ମାଧୁରୀ ଦୀକ୍ଷିତ ଏହି ସୁପରଷ୍ଟାରଙ୍କୁ ହୃଦୟ ଦେଇଥିଲେ ଏବଂ ବିବାହ କରିବାକୁ ଚାହୁଁଥିଲେ । ନାମ ଜାଣି ଆଶ୍ଚର୍ଯ୍ୟ ହୋଇଯିବେ ।

Spread the love

ଦୁନିଆରେ ସମସ୍ତ ମଣିଷର କିଛି ନା କିଛି ଅତୀତ ଥାଏ । ସାଧାରଣ ବ୍ୟକ୍ତି ହେଉ କିମ୍ବା ବିଖ୍ୟାତ ବ୍ୟକ୍ତି ସମସ୍ତଙ୍କର ଅତୀତ ଥାଏ । ଫିଲ୍ମ ଇଣ୍ଡଷ୍ଟ୍ରୀରେ କୌଣସି ତାରକା ସହ କୌଣସି ତାରକାଙ୍କ ନାମ ଜଡିତ ଥାଏ । ବଲିଉଡରେ ଏହିପରି ହେବା ଏକ ସାଧାରଣ କଥା ଅଟେ । ଆଜି କୌଣସି ତାରକାଙ୍କ ନାମ କାହା ସହ ଜଡିତ ଅଛି, ତ ଆସନ୍ତାକାଲି ଅନ୍ୟ କାହା ସହ ଜଡିତ ଥିବ, ବଲିଉଡ ଇଣ୍ଡଷ୍ଟ୍ରିର ଏହା ପିଲା ଖେଳ ଅଟେ । କିନ୍ତୁ ସହ-କଳାକାରଙ୍କ ସହ ଏମାନଙ୍କ ନାମ ଅଧିକ ଜଡିତ ଥାଏ । ଏକ ସମୟରେ ଅକ୍ଷୟ କୁମାର ଏବଂ ରବିନା ଟଣ୍ଡନଙ୍କ ନାମ ଅଧିକ ଚର୍ଚ୍ଚାରେ ଥିଲା । ଅକ୍ଷୟଙ୍କ ନାମ ଶିଳ୍ପା ସେଟ୍ଟୀଙ୍କ ସହ ମଧ୍ୟ ଜଡିତ ଥିଲା । ଏହିପରି ଗୋବିନ୍ଦାଙ୍କ ନାମ ରାଣୀ ମୁଖାର୍ଜୀଙ୍କ ସହ ଜଡିତ ଥିଲା । କିନ୍ତୁ ଆଜି ଆମେ ଏହି ଅନୁଛେଦରେ ଯେଉଁ ଅଭିନେତ୍ରୀଙ୍କ ନାମ କହିବୁ, ସେ ବଲିଉଡରେ ଧକ୍ ଧକ୍ ଗାର୍ଲ ନାମରେ ପରିଚିତ ଅଟନ୍ତି । ଆପଣ ସଠିକ୍ ଅନୁମାନ କରିଛନ୍ତି, ଆମେ ବଲିଉଡ ଅଭିନେତ୍ରୀ ମାଧୁରୀ ଦୀକ୍ଷିତଙ୍କ ବିଷୟରେ କହୁଛୁ ।

ରିପୋର୍ଟ ଅନୁସାରେ ଦେଶବାସୀଙ୍କୁ ନିଜ ଅଭିନୟ ଦ୍ଵାରା ମୁଗ୍ଧ କରିଥିବା ମାଧୁରୀଙ୍କ ହୃଦୟ ନିଜର ଏକ ସହ-କଳାକାରଙ୍କ ଉପରେ ଏପରି ଆସିଥିଲା ଯେ, ସେ ତାଙ୍କ ସହ ବିବାହ କରିବାକୁ ବିଚଳିତ ଥିଲେ । ସେ ଯେଉଁ ଅଭିନେତାଙ୍କୁ ବିବାହ କରିବାକୁ ବିଚଳିତ ଥିଲେ, ସେ ଜେଲ ଯାଇଥିବା ଯୋଗୁଁ ପ୍ରସିଦ୍ଧ ହୋଇଥିଲେ । ସେ କୌଣସି ନା କୌଣସି ଘଟଣାକୁ କେନ୍ଦ୍ର କରି ଜେଲ ଯାଉଥିଲେ କିନ୍ତୁ ବର୍ତ୍ତମାନ ତାଙ୍କୁ ସବୁବେଳେ ପାଇଁ ଜେଲରୁ ମୁକ୍ତ କରାଯାଇଛି । ଆପଣମାନେ ଠିକ୍ ଚିହିଁ ପାରିଛନ୍ତି ।

ମାଧୁରୀ ଦୀକ୍ଷିତ ଯେଉଁ ଅଭିନେତାଙ୍କୁ ହୃଦୟ ଦେଇଥିଲେ ସେ ହେଉଛନ୍ତି ସଂଜୟ ଦତ୍ତ । ଏକ ସମୟରେ ଏମାନଙ୍କର ପ୍ରେମ କାହାଣୀ ବହୁତ ଚର୍ଚ୍ଚାରେ ଥିଲା । ଏମାନଙ୍କର ପ୍ରେମ କାହାଣୀର ଚର୍ଚ୍ଚା ଆଜି ମଧ୍ୟ ବଲିଉଡରେ ବେଳେବେଳେ ହେଉଛି । ସେହି ସମୟରେ ଦୁହିଁଙ୍କ ଯୋଡି ବହୁତ ହିଟ୍ ଥିଲା ଏବଂ ଏମାନଙ୍କୁ ସମସ୍ତେ ଏକାଠି ଦେଖିବାକୁ ଚାହୁଁଥିଲେ । ମାଧୁରୀ ଏବଂ ସଂଜୟ ମିଳିତ ଭାବରେ ଅନେକ ସୁପର ହିଟ୍ ଫିଲ୍ମ ଦର୍ଶକଙ୍କୁ ଭେଟି ଦେଇଛନ୍ତି । କିନ୍ତୁ ଦୁହେଁଙ୍କ ଭାଗ୍ୟରେ ଅନ୍ୟ କିଛି ଲେଖା ଥିଲା ।

ମାଧୁରୀଙ୍କ ବୟସ ୫୩ ବର୍ଷ ହୋଇଛି କିନ୍ତୁ ଆଜି ମଧ୍ୟ ତାଙ୍କ ସୁନ୍ଦରତାରେ କୌଣସି ପରିବର୍ତ୍ତନ ହୋଇନାହିଁ । ବୟସ ସହ ସୁନ୍ଦରତା ମଧ୍ୟ ବଢ଼ିବାରେ ଲାଗୁଛି । ୯୦ ଦଶକରେ ଏମାନଙ୍କର ପ୍ରେମ କାହାଣୀ ବହୁତ ଲୋକପ୍ରିୟ ଥିଲା । ମାଧୁରୀ ଏବଂ ସଂଜୟ ଉଭୟ ପରସ୍ପରର ପ୍ରେମରେ ସମ୍ପୂର୍ଣ୍ଣ ଭାବରେ ବାନ୍ଧି ହୋଇ ଯାଇଥିଲେ । ଖବର ଅନୁସାରେ, ମାଧୁରୀ ସଂଜୟଙ୍କୁ ଏପରି ପ୍ରେମ କରୁଥିଲେ ଯେ, ସେ ତାଙ୍କ ସହ ବିବାହ କରିବାକୁ ଚାହୁଁଥିଲେ । କିନ୍ତୁ ପୂର୍ବରୁ ବିବାହିତ ଥିବା ଯୋଗୁଁ ସଞ୍ଜୟ ଏହି ସମ୍ପର୍କକୁ ଆଗକୁ ବଢ଼ାଇ ପାରିଲେ ନାହିଁ । ଅନ୍ୟପଟେ ମାଧୁରୀଙ୍କ ପିତା ମଧ୍ୟ ଏହି ସମ୍ପର୍କରେ ରାଜି ନଥିଲେ । ପରେ ଆମେରିକାର ସର୍ଜନ ଡାକ୍ତର ଶ୍ରୀ ରାମ ନେନେଙ୍କ ସହ ବିବାହ କରିଲେ ।