୨୦୧୯ IIFA ଉତ୍ସବରେ ମାଧୁରୀଙ୍କ ନାଚ ଦେଖି ଲୋକେ ଖୁସିରେ ପାଗଳ ହୋଇଗଲେ । ଲୋକେ ଠିଆହୋଇ ପ୍ରସଂଶିତ କଲେ ।

Spread the love

ବଲିଉଡର ସବୁଠାରୁ ପ୍ରସିଦ୍ଧ ପୁରୁସ୍କାର ବିତରଣ ଉତ୍ସବ IIFA award 2019ରେ ବଲିଉଡର ଅନେକ ପ୍ରସିଦ୍ଧ କଳାକାର ସମ୍ମିଳିତ ହୋଇଥିଲେ ।

ବଲିଉଡର ପ୍ରସିଦ୍ଧ ପୁରସ୍କାର ବିତରଣ ଶୋ’ରେ ବହୁତ ବିଖ୍ୟାତ କଳାକାରମାନେ ସମ୍ମିଳିତ ହୋଇଥିଲେ । ଯେଉଁଠାରେ କେତେକଙ୍କୁ ସମ୍ମାନ୍ନିତ କରାଗଲା । ଶୋ’ର ଉପସ୍ଥାପନ କରୁଥିଲେ ଆୟୁଷମାନ ଖୁରାନା ଓ ତାଙ୍କ ଭାଇ ଉପାରଶକ୍ତି ଖୁରାନା । କାର୍ଯ୍ୟକ୍ରମର ପ୍ରାରମ୍ଭରେ “ଗଲି ବୟ” ରଣବୀର ସିଂହ ଗଲି ବୟ ଚଳଚ୍ଚିତ୍ରର “ମେରୀ ଗଲି…” ଗୀତରେ ରେପର କଲେ ।

ସେଠାରେ ବଲିଉଡ ଅଭିନେତ୍ରୀ ମାଧୁରୀ ଦୀକ୍ଷିତ ନିଜର ଡାନ୍ସରେ ପରିବେଶକୁ ଆପଣେଇ ନେଇଥିଲେ । ମାଧୁରୀ କଥକ ଓ ବଲିଉଡ ମିଶ୍ରିତ ନାଚିଥିଲେ । ଯାହାକୁ ଦେଖି ଦର୍ଶକଙ୍କ ଗହଣରେ ବସିଥିବା ଅଭିନେତା ଓ ଅଭିନେତ୍ରୀ ମାନେ ଠିଆ ଉତ୍ସାହିତ କଲେ । ପରେ ନୃତ୍ୟଶିଳ୍ପୀ ସରୋଜ ଖାନଙ୍କୁ ମଞ୍ଚ ଉପରକୁ ନିମନ୍ତ୍ରଣ କରାଗଲା । ଯେଉଁଠି ସରୋଜ ଖାନ କହିଲେ- “ମାଧୁରୀ ଯୋଗୁଁ ମୁଁ ଓ ମୋ ପାଇଁ ମାଧୁରୀ” ।

IIFA ଉତ୍ସବ ପ୍ରତି ବର୍ଷ ବଲିଉଡ ସହ ଜଡିତ କଳାକାର ଓ ସମ୍ପର୍କିତ କ୍ଷେତ୍ରର ଲୋକମାନଙ୍କୁ ସମ୍ମାନିତ କରିବା ପାଇଁ ରଖା ଯାଇଥାଏ । ଏହି ସମ୍ମାନ ସମାରୋହ ଉତ୍ସବ ୨୦୦୦ ମସିହାରୁ ଆରମ୍ଭ ହୋଇଥିଲା । ଯାହା ଲଣ୍ଡନରେ ଆୟୋଜିତ ହୋଇଥିଲା । ଏହା ପ୍ରତ୍ୟେକ ବର୍ଷ ଭିନ୍ନ ଭିନ୍ନ ଦେଶରେ ଆୟୋଜିତ କରାଯାଉଛି ।

ଆପଣଙ୍କୁ ଜଣାଇ ଦେଉଛୁ ଯେ, ଏହି ବର୍ଷ ଏହି ଶୋ’ଟି ମୁମ୍ବାଇରେ ଆୟୋଜିତ କରାଯାଇଥିଲା । ଏହି ପୁରସ୍କାର ବିତରଣ ଶୋ’ରେ ରଣବୀର ସିଂହ, ସଲମାନ ଖାନ ଭଳି ଅନେକ ପ୍ରସିଦ୍ଧ କଳାକାର ଅନ୍ତର୍ଭୁକ୍ତ ଥିଲେ ।