ସୁକର୍ଣର ପବିତ୍ର ମନର ବଶୀଭୂତ ହୋଇ ‘ଦେବଙ୍କ ଦେବ ମହାଦେବ’ ସୁକର୍ଣର ମାମୁଁ ହୋଇ ତାଙ୍କ ଘରକୁ ଯାଇଥିଲେ ।

Spread the love

ସୁକର୍ଣର ପବିତ୍ର ମନର ବଶୀଭୂତ ହୋଇ ‘ଦେବଙ୍କ ଦେବ ମହାଦେବ’ ସୁକର୍ଣର ମାମୁଁ ହୋଇ ତାଙ୍କ ଘରକୁ ଯାଇଥିଲେ । ଆସନ୍ତୁ ଏହି ହୃଦୟସ୍ପର୍ଶୀ ସତ୍ୟ ଘଟଣା ବିଷୟରେ ଜାଣିବା ।

ଅନେକ ବର୍ଷ ତଳର କଥା । ଗୋଟିଏ ଗ୍ରାମରେ ଏକ ମହିଳା ଦେଢ଼ ବର୍ଷର ଛୁଆ ଓ ନିଜ ଭାଇ ସହିତ ରହୁଥିଲେ । ତାଙ୍କ ସ୍ୱାମୀଙ୍କ ଦେହାନ୍ତର ଅଳ୍ପ ଦିନ ହିଁ ହେଇଥିଲା । ସେହି ମହିଳା ଓ ତାଙ୍କ ଭାଇ ମିଶି କ୍ଷେତରେ କାମ କରି ନିଜ ଜୀବନ ପରିପୋଷଣ କରୁଥିଲେ । ମହିଳାଙ୍କ ପୁଅର ନାମ ଥିଲା ସୁକର୍ଣ, ସେ ତାଙ୍କ ମାମୁଁଙ୍କୁ ବହୁତ ଭଲ ପାଉଥିଲା । ଦୁଇ ମାମୁଁ ଓ ଭଣଜା ଖୁସି ହେଇ ଖୁବ୍ ଆନନ୍ଦରେ ଦିନ ଅତିବାହିତ କରୁଥିଲେ । ଗୋଟିଏ ଦିନ ମାମୁଁ କିଛି କାମ ଯୋଗୁଁ ସେ ବାହାର ଦେଶକୁ ଯିବାକୁ ପଡିଥିଲା ଓ ବହୁତ ସମୟ ବିତିଯିବା ସତ୍ତ୍ୱେ ସେ ଘରକୁ ଫେରି ନଥିଲେ । ସେ ବଞ୍ଚି କରି ଅଛନ୍ତି ନା ନାହିଁ ତାହା ମଧ୍ୟ କାହାକୁ ଜଣାନଥିଲା ।

ସେହି ମହିଳା ଓ ସୁକର୍ଣ ଶୋକରେ ବୁଡ଼ିଗଲେ । ସୁକର୍ଣ ପ୍ରତ୍ୟେକ ଦିନ ନିଜ ମାଙ୍କୁ ପଚାରୁଥିଲା କି, ମାମୁଁ କେବେ ଆସିବେ ଓ ତାଙ୍କ ମା’ ସବୁବେଳେ କହୁଥିଲେ କି ଶୀଘ୍ର ଆସିବେ ପୁଅ । ଯେତେବେଳେ ସୁକର୍ଣ କାନ୍ଦୁଥିଲା ତାଙ୍କ ମା’ ଏହା କହି ଚୁପ୍ ଲରାଉଥିଲେ କି, ତୁମ ମାମୁଁ ତ ପାଇଁ ବହୁତ ଖେଳନା ଆଣିବେ ଓ ମିଠା ଆଣିବେ । କିନ୍ତୁ ମାମୁଁ ଫେରୁନଥିଲେ, ନିଜ ସନ୍ତାନର ଦୁଃଖକୁ ଦେଖି ମା’ କହିଲେ ତୁ ଯାହା ଚାହୁଁଛୁ ମହାଦେବଙ୍କୁ ମାଗେ ନିଶ୍ଚୟ ପାଇବୁ । ସେହି ମୁହୂର୍ତ୍ତ ଠାରୁ ସୁକର୍ଣ ପ୍ରତ୍ୟେକ ଦିନ ଶିବଲିଙ୍ଗ ସହିତ କଥା ହେବାରେ ଲାଗିଲା । କିନ୍ତୁ ସବୁବେଳେ ନିଜ ମାମୁଁଙ୍କ କଥା ମନେ ପକାଇ ଦୁଃଖୀ ହେଉଥିଲା ।

