ ଖୁସି ହୋଇ ଗଲେ ଆଉ ସେ ତାଙ୍କର ସବୁ କରଜ ସୁଝି ଦେଲେ ଓ ତାଙ୍କର ସ୍ୱାମୀ ସୁରେନ୍ଦ୍ର କୋଲିଙ୍କ ନିମନ୍ତେ ଗୋଟିଏ ନୂଆ ବାଇକ୍ କିଣିଲେ ଆଉ ନିଜ ପାଇଁ ବି କିଛି ଗହଣା ମଧ୍ୟ ବଜାରରୁ କ୍ରୟ କରିଥିଲେ । କିନ୍ତୁ ଯେତେବେଳେ ବ୍ୟାଙ୍କ କର୍ମଚାରୀମାନେ ପୋଲିସ ସହିତ ତାଙ୍କ ଘରେ ପହଞ୍ଚିଲେ ଏବଂ ତାଙ୍କୁ ସତ୍ୟତା ଜଣେଇଲେ ତୋ ସେ ମହିଳା ମୁଣ୍ଡରେ ହାତ ଦେଇ ତଳେ ବସି ପଡିଲେ ।

ମହିଳା ଜଣକ କାନ୍ଦି କାନ୍ଦି କହିଲେ ଏ ମୁଁ କଣ କରିଦେଲି, ମହିଳା ପାଖରେ ବଳକା ଥିବା 85 ହଜାର ଟଙ୍କା ବ୍ୟାଙ୍କ କର୍ମଚାରୀମାନେ ନେଇଗଲା । ବାକି ଟଙ୍କା ସୁଝିବା ପାଇଁ ମହିଳାଙ୍କୁ କିଛି ସମୟ ଦିଅ ଯାଇଛି । ଯଦି ମହିଳା ପଇସା ଫେରସ୍ତ ନ କରନ୍ତି ତୋ ତାଙ୍କ ଉପରେ ପୋଲିସ କାର୍ଯ୍ୟାନୁଷ୍ଠାନ ହେବ ।

ଏହି ଗାଁର ଜଣେ ଦୋକାନୀ ଅନୀଲ ନାଗରଙ୍କର ଖାତା ମହିଳାଙ୍କର ଆଧାର କାର୍ଡରେ ଲିଙ୍କ ହୋଇଥିଲା, ମହିଳାଙ୍କୁ ଏହି କଥା ଜଣା ନଥିଲା । ମହିଳା ଜଣକ କିୟୋସ୍କ ସେଣ୍ଟରରେ ଥମ୍ବ ଇଂପ୍ରେସନ୍ ମେସିନରେ ଅଲଗା ଅଲଗା ଦିନରେ ୩.୧୦ ଲକ୍ଷ ଟଙ୍କା ଉଠାଇ ଥିଲେ । ଏହା ପରେ ଦୋକାନୀ ନିଜ ଖାତାରୁ ପଇସା ଉଠେଇ ଥିବା ଅଭିଯୋଗ ବ୍ୟାଙ୍କ ଶାଖାରେ କରିଥିଲେ । ଏହା ପରେ ଜଣାପଡିଲା ଯେ, ଏହି ମହିଳାଙ୍କର ଆଧାର ଦୋକାନୀର ବ୍ୟାଙ୍କ ଖାତା ସହିତ ଲିଙ୍କ ହୋଇଯାଇଛି । ଅଧିକାରୀମାନେ ପୋଲିସର ସାହାଯ୍ୟରେ ୮୫ ହଜାର ଟଙ୍କା ତୋ ନେଇ ସାରିଛନ୍ତି । କିନ୍ତୁ ମହିଳାଙ୍କୁ ବାକି ଟଙ୍କା ସୁଝିବା ପାଇଁ ସମୟ ଦେଇଛନ୍ତି । କିନ୍ତୁ ମହିଳା ସବୁ ଟଙ୍କା ଖର୍ଚ୍ଚ କରି ସାରିଛନ୍ତି, ଆଉ ସେ ଟଙ୍କା ଫେରସ୍ତ କରିବା ପାଇଁ ଅସମର୍ଥ ଅଟନ୍ତି ।

ଟ୍ରାକ୍ଟର ବିକ୍ରି କରି ୩ .୧୦ ଲକ୍ଷ ଜମା କରିଥିଲେ ବ୍ୟାଙ୍କରେ :-

ଅନୀଲ ନାଗର ଜଣେଇଛନ୍ତି ଯେ, ସେ ୩.୫୦ ଲକ୍ଷ ଟଙ୍କାରେ ଟ୍ରାକ୍ଟର ବିକ୍ରି କରି ନିଜ ଖାତାରେ ଜମା କରିଥିଲେ । ୨୭ ଫେବୃଆରୀକୁ ସାନ ଭାଇ ନରେନ୍ଦ୍ରକୁ ଚେକ୍ ଦେଇ ପଇସା ବାହାର କରିବା ପାଇଁ ପଠେଇ ଥିଲେ । ଆଉ ସେତେବେଳେ ଭାଇ ଫୋନ୍ କରି ଜଣେଇଲେ ଯେ, ତାଙ୍କର ଖାତାରେ ପଇସା ନାହିଁ ଆଉ ଯେତେବେଳେ ସେ ପାସବୁକ୍ ଏଣ୍ଟ୍ରି କରିଲେ ତୋ ତାଙ୍କର ହୋସ୍ ଉଡ଼ିଗଲା ।

ଆମେ ଭାବିଲୁ ଟଙ୍କା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଠେଇଛନ୍ତି : ମହିଳା ଜଣଙ୍କ କହିଛନ୍ତି ଯେ, ଆମର ଖାତା ଜନଧନ ଯୋଜନା ଅନ୍ତର୍ଗତ ଜିରୋ ବ୍ୟାଲେନ୍ସରେ ଖୋଲା ଯାଇଥିଲା । ଆମକୁ ଲାଗିଲା ଯେ, ଏହି ପଇସା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଇଛନ୍ତି ।

ମୋର ଝିଅର ବିବାହ ୫ ମଇରେ ହେବ ଆଉ ମୋତେ ଟଙ୍କା ଦରକାର : ବ୍ୟାପାରି ଅନୀଲ ନାଗର କହିଛନ୍ତି ଯେ, ତାଙ୍କ ଝିଅର ବିବାହ ୫ ମଇରେ ହେବାର ଅଛି ଆଉ ସେଇ ଝିଅର ବିବାହ ପାଇଁ ତାଙ୍କୁ ଟଙ୍କା ଆବଶ୍ୟକ ଅଛି ।

ପଇସା ନ ଫେରେଇବେ ତୋ ଆମେ ଆଇନଗତ କାର୍ଯ୍ୟାନୁଷ୍ଠାନ କରିବୁ :- ଆଧାର ନମ୍ବର ଭୁଲ୍ ବଶତଃ ଲିଙ୍କ ହୋଇଥବାରୁ ଏହିପରି ପରିସ୍ଥିତି ଉପୁଜିଛି । ଆମେ ପୋଲିସ ସହିତ ମହିଳାଙ୍କ ଘରକୁ ଯାଇଥିଲେ, ମହିଳା ଜଣକ ଆମକୁ ୮୫ ହଜାର ଟଙ୍କା ଫେରାଇ ଦେଇଛନ୍ତି । ଆଉ ବାକି ଟଙ୍କା ଯଦି ନ ଫେରନ୍ତି ତେବେ ଆମେ ପୋଲିସର ସାହାଯ୍ୟ ନେବୁ ।