ମହାଶିଵ ରାତ୍ରିରେ ଭୋଲେନାଥଙ୍କୁ ଏହି ମନ୍ତ୍ରରେ ପ୍ରସନ୍ନ କରନ୍ତୁ ଏବଂ ଘରେ ଏମିତି କରନ୍ତୁ ପୂଜା ଅର୍ଚ୍ଚନା

Spread the love

ଭଗବାନ ଶିବଶଙ୍କରକୁ ଦେବଙ୍କର ଦେବ ମହାଦେବ କୁହାଯାଇଥାଏ । ମାନ୍ୟତା ରହିଛି ଯେ, ଭଗବାନ ଶିବଙ୍କୁ ସ୍ଵଛ ଓ ନିର୍ମଳ ହୃଦୟରେ ଯେଉଁମାନେ ପୂଜା କରନ୍ତି, ତାର ସମସ୍ତ ମନୋସ୍କାମନା ପୂରଣ ହୋଇଥାଏ । ଶିବଭକ୍ତଙ୍କ ପାଇଁ ମହାଶିବରାତ୍ରି କୌଣସି ମହାପର୍ବ ଠାରୁ କମ୍ ହୋଇନଥାଏ । ସକାଳରୁ ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ମନ୍ଦିରରେ ଭକ୍ତଙ୍କର ଭିଡ଼ ଲାଗି ରହିଥାଏ । ଭକ୍ତମାନେ ଏହି ଦିନ ଭଗବାନ ଶିବଙ୍କୁ ଫଳ, ମୂଳ, କ୍ଷୀର ଆଉ ଜଳ ଚଢେଇଥାନ୍ତି । କିଛି ଲୋକ ଏହି ସ୍ୱତନ୍ତ୍ର ପର୍ବରେ ରୁଦ୍ରାଭିଷେକର ମଧ୍ୟ ଆୟୋଜନ କରିଥାନ୍ତି । କାହିଁକି ନା ଏହା ମାନ୍ୟତା ରହିଛି ଯେ, ଏହି ଦିନ କରାଯାଇ ଥିବା ରୁଦ୍ରଭିଷେକ ବହୁତ ଫଳ ଦାୟକ ହୋଇଥାଏ । କହିବାକୁ ଗଲେ ଶିବରାତ୍ରି (ଚତୁର୍ଦ୍ଦଶୀ) ପ୍ରତି ମାସ ଆସିଥାଏ, କିନ୍ତୁ ଫାଲ୍ଗୁନ ମାସରେ ଆସୁଥିବା ମହାଶିବରାତ୍ରି କିଛି ଅଧିକ ବିଶେଷତ୍ୱ ରହିଛି ।

ଏମିତି ପୂଜା କରନ୍ତୁ :-

ବାବା ଭୋଳାନାଥଙ୍କର ଉପାସନା ପାଇଁ ପୂଜା ଆରମ୍ଭ କରିବା ପୂର୍ବରୁ ତମ୍ବା ପାତ୍ର, ତମ୍ବା ଢାଳ, କ୍ଷୀର, ଅର୍ପିତ କରିବାକୁ ଥିବା ବସ୍ତ୍ର, ଚାଉଳ, ଅଷ୍ଟଗନ୍ଧ, ଦୀପକ, ତେଲ, ଧୂପକାଠି, ଚନ୍ଦନ, ଦୁଧୁର, ବେଲପତ୍ର, ଫଳ, ମିଠା, ନଡ଼ିଆ ଏଗୁଡିକ ପୂଜା ହେଉଥିବା ସ୍ଥାନରେ ରଖନ୍ତୁ ଏବଂ ପଞ୍ଚାମୃତ ମଧ୍ୟ ନିଅନ୍ତୁ । ପୂଜ ଆରମ୍ଭ କରିବା ପୂର୍ବରୁ ଉପାସକଙ୍କ ସଂକଳ୍ପ ନେବାର ବିଧୀ ଅଛି । ଏଥିପାଇଁ ହାତରେ ଜଳ, ଫୁଲ ଆଉ ଚାଉଳ ନେଇ ଦେବତାଙ୍କୁ ଆହ୍ୱାନ କରୁଥିବା ବେଳେ ନିଜର ନାମ ଓ ମନସ୍କାମନା ସହିତ ସଂକଳ୍ପ ନିଅନ୍ତୁ । ହାତରେ ନେଇଥିବା ଜଳକୁ ପୃଥିବୀ ଉପରେ ଛାଡି ଦିଅନ୍ତୁ । ସଂକଳ୍ପ ନେବା ପରେ

“ଓଁ ସାମ୍ବ ଶିବାୟ ନମଃ” ଆହ୍ୱାନୟାମି ସ୍ଥାପୟାମିଃ, କହି ମୂର୍ତ୍ତି ଉପରେ ଚାଉଳ ଅର୍ପିତ କରି ଦିଅନ୍ତୁ । ଏହି ଆହ୍ୱାନ ଦ୍ୱାରା ଭଗବାନଙ୍କୁ ନିଜ ଘରକୁ ଆମନ୍ତ୍ରିତ କରୁଛନ୍ତି ।

“ଓଁ ସାମ୍ବ ଶିବାୟ ନମଃ ଆସନାର୍ଥେ ପୁଷ୍ପାଣୀ ସମର୍ପୟାମି” ମନ୍ତ୍ରର ଜପ କରୁଥିବା ବେଳେ ଭଗବାନଙ୍କୁ ଆସନ ଦିଅନ୍ତୁ । ଏହାର ତାତ୍ପର୍ଯ୍ୟ ଏହା କି ଆପଣ ଭଗବାନ ଙ୍କୁ ଘର କୁ ଆମନ୍ତ୍ରଣ ପରେ ବିରାଜମାନ ପାଇଁ ଆସନ ଦେଲେ । ଏହା ପରେ ଭଗବାନ ଶିବଙ୍କର ପାଦ ଧୁଅନ୍ତୁ, ଏହା ପରେ ପଞ୍ଚାମୃତରେ ସ୍ନାନ କରି ସାରିବା ପରେ ଶୁଦ୍ଧ ଜଳରେ ସ୍ନାନ କରାନ୍ତୁ । ଏବେ ବସ୍ତ୍ର ଅର୍ପିତ କରି ଚନ୍ଦନ, ଅଷ୍ଟଗନ୍ଧ, ଆଦି ସୁଗନ୍ଧିତ ଦ୍ରବ୍ୟ ଲଗାନ୍ତୁ । ଏହା ପରେ “ଓଁ ସାମ୍ବ ଶିବାୟ ନମଃ ବେଲପତ୍ର ସମର୍ପୟାମି”ର ଉଚ୍ଚାରଣ କରୁଥିବା ବେଳେ ଭୋଳାନାଥଙ୍କର 11 ବା 21 ବେଲପତ୍ର ଅର୍ପିତ କରି ଧୂପ ଆଉ ଦୀପ ଦେଇ ଆରତୀ କରନ୍ତୁ ।

ଏହି ମନ୍ତ୍ର ଜପ କରନ୍ତୁ:-

ଭଗବାନ ଶିବ ଶଙ୍କରଙ୍କୁ ଶାନ୍ତ କରାଇବା ସହଜ ହୋଇଥାଏ । ଭଗବାନ ଭୋଳାନାଥ ନିଜର ଭକ୍ତଙ୍କ ଉପରେ କେବେ ମଧ୍ୟ କ୍ରୋଧ ହୋଇ ନ ଥାନ୍ତି । ଏଥିପାଇଁ ଆପଣଙ୍କ ଦ୍ୱାରା ଯଦି କିଛି ଭୁଲ ହୋଇଯାଇଛି ଏବଂ ଆପଣ ଭଗବାନଙ୍କୁ କ୍ଷମା ମାଗି ଭୁଲର ପଶ୍-ଚ୍ୟାତାପ କରିବାକୁ ଚାହାନ୍ତି, ତେବେ ଏହି ମନ୍ତ୍ରର ଜପ କରନ୍ତୁ । ଓମ୍ ନମଃ ଶିବାୟ , ଓମ୍ ସଧ୍ୱଜାତାୟ ନମଃ, ଓମ୍ ଈଶନାୟ ନମଃ, ଓମ୍ ତତ୍ପୁରୁଷାୟ ନମଃ,  ଭଗବାନଙ୍କୁ ଅର୍ଘ୍ୟ ଦେବା ସମୟରେ “ଗୌରୀବଲ୍ଲଭ ଦିବେଶ, ସରପାୟ ଶଶୀଶେଖର, ବର୍ଷପାପବିଶୁଦ୍ଧୟର୍ଥମଧରାୟ ମେ ଗୃହ୍ୟତାମ ତତଃ” ମନ୍ତ୍ରର ଜପ କରନ୍ତୁ ।

ପୂଜାରେ ଏହି ବସ୍ତୁସବୁ ନିଶ୍ଚିତ ସାମିଲ କରନ୍ତୁ:-

– ଶିବ ଲିଙ୍ଗରେ ପାଣି , କ୍ଷୀର ଆଉ ମହୁ ସହିତ ଅଭିଷେକ

– ଚନ୍ଦନ ଦ୍ୱାରା ଭଗବାନଙ୍କର ଶୃଙ୍ଗାର,

– ବେଲପତ୍ର ଭଗବାନ ଙ୍କର ପ୍ରିୟ ଅଟେ, ଯାହାକି ଆତ୍ମା ଶୁଦ୍ଧିର ପ୍ରତିନିଧିତ୍ୱ କରି ଥାଏ ।

– ଭାଙ୍ଗ ଆଉ ଦୁଧୁରା ଭଗବାନଙ୍କର ଅତିପ୍ରିୟ ଅଟେ । ଏଥିପାଇଁ ଶିବରାତ୍ରି ଦିନ ଏହାକୁ ଅର୍ପିତ କରିବା ଆବଶ୍ୟକ ଅଟେ ।

– ଦୀପ ଆଉ ଧୂପ ଦ୍ୱାରା ଭଗବାନ ଭୋଳାନାଥଙ୍କର ଆରତୀ କରନ୍ତୁ ।