ମହାଶିବରାତ୍ର ୨୦୧୯ : ଶିବଙ୍କ ପୂଜାର୍ଚନା ସମୟରେ ଏହି ୫ଟି ଜିନିଷ ବ୍ୟବହାର କରନ୍ତୁ ନାହିଁ ……

Spread the love

ଏହି ଚତୁର୍ଦଶୀକୁ ଶିବପୁରାଣରେ ମହା ଶିବରାତ୍ରି ବୋଲି କୁହାଯାଇଛି । ଆସନ୍ତା କଲି ଅର୍ଥାତ ଇଂରାଜୀ ତାରିଖ ୪ ମାର୍ଚ୍ଚରେ ମହାଶିବରାତ୍ରି । ଫାଲଗୁନ ମାସ କୃଷ୍ଣ ପକ୍ଷ ଚତୁର୍ଦଶୀ ଦିନ ଭଗବାନ ଶିବଙ୍କ ବିବାହର ଚତୁର୍ଦଶୀ ବୋଲି ମାନ୍ୟତା ରହିଛି । ଫାଲଗୁନ ମାସର ଏହି ଶିବରାତ୍ରି ଶବ୍ଦ ପୂର୍ବରୁ “ମହା” ଶବ୍ଦ ଲାଗିବାର ଗୋଟିଏ ବଡ଼ କାରଣ ରହିଛି । ଶିବରାତ୍ରି ପ୍ରତିମାସରେ ହୋଇଥାଏ । କିନ୍ତୁ ଫାଲଗୁନ ମାସର ଶିବରାତ୍ରି ବର୍ଷର କେବଳ ଗୋଟିଏ ଦିନରେ ହିଁ ଆସିଥାଏ । ମହାଶିବରାତ୍ରିକୁ ଶିବ ଏବଂ ଶକ୍ତିର ମିଳନର ରାତ୍ରି କୁହାଯାଏ । ତେଣୁ ଏହି ଦିନର ଅଧିକ ମହତ୍ତ୍ୱ ରହିଛି ।

୪ ମାର୍ଚ୍ଚକୁ ଅନେକ ଦୁର୍ଲଭ ସଂଯୋଗ ହେବାକୁ ଯାଉଛି,ଯେଉଁଥି କାରଣରୁ ଏହି ଦିନଟି ମହତ୍ଵ ଆହୁରି ଅଧିକ ବଢି ଯାଇଛି । ଏହି ବର୍ଷ ମହାଶିବରାତ୍ରି ପର୍ବ ସୋମବାର ଦିନ ପଡୁଅଛି ଏବଂ ସଂଯୋଗ ମଧ୍ୟ ବହୁତ ଭଲ ବୋଲି ଜ୍ୟୋତିଷ ଶାସ୍ତ୍ରବିତ ମତ ଦେଇଛନ୍ତି ।

ମାନ୍ୟତା ରହିଛି ଯେ, ଭଗବାନ ଶିବ ଯେତେ ଶୀଘ୍ର ପ୍ରସନ୍ନ ହୁଅନ୍ତି ତାଠାରୁ ଶୀଘ୍ରରେ କ୍ରୋଧ ମଧ୍ୟ ହୁଅନ୍ତି । ଭଗବାନ ଶିବଙ୍କ ପୂଜାର୍ଚ୍ଚନାରେ ସମର୍ପିତ ପୂଜା ସାମଗ୍ରୀ ଅନ୍ୟ ଦେବତାଙ୍କୁ ଅର୍ପିତ ହୁଏ ନାହିଁ । ଭଗବାନ ଶିବାଙ୍କୁ ବେଲପତ୍ର, ଦୁଧୁରା ଫୁଲ ଅତ୍ୟନ୍ତ ପ୍ରିୟ ଅଟେ । ଶିବଙ୍କ ପୂଜାର୍ଚ୍ଚନା ସମୟରେ ତାଙ୍କ ପ୍ରିୟ ପଦାର୍ଥମାନ ସମର୍ପିତ କରିବା ଅତ୍ୟନ୍ତ ଜରୁରୀ ଅଟେ । ତେଣୁ ଆଜି ଆମେ ଆପଣମାନଙ୍କୁ ସେହି ସାମଗ୍ରୀ ବିଷୟରେ କହିବୁ, ଯେଉଁଗୁଡିକ ମହାଦେବଙ୍କ ପୋଇଜ କାର୍ଯ୍ୟରେ ବ୍ୟବହାର କରିବା ଅନୁଚିତ ।

ହଳଦୀ

ମହାଦେବଙ୍କ ପୂଜାରେ ହଳଦୀର ବ୍ୟବହାର କରିବା ବର୍ଜନୀୟ ଅଟେ । ହଳଦୀ ଶିବଙ୍କର ଅନ୍ୟ ରୂପ ଭାବରେ ମାନ୍ୟତା ଲାଭ କରିଥିବା କାରଣରୁ ଏହାର ପ୍ରୟୋଗ ପୂଜାରେ କରାଯାଏ ନାହିଁ । ତେଣୁ ଭଗବାନ ଶିବଙ୍କ ପୂଜା ହଳଦୀର ବ୍ୟବହାର କରନ୍ତୁ ନହିଁ ।

ତୁଳସୀ

ପୁରଣଶାସ୍ତ୍ର ଅନୁସାରେ ଭଗବାନ ଶିବ ଦାନବ ରାକ୍ଷସ ଜଳନ୍ଧରର ବୋଧ କରିଥିଲେ । ପତି ଜଳନ୍ଧରର ମୃତ୍ୟୁ ପରେ ପତ୍ନୀ ବୃନ୍ଦା ନିରାଶ ହୋଇ ତୁଳସୀରେ ପରିବର୍ତ୍ତନ ହୋଇଥିଲେ । ବୃନ୍ଦା ଭଗବାନ ଶିବଙ୍କୁ ନିଜର ଦୈବ୍ୟଶକ୍ତି ପ୍ରାପ୍ତ ପତ୍ରରୁ ମହାଦେବ ଶିବଙ୍କୁ ବଞ୍ଚିତ କରିଦେଇଥିଲେ । ଏହି କାରଣ ପାଇଁ ଶିବଙ୍କ ପୂଜାରେ ତୁଳସୀ ପତ୍ର ବ୍ୟବହାର ହୁଏ ନାହିଁ ।

ସିନ୍ଦୁର

ସିନ୍ଦୁର ସୌଭାଗ୍ୟର ପ୍ରତୀକ ଅଟେ । ନିଜର ଅର୍ଥାତ ପରିବାରର ସୌଭାଗ୍ୟ ବୃଦ୍ଧି ନିମନ୍ତେ ମହିଳାମାନେ ସିନ୍ଦୁର ବ୍ୟବହାର କରନ୍ତି । ଏହାର ବିପରୀତ ଅର୍ଥରେ କହିବାକୁ ଗଲେ ଭଗବାନ ଶିବ ବିଧ୍ଵସକ ଏବଂ ବିନାଶକର୍ତ୍ତା କୁହାଯାଏ । ତେଣୁ ଶିବଙ୍କ ପୂଜାରେ ସିନ୍ଦୁରର ବ୍ୟବହାର କରାଯାଏ ନାହିଁ ।

ନଡିଆ ପାଣି

ଶିବଙ୍କୁ ନଡ଼ିଆ ପାଣି ମଧ୍ୟ ଛାଡ଼ିବା ବର୍ଜନୀୟ ଅଟେ । ଅନ୍ୟ ଦେବଦେବୀଙ୍କ ପୂଜା ଅର୍ଚନାରେ ଯେଉଁ ସବୁ ସାମଗ୍ରୀ ଆମ୍ଭେମାନେ ଅର୍ପଣ କରୁଛୁ, ପ୍ରତିବଦଳରେ ଆମ୍ଭେମାନେ ପ୍ରସାଦ ମଧ୍ୟ ଗ୍ରହଣ କରିଛୁ । ପରନ୍ତୁ ଶିବଙ୍କ ପୂଜାରେ ନଡ଼ିଆ ପାଣି ଚଢାଇବା ଉଚିତ ନୁହେଁ ।

ଶଙ୍ଖ

ଶଙ୍ଖର ପ୍ରୟୋଗ ଭଗବାନ ଶିବଙ୍କ ପୂଜାରେ ବର୍ଜିତ ଅଟେ । ପୌରାଣିକ କଥା ଶାସ୍ତ୍ରାନୁସାରେ, ଶିବଙ୍କ ଦ୍ୱାରା ଶଙ୍ଖାସୁର ନାମକ ରକ୍ଷାସର ବୋଧ ହୋଇଥିଲା । ତେଣୁ ଭଗବାନ ଶିବଙ୍କ ପୂଜାରେ ଶଙ୍ଖର ବ୍ୟବହାର ହୁଏ ନାହିଁ ।