ମହାପ୍ରଭୁଙ୍କୁ ଦର୍ଶନ କଲେ ସୋନୁ ନିଗମ

Spread the love

ପୁରୀ :‌ ହିନ୍ଦୀ ଚଳଚ୍ଚିତ୍ର ଜଗତର ପ୍ରଖ୍ୟାତ ବଲିଉଡ୍ କଣ୍ଠଶିଳ୍ପୀ ସୋନୁ ନିଗମ ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି । ଘଣ୍ଟାଏରୁ ଅଧିକ ସମୟ ସେ ଶ୍ରୀମନ୍ଦିରରେ ରହିଥିବା ବେଳେ ଜନସାଧାରଣଙ୍କ ଗହଣରେ ମଧ୍ୟ କିଛି ସମୟ ବିତାଇଥିଲେ । ପରେ ସେ ଶ୍ରୀମନ୍ଦିର ସମ୍ମୁଖ ଏକ ହୋଟେଲରେ ମହାପ୍ରସାଦ ସେବନ କରିଥିଲେ । ସୋମବାର ପୂର୍ବାହ୍ଣ ପ୍ରାୟ ସାଢ଼େ ୧୧ଟାରେ ସୋନୁ ନିଗମ ଶ୍ରୀମନ୍ଦିରରେ ମହାପ୍ରଭୁ ଶ୍ରୀଜଗନ୍ନାଥ, ମହାଲକ୍ଷ୍ମୀ ଓ ଅନ୍ୟ ଦେବାଦେବୀଙ୍କୁ ଦର୍ଶନ କରିବା ପରେ ମଧ୍ୟାହ୍ନ ପ୍ରାୟ ସାଢ଼େ ୧୨ଟାରେ ଶ୍ରୀମନ୍ଦିରରୁ ଫେରିଥିଲେ। ଏହି ଅବସରରେ ପ୍ରଶଂସକମାନେ ତାଙ୍କ ସହ ସେଲ୍ଫି ନେଉଥିବା ଦେଖିବାକୁ ମିଳିଥିଲା । ତେବେ ଏ ସଂପର୍କରେ ଶ୍ରୀମନ୍ଦିର ପ୍ରଶାସନ ପାଖରେ କୌଣସି ସୂଚନା ନଥିବା ଶ୍ରୀମନ୍ଦିର କାର୍ଯ୍ୟାଳୟ ସୂଚନା ଓ ଲୋକସଂପର୍କ ଅଧିକାରୀ ସୁଦୀପ ଚାଟାର୍ଜୀ କହିଛନ୍ତି। ସୂଚନାଯୋଗ୍ୟ, ବ୍ରହ୍ମପୁର ‌ଷ୍ଟେଜ୍ ସୋ’ ପରେ ସୋନୁ ନିଗମ ଫୁଡ୍‌ ପଏଜନିଂ କାରଣରୁ ଅସୁସ୍ଥ ହୋଇ ଡାକ୍ତରଖାନାରେ ଭର୍ତି ହୋଇଥିଲେ ।