ବର୍ତ୍ତମାନ ମହେନ୍ଦ୍ର ସିଂହ ଧୋନୀ ସୁପ୍ରିମ କୋର୍ଟ ଯାଇ କହିଛନ୍ତି, “ବହୁତ ହୋଇଗଲା ମୋତେ ବର୍ତ୍ତମାନ ନ୍ୟାୟ ଦରକାର ।”

Spread the love

ଚେନ୍ନାଇ ସୁପର କିଙ୍ଗକୁ ଜିତାଇବା ପାଇଁ ଧୋନୀ ନିଜ ଶତଚେଷ୍ଠା କରିଥାନ୍ତି, କିନ୍ତୁ ବର୍ତ୍ତମାନ ସେ ସୁପ୍ରିମ କୋର୍ଟ ଯାଇଛନ୍ତି ।

ଭାରତୀୟ କ୍ରିକେଟ ଟିମ୍ ର ପୂର୍ବତନ ଅଧିକନାୟକ ଆଇପିଏଲ୍ ରେ ନିଜର ଯାଦୁ ଦେଖେଇ ଚାଲିଛନ୍ତି । ଆଇପିଏଲରେ ଧୋନୀ ଚେନ୍ନାଇ ସୁପର କିଙ୍ଗ୍ ର ଅଧିନାଯକ ଅଛନ୍ତି । ଚେନ୍ନାଇ ସୁପର କିଙ୍ଗ୍ କୁ ଜିତେଇବା ପାଇଁ ଧୋନୀ ନିଜ ଶତ ଚେଷ୍ଠା କରିଥାନ୍ତି, କିନ୍ତୁ ବର୍ତ୍ତମାନ ଧୋନୀ ସୁପ୍ରିମ କୋର୍ଟ ଯାଇ ପହଞ୍ଚିଛନ୍ତି । ସର୍ବଦା ଶାନ୍ତ ରହୁଥିବା ଧୋନୀ, ବୁଧବାର ଦିନ କୋର୍ଟ ଚାଲି ଯାଇଥିଲେ ଯାହା ଫଳରେ ସମସ୍ତଙ୍କ ନଜର ଧୋନୀଙ୍କ ଉପରେ ପଡିଥିଲା । ଯେ କୌଣସି ପରିସ୍ଥିତିକୁ ଧୋନୀ ନିଜେ ହିଁ ସମାଧାନ କରି ନିଅନ୍ତି ଓ କାନୁନ୍ ର ସାହାରା ଖୁବ କମ ନିଅନ୍ତି କିନ୍ତୁ ଏହିଥର ଧୋନୀଙ୍କୁ କୋର୍ଟର ସାହାଯ୍ୟ ନେବା ପାଇଁ ପଡିଛି । ଜାଣନ୍ତୁ ଆଜିର ଏହି ଲେଖାରେ ଖାସ କଣ ରହିଛି ଆପଣଙ୍କ ପାଇଁ ।

ଭାରତୀୟ ଦଳର ପୂର୍ବତନ ଅଧିନାୟକଙ୍କ ଭଲ ଗୁଣ ଏହା ଯେ, ସେ କେବେ ମଧ୍ୟ ଅନ୍ୟାୟର ରାସ୍ତାରେ ଚାଳନ୍ତି ନାହିଁ, ସବୁ କ୍ଷେତ୍ରରେ ନିର୍ଭୟରେ ଠିଆ ହୋଇଥାନ୍ତି । କହିବାକୁ ଚାହୁଞ୍ଚୁ; ଧୋନୀ ଆମ୍ରାପାଳି ଗ୍ରୁପ ବିରୁଦ୍ଧରେ କୋର୍ଟକୁ ଯାଇଛନ୍ତି । ଧୋନୀ କମ୍ପାନୀକୁ ୪୦ କୋଟି ବକୟା ମାଗିଥିଲେ । ସୁପ୍ରିମ କୋର୍ଟରେ ନ୍ୟାୟର ଗୁହାରି ପାଇଁ ଧୋନୀ କହିଛନ୍ତି, ଆମ୍ରାପାଳି ଗ୍ରୁପ ମୋତେ କ୍ଷତିରେ ପକାଇଛି କାରଣ ବର୍ତ୍ତମାନ କମ୍ପାନୀର ଅବସ୍ଥା ଦୁର୍ବଳ ହୋଇପଡିଛି ।

ମହେନ୍ଦ୍ର ସିଂହ ଧୋନୀ ମାଗିଛନ୍ତି ୪୦ କୋଟି :

