୯୮ପ୍ରତିଶତ ଲୋକ ଜାଣି ନାହାଁନ୍ତି; ମଧୁମେୟ ଉପଚାରର ଏହି ସହଜ ଉପାୟ । ଥରେ ନିଶ୍ଚୟ ପଢନ୍ତୁ ।

Spread the love

ଆଜିକାଲିର ବ୍ୟସ୍ତ ବହୁଳ ଜୀବନରେ ଅନିୟମିତ ଜୀବନଶୈଳୀ ଫଳରେ ଲୋକେ ଧୀରେ ଧୀରେ ଅସୁସ୍ଥ ହୋଇ ପଡୁଛନ୍ତି । ମଧୁମେୟ ପରି ଗମ୍ଭୀର ରୋଗର ଶିକାର ହେଉଛନ୍ତି । ଏହା ଏପରି ଏକ ରୋଗ ଯାହା ଥରେ ମନୁଷ୍ୟ ଶରୀରକୁ ଆକ୍ରାନ୍ତ ହେଲେ ସହଜରେ ଛାଡି ଯାଇନଥାଏ । ମଧୁମେୟ ଧୀରେ ଧୀରେ ମନୁଷ୍ୟର ଶରୀରରେ ଅନ୍ୟ ରୋଗକୁ ମଧ୍ୟ ଆମନ୍ତ୍ରଣ କରିଥାଏ ।

ମଧୁମେୟ ଏପରି ଏକ ରୋଗ ଯାହା ଥରେ ହେଲେ କୌଣସି ଔଷଧ ଖାଇଲେ ମଧ୍ୟ ଶରୀରରୁ ଯାଇନଥାଏ । ଅନ୍ୟ ରୋଗଗୁଡିକ ଔଷଧ ଖାଇବା ଫଳରେ ଭଲ ହୋଇ ଯାଇଥାଏ କିନ୍ତୁ ମଧୁମେୟ ଔଷଧ ଖାଇଲେ ମଧ୍ୟ ମୃତ୍ୟୁ ପର୍ଯ୍ୟନ୍ତ ଶରୀରରୁ ଛାଡ଼ି ନଥାଏ । ବେଳେବେଳେ ଲୋକେ ମଧୁମେୟରୁ ଉପଶମ ପାଇବା ପାଇଁ ଅନେକ ଘରୋଇ ଉପଚାର କରିଥାନ୍ତି । ଆଜି ଆମେ ଆପଣଙ୍କୁ ଏପରି ଏକ ଘରୋଇ ଉପଚାର ବିଷୟରେ କହିବୁ, ଯାହାକୁ ଆପଣ ଆପଣାଇବା ପରେ ମଧୁମେୟରୁ ବର୍ତ୍ତି ପାରିବେ ।

ଆପଣମାନେ ଜାଣିଥିବେ; ଆମ ଆଖପାଖରେ ଅନେକ ଗୁଳ୍ମ ଲତା ଜାତୀୟ ବୃକ୍ଷ ରହିଛି; ଯାହା ବିଷୟରେ ଆମେ ସଂପୂର୍ଣ୍ଣ ଅଜ୍ଞ । କିଛି ଗୁଳ୍ମ ଲତା ଜାତୀୟ ଗଛ ରହିଛି ଯାହା ବିଷ ଭରା ହୋଇଥାଏ ଏବଂ ଆଉ କେତେକ ଗୁଳ୍ମ ଲତା ଜାତୀୟ ଗଛ ରହିଛି ଯାହା ମନୁଷ୍ୟ ପାଇଁ ଅମୃତ ତୁଲ୍ୟ ଅଟେ । ଏମାନଙ୍କ ମଧ୍ୟରୁ ଏକ ଗୁଳ୍ମ ହେଉଛି ଅକୌଲା, ଯାହା ଏକ ଔଷଧୀୟ ଗୁଳ୍ମ ଅଟେ । ଏହାକୁ ମଦାର, ମନ୍ଦାର, ଅର୍କ ମଧ୍ୟ କୁହାଯାଏ । ଏହା ଏକ ଛୋଟ ଗୁଳ୍ମ ଅଟେ । ବରଗଛର ପତ୍ର ପରି ଏହି ଗୁଳ୍ମର ପତ୍ର ଗୁଡିକ ମୋଟା ହୋଇଥାଏ । ଧଳା ସବୁଜ ପତ୍ରଗୁଡିକ ପାଚିଲା ପରେ ହଳଦିଆ ହୋଇପଡେ । ଏହାର ଫୁଲ ଛୋଟ ହୋଇଥାଏ । ଫୁଲରେ ରଙ୍ଗୀନ ଚିହ୍ନ ରହିଥାଏ ।

କହିବାପାଇଁ ଚାହୁଁଛୁ; ଏହି ଗୁଳ୍ମର ପତ୍ରର ବ୍ୟବହାର ଫଳରେ ଆପଣ ମଧୁମେୟରୁ ବର୍ତ୍ତି ପାରିବେ । ବର୍ତ୍ତମାନ ପର୍ଯ୍ୟନ୍ତ ବହୁତ ଲୋକ ଏହି ପତ୍ରର ବ୍ୟବହାର ଫଳରେ ଲାଭାନୀତ୍ୱ ହୋଇଛନ୍ତି । ଆପଣ ମଧ୍ୟ ଏହି ପତ୍ରର ବ୍ୟବହାର କରି ଏହାର ଲାଭ ପାଇପାରିବେ । ଏହି ଗୁଳ୍ମର ପତ୍ରର ବ୍ୟବହାର ଫଳରେ ଆପଣ ୭ ଦିନରୁ ଆରମ୍ଭ କରି ୩ ମାସ ମଧ୍ୟରେ ମଧୁମେୟରୁ ମୁକ୍ତି ପାଇପାରିବେ । ଏହାର ବ୍ୟବହାର ଫଳରେ ମୋଟାପଣ ମଧ୍ୟ ଦୁରେଇଯିବ । ବହୁତ ଲୋକ ଏହାର ବ୍ୟବହାର ଫଳରେ କେବଳ ୭ ଦିନରେ ହିଁ ଲାଭ ପାଇପାରିଛନ୍ତି । ଆସନ୍ତୁ ଜାଣିବେ ଏହି ପତ୍ରର ବ୍ୟବହାର କିପରି କରିବେ ।

ଏହି ଉପାୟ ଅବଲମ୍ବନ କରିବା ପାଇଁ ଆପଣଙ୍କୁ ଅର୍କ ଗଛର ପତ୍ରକୁ ଓଲଟା କରି ମାନେ ପତ୍ରର ଖଦଡିଆ ଅଂଶକୁ ପାଦରେ ଲଗାଇ ରଖନ୍ତୁ । ଏପରି ଗୋଟିଏ ଦିନ ପୁରାପୁରି ପାଦରେ ପତ୍ରଟିକୁ ଲଗାଇ ରଖନ୍ତୁ । ଏକ ସପ୍ତାହ ଏପରି କରିବା ଦ୍ୱାରା ମୁଧୁମେୟ ସାମାନ୍ୟ ହୋଇଯାଇଥାଏ । ଏହା ଦ୍ୱାରା ଆପଣଙ୍କ ବାହାରି ଥିବା ପେଟ ମଧ୍ୟ କମିଯାଇଥାଏ । ସାବଧାନତା ଅବଲମ୍ବନ କରିବେ; ଯେପରି ଏହି ଗୁଳ୍ମର କ୍ଷୀର ଆପଣଙ୍କ ଆଖିରେ ନଲାଗେ । ଏହି ଗୁଳ୍ମର କ୍ଷୀର ଆଖିରେ ଲାଗିଲେ ଆପଣଙ୍କ ଆଖି ଖରାପ ହେବାର ସମ୍ଭାବନା ରହିଛି ।

ଅନ୍ୟ ଲାଭ :

– ଅର୍କ ଗଛର ନରମ ପତ୍ରକୁ ଖାଇବା ତେଲରେ ଜଳାଇ ଅଣ୍ଡକୋଷରେ ଲଗାଇବା ଦ୍ୱାରା ଫୁଲା ଅଂଶରୁ ଉପଶମ ମିଳିଥାଏ ।

– ଗରମ ଜନିତ ଘାରୁ ଉପସମ ପାଇବା ପାଇଁ ହେଲେ ଏହାକୁ ତେଲରେ ଗରମ କରି ଘାରେ ଲଗାଇବା ଦ୍ୱାରା ଏଥିରୁ ଉପଶମ ମିଳିଥାଏ । ଅର୍କର ପତ୍ରକୁ ଗରମ କରି ଲଗାଇବା ଦ୍ୱାରା ଘା ଭଲ ହେବା ସହ ଫୁଲିବା ଜନିତ ପୀଡ଼ା କମିଯାଇଥାଏ ।

– ଅର୍କର କ୍ଷୀରକୁ ଗୋଡର ବୁଢା ଆଙ୍ଗୁଠିରେ ଲଗାଇବା ଦ୍ୱାରା ଆଖି ଜନିତ ପୀଡ଼ାରୁ ଉପଶମ ମିଲିଥାଏ ।

ବନ୍ଧୁଗଣ ଆଶା କରୁଛି ଏହି ବିଷୟଟି ଆପଣମାନଙ୍କୁ ପସନ୍ଦ ଆସିଥିବ । ପସନ୍ଦ ଆସିଥିଲେ ବିଷୟଟିକୁ ଗୋଟିଏ ଲାଇକ କରିଦିଅନ୍ତୁ ଓ ନିଜ ପ୍ରିୟଜନ ମାନଙ୍କ ସହିତ ସେୟାର କରିବାକୁ ଜମାରୁ ମଧ୍ୟ ଭୁଲନ୍ତୁ ନାହିଁ ।