ଦିନେ ସୁକର୍ଣର ମା’ ଙ୍କ ଦେହ ବହୁତ ଅସୁସ୍ଥ ହୋଇପଡିଲା, ଯାହା ଯୋଗୁଁ ସେ ଏତେ ଦୁର୍ବଳ ହୋଇଗଲେ କି ଭୋଜନ କରିବାପାଇଁ ମଧ୍ୟ ରାନ୍ଧି ପାରିଲେ ନାହିଁ । ତେଣୁ ଦୁହେଁ ଭୋକିଲାରେ ରହୁଥିଲେ । ସୁକର୍ଣ ବହୁତ ଛୋଟ ଥିଲା । କିନ୍ତୁ ସେ ଆଉ ସମ୍ଭାଳି ପାରିଲା ନାହିଁ । ସେ କିଛି ଖାଇବା ପାଇଁ ଖୋଜିବାରେ ବାହାରକୁ ଚାଲିଗଲା । ପ୍ରଚଣ୍ଡ ଖରାରେ ଖାଲି ପାଦରେ ଚାଲି ଝାଳରେ ଦେହ ଭିଜି ଯାଉଥିଲା । ଗୋଟିଏ ଜାଗାରେ ଏକ ଗଛ ଥିଲା ଯେଉଁଥିରେ କି ବହୁତ ଫଳ ଥିଲା ଓ ସେହି ଗଛ ତଳେ ଏକ ବିଶାଳ ଶିବଲିଙ୍ଗ ଥିଲା । ସୁକର୍ଣ ଗଛରୁ ଫଳ ତୋଳିବା ପାଇଁ ଅନେକ ଉପାୟ ଭାବିଲା । କିଛି ଉପାୟ ନ ଜାଣି ପାରିବାରୁ ସେହି ଛୋଟ ପିଲାଟି ଶିବ ଭଗବାନଙ୍କ ଲିଙ୍ଗ ଉପରେ ଚଢିଗଲା ଏବଂ ଫଳ ତୋଳିବାକୁ ଲାଗିବ, ସେତେବେଳେ ନିଜ ଦେହର ଝାଳ ଶିବଲିଙ୍ଗ ଉପରେ ପଡ଼ିଲା । ସୁକର୍ଣ ଶିବଲିଙ୍ଗ ଉପରେ ଚଢ଼ିବା ସତ୍ତ୍ୱେ ଫଳ ପର୍ଯ୍ୟନ୍ତ ନିଜ ହାତ ପାଇ ପାରୁନଥିଲା । ଠିକ୍ ସେହି ସମୟରେ ଗ୍ରାମର କେତେକ ଲୋକ ସେଠାକୁ ପହଞ୍ଚି ଗଲେ । ସୁକର୍ଣକୁ ବହୁତ ଗାଳି କରିଲେ ଓ ସେହି ଗ୍ରାମବାସୀ ମଧ୍ୟ ବହୁତ ଡ଼ରି କହିଲେ କି, ଏବେ ଆମ୍ଭମାନଙ୍କୁ ମହାଦେବଙ୍କ କ୍ରୋଧର ଭାଗିଦାରୀ ହେବାକୁ ପଡ଼ିବ ।