ସୁପ୍ରିମ କୋର୍ଟ ଯାଇ ଧୋନୀ କହିଛନ୍ତି, ଆମ୍ରାପାଳି ଗ୍ରୁପ ଠାରୁ ବ୍ରୋଡିଙ୍ଗ୍ ଓ ମାର୍କେଟିଙ୍ଗ୍ ପାଇଁ ୪୦କୋଟି ଟଙ୍କା ବକୟା ଅଛି । ଏହି ପ୍ରରିପେକ୍ଷୀରେ ଧୋନୀ ସୁପ୍ରିମ କୋର୍ଟର ହସ୍ତକ୍ଷେପ ଲୋଡିଛନ୍ତି; ଯାହାଫଳରେ ସେ ନ୍ୟାୟ ପାଇପାରିବେ । କହିବାକୁ ଚାହୁଞ୍ଚୁ; ଧୋନୀ ୨୦୦୯ରେ ଆମ୍ରାପାଳି ଗ୍ରୁପ ସହ ଜଡିତ ହୋଇ କମ୍ପାନୀର ବ୍ରାଣ୍ଡ ଆମ୍ବାସଡର ଥିଲେ କିନ୍ତୁ ୨୦୧୬ରେ କମ୍ପାନୀ ଠକେଇ ମାମଲାରେ ଜଡିତ ହେବା ପରେ ଧୋନୀ କମ୍ପାନୀ ଠାରୁ ଅଲଗା ହେବା ପାଇଁ ଚାହିଞ୍ଚନ୍ତି । କମ୍ପାନୀ ଧୋନୀଙ୍କୁ ବ୍ରାଣ୍ଡ ଆମ୍ବାସଡର ଓ ମାର୍କେଟିଙ୍ଗର ବକୟା ଅର୍ଥ ପଇଠ କରି ନାହିଁ ।

ଆମ୍ରାପାଳି ଗ୍ରୁପର ଅବସ୍ଥା ଶୋଚୋନୀୟ ହୋଇଛି :

ନିଜ ଗ୍ରାହକମାନଙ୍କ ସହ ଠକେଇ ଅଭିଯୋଗରେ ଜଡିତ ଥିବା କମ୍ପାନୀର ଅବସ୍ଥା ଶୋଚୋନୀୟ ହୋଇପଡିଛି । ଏହି ପ୍ରରିପେକ୍ଷୀରେ ଯେତେବେଳେ ଧୋନୀ କୋର୍ଟ ଯାଇଛନ୍ତି; ସେହି ସମୟରେ କମ୍ପାନୀର ଅବସ୍ଥା ଆହୁରି ଶୋଚୋନୀୟ ହୋଇ ପଡିବ । ଆଜିକାଲି କମ୍ପାନୀ ଖୁବ୍ ଦୟନୀୟ ଅବସ୍ଥା ଦେଇ ଗତି କରୁଛି, ଠିକ ଏହି ସମୟରେ କମ୍ପାନୀ ଧୋନୀଙ୍କୁ ୪୦ କୋଟି ଦେଲେ କମ୍ପାନୀର ଅବସ୍ଥା ଅତି ଶୋଚୋନୀୟ ହୋଇପଡିବ ।

ଆମ୍ରାପାଳି ଗ୍ରୁପ ଉପରେ କୋର୍ଟର ଦୁଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାରେ ଲାଗିଛି :

ଆମ୍ରାପାଳି ଗ୍ରୁପ ଉପରେ ଠକେଇର ଆରୋପ ଲାଗିବା ପରେ କୋର୍ଟ ଦୁଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାରେ ଲାଗିଛି । କହିବାକୁ ଚାହୁଞ୍ଚୁ, କୋର୍ଟ ୨୮ ଫେବ୍ରୁଆରି ଦିନ କମ୍ପାନୀର ସିଏମଡି ଅନିଲ ଶର୍ମା ଓ ଦୁଇଜଣ ନିର୍ଦ୍ଦେଶକ ଶିବ ପ୍ରିୟ ଏବଂ ଅଜୟ କୁମାରଙ୍କୁ ପୁଲିସ ହାଜତକୁ ପଠାଇ ଦେଇଥିଲେ । ବର୍ତ୍ତମାନ ଦେଖିବାକୁ ବାକି ରହିଲା ଧୋନୀଙ୍କ ମାମଲାରେ କୋର୍ଟ କଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି ?