୧୦୦ ବର୍ଷ ପରେ ଧନତେରସ୍ ରେ ହେବାକୁ ଯାଉଛି ଏମିତି ମହା ସଂଯୋଗ, ଜାଣାନ୍ତୁ କେଉଁ ମୁହୂର୍ତ୍ତରେ କିଣାକିଣି କରିବେ !

Spread the love

କାର୍ତ୍ତିକ ମାସରେ ଅନେକ ଗୁଡିଏ ପର୍ବ ଆସିଥାଏ ଏବଂ ଏହି ପର୍ବମାନଙ୍କ ମଧ୍ୟରୁ ଧନତେରସ୍ ଗୋଟିଏ ପର୍ବ ହୋଇଥାଏ । ଧନତେରସ୍ ପର୍ବଟି ଦୀପାବଳି ର ଦୁଇଦିନ ପୂର୍ବରୁ ଆସିଥାଏ ଏବଂ ଏହି ଦିନ ମହାଲକ୍ଷ୍ମୀ ଓ କୁବେର ଭଗବାନଙ୍କ ପୂଜା କରାଯାଏ । ଏମିତି ମାନ୍ୟତା ରହିଛି ଯେ ଧନତେରସ୍ ଦିନ ଲକ୍ଷ୍ମୀ ଓ କୁବେରଙ୍କ ପୂଜାର୍ଚ୍ଚନା କଲେ ଜୀବନରେ କେବେ ମଧ୍ୟ ଧନର ଅଭାବ ହେବ ନାହିଁ । ଧନତେରସ୍ ଦିନ ପୂଜା କରିବା ବ୍ୟତୀତ ସୁନା, ରୂପା ଓ ବାସନ ମଧ୍ୟ କିଣିବା ଶୁଭ ହୋଇଥାଏ ।

କାହିଁକି ଧନତେରସ୍ ପର୍ବଟି ପାଳନ କରାଯାଏ

କାର୍ତ୍ତିକ କୃଷ୍ଣପକ୍ଷ ତ୍ରୟୋଦଶୀ ଦିନ ଧନତେସ୍ ପାଳନ କରାଯାଏ । ଏମିତି ମାନ୍ୟତା ରହିଛି ଯେ ଏହି ଦିନ ସମୁଦ୍ର ମନ୍ଥନ ସମୟରେ ଧନନ୍ତରୀ ଦେବୀ ଅମୃତ କଳସ ନେଇ ପ୍ରକଟ ହୋଇଥିଲେ । ଯାହା ପର ଠାରୁ ଏହି ଦିନକୁ ଧନତେରସ୍ ରୂପେ ପାଳନ କରାଯାଏ । ଅନ୍ୟ ପକ୍ଷରେ ଧନନ୍ତରୀ ପ୍ରକଟ ହେବାର ଠିକ୍ ଦୁଇଦିନ ପରେ ହିଁ ମାତା ଲକ୍ଷ୍ମୀ ପ୍ରକଟ ହୋଇଥିଲେ ଏବଂ ସେଥିପାଇଁ ଧନତେରସ୍ ର ଠିକ୍ ଦୁଇଦିନ ପରେ ଦୀପାବଳି ପର୍ବ ପାଳନ କରାଯାଏ ।

୨୦୧୯ ମସିହାରେ କେବେ ଧନତେରସ୍ ପାଳନ କରାଯିବ

ଏହି ବର୍ଷ ଧନତେରସ୍ ପର୍ବଟି ଅକ୍ଟୋବର ୨୫ ତାରିଖରେ ଆସୁଅଛି । ଧନତେରସ୍ ଦିନ ସନ୍ଧ୍ୟା ସମୟରେ ନୂତନ ବସ୍ତୁ କିଣାଯାଏ ଏବଂ ଶୁଭ ମୁହୂର୍ତ୍ତ ସମୟରେ ପୂଜା କରାଯାଏ । ଏହି ବର୍ଷ ଧନତେରସ୍ ପୂଜାର ଶୁଭ ମୁହୂର୍ତ୍ତ ସନ୍ଧ୍ୟା ୭.୦୮ ମିନିଟ ରୁ ନେଇ ରାତ୍ର ୮.୧୪ ମିନିଟ ପର୍ଯ୍ୟନ୍ତ ରହିଛି । ତେଣୁ ଆପଣ ଏହି ସମୟ ମଧ୍ୟରେ ପୂଜା କରନ୍ତୁ ଏବଂ ନୂତନ ବସ୍ତୁ କିଣନ୍ତୁ ।

୧୦୦ ବର୍ଷ ପରେ ଏମିତି ମହାସଂଯୋଗ ହେବାକୁ ଯାଉଛି

ଏହି ବର୍ଷ ଧନତେରସ୍ ଦିନ ଶୁକ୍ର ପ୍ରଦୋଷ ମଧ୍ୟ ଆସୁଅଛି । ଯେଉଁଥିପାଇଁ ଧନତେରସ ଦିନ ଶୁକ୍ର ପ୍ରଦୋଷ ଓ ଧନ ତ୍ରୟୋଦଶୀର ମହାସଂଯୋଗ ହେବାକୁ ଯାଉଛି । ଏମିତି ମହାସଂଯୋଗ ୧୦୦ ବର୍ଷ ପରେ ହେବାକୁ ଯାଉଛି । ତେଣୁ ଏଥର ଧନତେରସ୍ ଉତ୍ସବ ବହୁତ ବିଶେଷ ହେବାକୁ ଯାଉଛି ।

ଏଭଳି ଭାବରେ ପୂଜା କରନ୍ତୁ

ଧନତେରସ୍ ଦିନ ସନ୍ଧ୍ୟାରେ ଆପଣ ଭଗବାନ କୁବେର ଓ ମାତା ଲକ୍ଷ୍ମୀଙ୍କ ପୂଜା କରନ୍ତୁ । ପୂଜା କରିବା ସମୟରେ ଆପଣ ସର୍ବପ୍ରଥମେ ତାଙ୍କୁ ଫୁଲ ମାଳ ଅର୍ପଣ କରନ୍ତୁ । ମାଳ ଅର୍ପଣ କଲାପରେ ତାଙ୍କ ସମ୍ମୁଖରେ ଗୋଟିଏ ଦୀପ ଜାଳି ଦିଅନ୍ତୁ । ଏହାପରେ ଆପଣ ମାତା ଲକ୍ଷ୍ମୀ ଏବଂ ଭଗବାନ କୁବେରଙ୍କୁ କୌଣସି ମିଠା ଜିନିଷ ଭୋଗ ଲଗାନ୍ତୁ । ଯଦି ଆପଣ ଏହି ଦିନ ସୁନା କିମ୍ବା ରୂପା କିଣିଥାନ୍ତି ତେବେ ତାକୁ ଭଗବାନଙ୍କ ଚରଣରେ ରଖିଦିଅନ୍ତୁ । ଏବଂ ପରେ ଆପଣ ବିଧି ଅନୁସାରେ ଭଗବାନଙ୍କ ପୂଜା କରି ଶେଷରେ ଆରତୀ ଗାନ କରନ୍ତୁ । ଆରତୀ ଗାଇଲା ପରେ ଭୋଗ କରାଯାଇଥିବା ମିଠା ସମସ୍ତଙ୍କ ମଧ୍ୟରେ ବାଣ୍ଟି ଦିଅନ୍ତୁ । ଭୋଗ ବାଣ୍ଟିଲା ପରେ ଆପଣ ତେଲ ଦୀପକୁ ଘରର ମୂଖ୍ୟ ଦ୍ଵାର ନିକଟରେ ରଖି ଦିଅନ୍ତୁ ।

ଯମ ଦେବତାଙ୍କ ପୂଜା ମଧ୍ୟ କରାଯାଏ

ଧନତେରସ୍ ଦିନ ଯମ ଦେବତାଙ୍କ ପୂଜା ମଧ୍ୟ କରାଯାଏ । ଏହି ଦିନ ଜମି ଦେବତାଙ୍କ ପୂଜା କରିବା ଦ୍ୱାରା ଘରର ସଦସ୍ୟଙ୍କୁ ରୋଗ ହୋଇ ନଥାଏ ଏବଂ ସେମାନଙ୍କ ଆୟୁଷ ବୃଦ୍ଧି ହୋଇଥାଏ । ସେଥିପାଇଁ ଆପଣ ଧନତେରସ୍ ଦିନ ଯମ ଦେବତାଙ୍କ ପୂଜା ମଧ୍ୟ କରନ୍ତୁ ଏବଂ ତାଙ୍କର ପୂଜା କଲାପରେ ନିଜ ଘରର ମୁଖ୍ୟଦ୍ୱାରରେ ଗୋଟିଏ ଦୀପ ଜଳାନ୍ତୁ । ଏହି ଦୀପଟିକୁ ରଖିଲା ସମୟରେ ଆପଣ ଯମ ଦେବତାଙ୍କୁ ସୁଖୀ ଜୀବନର କାମନା କରନ୍ତୁ । ଘରର ମୁଖ୍ୟଦ୍ୱାର ବ୍ୟତୀତ ଆପଣ ଘରର ଝରକା ପାଖରେ ମଧ୍ୟ ତେଲ ଦୀପ ରଖିପାରିବେ ।

ବନ୍ଧୁଗଣ ଆଶା କରୁଛୁ ଆପଣମାନଙ୍କୁ ଆଜିର ଏହି ବିଷୟଟି ଆପଣଙ୍କୁ ପସନ୍ଦ ଆସିଥିବ । ତାହେଲେ ବିଷୟଟିକୁ ଲାଇକ, ସେୟାର ଏବଂ ଚାନାଲକୁ ଫୋଲୋ କରିବା ପାଇଁ ଭୁଲନ୍ତୁ ନାହି ।