ଏହା ଶୁଣି ସୁକର୍ଣ ମଧ୍ୟ ବହୁତ ଡ଼ରିଗଲା ଓ କାନ୍ଦିବାକୁ ଲାଗିଲା । ସୁକର୍ଣ ଶିବଲିଙ୍ଗଙ୍କୁ କ୍ଷମା ମାଗିବାରେ ଲାଗିଲା । ଠିକ୍ ସେହି ସମୟରେ ଦେବଙ୍କ ଦେବ ମହାଦେବ ସ୍ୱୟଂ ପ୍ରକଟ ହେଲେ ଓ ସୁକର୍ଣକୁ କହିଲେ, କାନ୍ଦୁନା ସୁକର୍ଣ ତୁ କିଛି ପାପ କରି ନାହୁଁ । ମୁଁ କ୍ରୋଧିତ ହୋଇ ନାହିଁ ବରଂ ବହୁତ ପ୍ରସନ୍ନ ହେଲି । ତ ଶରୀରର ଝାଳ ବୁନ୍ଦରେ ହିଁ ମୋର ଅଭିଷେକ ହେଇଗଲା । ତର ମନ ଏତେ ପବିତ୍ର ଅଟେ ଯେ, ମୋତେ ତ ସାମ୍ନାରେ ପ୍ରକଟ ହେବାକୁ ପଡ଼ିଲା । ସୁକର୍ଣ ତତେ କଣ ଦରକାର କେଉଁ ବରଦାନ ଦରକାର ? ସୁକର୍ଣ କାନ୍ଦିକରି କହିଲା, ଆପଣ ମୋ ମାଙ୍କ ଦେହକୁ ଶୀଘ୍ର ଭଲ କରିଦିଅନ୍ତୁ । ମହାଦେବ ଆଶ୍ଚର୍ଯ୍ୟ ହୋଇଗଲେ ଓ କହିଲେ ସୁକର୍ଣ ଏହା ତ ବହୁତ ଛୋଟ ବିଷୟ ତତେ ଆଉ କିଛି ଆବଶ୍ୟକ ଥିଲେ ମାଗିପାରିବୁ । ତେବେ ସୁକର୍ଣ କହିଲା, “ମୋ ମାମୁଁ ଶୀଘ୍ର ଘରକୁ ଫେରି ଆସନ୍ତୁ ।” ମହାଦେବ ଅଳ୍ପ ହସି କହିଲେ, ତଥାସ୍ତୁ !

ପୁଅ, ତ ମାମୁଁ ଶୀଘ୍ର ଘରକୁ ଆସିବେ କହିଲେ ଓ ଗଛରେ ଥିବା ଫଳକୁ ତୋଳି ସୁକର୍ଣକୁ ଦେଲେ । କିଛି ସମୟ ସୁକର୍ଣ ସହିତ ସମୟ ବିତାଇଥିଲେ ଓ ଅନ୍ତରଧ୍ୟାନ ହେଇଗଲେ । ଯେତେବେଳେ ସୁକର୍ଣ ଫଳକୁ ନେଇ ଘରେ ପହଞ୍ଚିଲା, ସେତେବେଳେ ତାଙ୍କ ମାଙ୍କ ଦେହ ସମ୍ପୁର୍ଣ ରୂପେ ଠିକ୍ ହେଇଯାଇଥିଲା । ସୁକର୍ଣ ନିଜ ମାଙ୍କୁ ମହାଦେବଙ୍କ ସହ ମିଶିବାର ଘଟଣା ବିଷୟରେ କହିଲା ଓ ଏହା ମଧ୍ୟ କହିଲା କି ମାମୁଁ ଶୀଘ୍ର ଘରକୁ ଫେରିବେ । ମା’ ମନରେ ଭାବିଲେ, ପ୍ରଭୁ ଏ କେମିତି କଥା କହିଲେ ଯାହାକି ସମ୍ଭବ ନୁହେଁ । କେତେଦିନ ବିତିବା ପରେ ଦିନେ ଗୋଟିଏ ଶବ୍ଦ ଶୁଣିଲେ, “ସୁକର୍ଣ କେଉଁଠାରେ ଅଛୁ ମୋ ଭଣଜା” ସୁକର୍ଣର ମା’ ଦୌଡ଼ି ଘର ବାହାରକୁ ଆସିଲେ ଓ ନିଜ ଭାଇକୁ ସାମ୍ନାରେ ଦେଖି ଆଶ୍ଚର୍ଯ୍ୟ ହୋଇ ରହିଗଲେ । ସୁକର୍ଣ ଦୌଡ଼ି ନିଜ ମାମୁଁଙ୍କ ପାଖକୁ ଯାଇ ମିଶିଲା । ସୁକର୍ଣର ଏତେ ଖୁସି ଓ ହସ ମା’ କେବେ ମଧ୍ୟ ଦେଖିନଥିଲେ । ବହୁତ ସମୟ ପର୍ଯ୍ୟନ୍ତ ଏହି ଖୁସିରେ ସୁକର୍ଣର ମା’ ମଧ୍ୟ ସବୁକିଛି ଭୁଲି ଯାଇଥିଲେ । ସୁକର୍ଣ ଶୋଇବା ପରେ ମାମୁଁଙ୍କ ରୂପରେ ଆସିଥିବା ମହାଦେବଙ୍କ ମାଆଙ୍କ ଗୋଡ଼କୁ ଧରି ବହୁତ ଧନ୍ୟବାଦ ଜଣାଇଥିଲେ । ଯାହାଫଳରେ ସୁକର୍ଣ୍ଣର ମାଆଙ୍କୁ ପୂର୍ଣ୍ଣରୂପେ ବିଶ୍ୱାସ ହେଇଗଲା କି, ଯିଏ ଆସିଛନ୍ତି ସେ ମହାଦେବ ହିଁ ଅଟନ୍ତି କାରଣ ମୋ ଭାଇ ବହୁତ ଦିନ ଆଗରୁ ହିଁ ଦେହାନ୍ତ ହେଇଯାଇଛି । ଆପଣ ଧନ୍ୟ ଅଟ ପ୍ରଭୁ ଧନ୍ୟ ଅଟ ।

ମହାଦେବ କହିଲେ, ହଁ ମୁଁ ହିଁ ମହାଦେବ ଅଟେ, ଏହି ଛୋଟ ପିଲାର ପବିତ୍ର ମନର ବଶୀଭୂତ ହୋଇ ଏଠାକୁ ଚାଲିଆସିଲି । କିନ୍ତୁ ଏହି କଥା ତମେ କେବେବି ସୁକର୍ଣ କୁ କହିବ ନାହିଁ । ସୁକର୍ଣର ମାମୁଁ ରୂପେ ଆସିଥିବା ଶିବ ଭଗବାନଙ୍କୁ ଯିବାର ସମୟ ଆସିଗଲା । ସୁକର୍ଣ କହିଲା ମାମୁଁ ତମେ ପୁଣି କେବେ ଆସିବ ଶିବ ଭଗବାନ କହିଲେ ମୁଁ ଏଥର ଅସୁଥିବୀ ।

ମହାଦେବ ଓ ସୁକର୍ଣର ଏହି ସତ୍ୟ ଘଟଣା ପଢ଼ି ଯଦି ଆପଣଙ୍କୁ ଭଲ ଲାଗିଲା ଓ ଏଭଳି ପୌରଣିକ ଘଟଣାକୁ ଜାଣିବାକୁ ଚାହୁଁଥିଲେ କମେଣ୍ଟରେ “ଓଁ ନମଃ ଶିବାୟ” ଲେଖନ୍ତୁ ।